DAC Approves Arms Procurement: ୨୮, ୭୩୨ କୋଟିର ଅସ୍ତ୍ରଶସ୍ତ୍ର କ୍ରୟ ମିଳିଲା ମଞ୍ଜୁରୀ
Advertisement
Article Detail0/zeeodisha/odisha1276510

DAC Approves Arms Procurement: ୨୮, ୭୩୨ କୋଟିର ଅସ୍ତ୍ରଶସ୍ତ୍ର କ୍ରୟ ମିଳିଲା ମଞ୍ଜୁରୀ


Defence Ministry: କ୍ରୟ କରାଯିବାକୁ ଥିବା ଏହି ଅସ୍ତ୍ରଶସ୍ତ୍ରର ମୂଲ୍ୟ ହେଉଛି ୨୮ ହଜାର ୭୩୨ କୋଟି। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ସ୍ୱଦେଶୀ କମ୍ପାନୀ ଠାରୁ କ୍ରୟ କରାଯିବ।

DAC Approves Arms Procurement: ୨୮, ୭୩୨ କୋଟିର ଅସ୍ତ୍ରଶସ୍ତ୍ର କ୍ରୟ ମିଳିଲା ମଞ୍ଜୁରୀ

Defence Ministry approves Arms procurement: ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭରଶୀଶଳ ହେବା ଲାଗି ପ୍ରୟାସ ଜାରି ରଖିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଭାରତୀୟ ସଶସ୍ତ୍ର ବଳ ଲାଗି ୪ ଲକ୍ଷ କାର୍ବାଇନ, ସ୍ୱାର୍ମ ଆଟାକ ଡ୍ରୋନ, ବୁଲେଟ ପ୍ରୁଫ ଜ୍ୟାକେଟ, ଆଇସିଭି ଭେହିକିଲ, ୧୪ ଦ୍ରୁତଗାମୀ ପେଟ୍ରୋଲିଂ ବୋଟ କ୍ରୟ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଜୁଲାଇ ୨୬ ତାରିଖ ମଙ୍ଗଳବାର ଅନୁମୋଦନ କରିଛି। କ୍ରୟ କରାଯିବାକୁ ଥିବା ଏହି ଅସ୍ତ୍ରଶସ୍ତ୍ରର ମୂଲ୍ୟ ହେଉଛି ୨୮ ହଜାର ୭୩୨ କୋଟି। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ସ୍ୱଦେଶୀ କମ୍ପାନୀ ଠାରୁ କ୍ରୟ କରାଯିବ।

ଜୁଲାଇ ୨୬ ତାରିଖ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (Defense Acquisition Council) ବୈଠକ। ଏହି ବୈଠକରେ ୩ ସେନାର ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବ ଉପସ୍ଥିତ ରହିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଏହି ବୈଠକରେ ୨୮ ହଜାର ୭୩୨ କୋଟି ମୂଲ୍ୟର ଅସ୍ତ୍ରଶସ୍ତ୍ର ସଶସ୍ତ୍ର ବାହିନୀ ଲାଗି କ୍ରୟ କରିବାକୁ ଅନୁମୋଦନ କରାଯାଇଛି। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା କମ୍ପାନୀ ଠାରୁ କ୍ରୟ କରାଯିବ।  

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଯେଉଁ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଅନୁମୋଦନ କରାଯାଇଛି ତାହା ମଧ୍ୟରେ ସେନା ପାଇଁ ୪ ଲକ୍ଷ କ୍ଲୋଜ କ୍ୱାର୍ଟର ବ୍ୟାଟେଲ କାର୍ବାଇନ୍ (Close Quarters Battle Carbine) ଅନ୍ତର୍ଭୁକ୍ତ ରହିଛି। ହାଇବ୍ରିଡ୍ ଯୁଦ୍ଧ ଏବଂ ଆତଙ୍କବାଦର ପାରମ୍ପାରିକ ଯୁଦ୍ଧ ପାଇଁ ଏପରି ଛୋଟ ଧରଣର ରାଇଫଲ୍ ସୈନିଙ୍କୁ ପ୍ରଦାନ କରାଯିବ। ଏହି କାର୍ବାଇନ୍ ସ୍ୱଦେଶୀ କମ୍ପାନୀ ଠାରୁ କ୍ରୟ କରାଯିବ। ଯାହା ଦ୍ୱାରା ଛୋଟ ଧରଣର ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରାଯାଇପାରିବ।

LOC ଏବଂ Close Combat ବେଳେ ସ୍ନାଇପର ରାଇଫଲ (Sniper Rifle) ଭଳି ହତିଆର ଯୋଗେ  କରାଯାଉଥିବା ଆକ୍ରମଣରୁ ରକ୍ଷା ପାଇବା ଲାଗି ଭାରତୀୟ ସେନା ପାଇଁ ବିଆଏସ ସ୍ତରୀୟ ଷଷ୍ଠ ବୁଲେଟପ୍ରୁଫ୍ ଜ୍ୟାକେଟ୍ (Bulletproof jacket), ରକେଟ୍ ଆମ୍ୟୁନେସନ (Rocket ammunition), ଏରିଆ ଡେନିଆଲ୍ ଆମ୍ୟୁନେସନ (Area Denial Ammunition), ଇନଫ୍ୟାଣ୍ଟ୍ରି  କମାଣ୍ଡ ଭେହିକିଲ (Infantry Command Vehicle) କ୍ରୟ ପାଇଁ  ମଧ୍ୟ ଅନୁମୋଦନ କରାଯାଇଛି। ଯାହାର ମୋଟ ମୂଲ୍ୟ ହେଉଛି ୮୫୯୯ କୋଟି ଟଙ୍କା। ଏହି ସମସ୍ତ ହତିଆର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (Defence Research and Development Organisation) ଦ୍ୱାରା ବିକଶିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ  ଗାଇଡେଡ୍ ଏକ୍ସଟେଣ୍ଡଡ୍ ରେଞ୍ଜ ରକେଟ୍ ଆମ୍ୟୁନିସନ (Guided Extended Range Rocket Ammunition) ଭଳି ଗୁଳି ୭୫ କିମି ମଧ୍ୟରେ କୌଣସି ଟାର୍ଗେଟ ଭେଦ କରି ପାରିବ। ଏରିୟା ଡିନାଏଲ ଆମ୍ୟୁନିସନ ରକେଟ ଟ୍ୟାଙ୍କ (Area Denial Ammunition Rocket Tank), ଆଇସିଭି (Infantry Combat Vehicle) ଏବଂ ଶତ୍ରୁ ସୈନିକଙ୍କ ଗାଡି ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥାଏ।  
 
ପ୍ରତିରକ୍ଷା ମନ୍ତ୍ରଣାଳୟ (Defence Ministry) ଅନୁସାରେ ବର୍ତ୍ତମାନ ବିଶ୍ୱରେ ଚାଲିଥିବା ଯୁଦ୍ଧ ସମୟରେ ଡ୍ରୋନ୍ ଟେକ୍ନୋଲୋଜି (Drone technology) ଏକ ଫୋର୍ସ-ମଲ୍ଟିପ୍ଲାୟର ଭାବେ ଉଭା ହୋଇଛି। ଏଭଳି ପରିସ୍ଥିତିରେ ସ୍ୱାର୍ମ ଡ୍ରୋନ୍ (Armed Swarm Drone ) କିଣିବାକୁ ଅନୁମୋଦନ ଦିଆଯାଇଛି। ଏହି ଡ୍ରୋନ ମାଧ୍ୟମରେ ଶତ୍ରୁ ପକ୍ଷ ଉପରେ ନଜର ରଖାଯିବା ସହ ଆକ୍ରମଣ କରାଯାଇ ପାରିବ। ଅନ୍ୟପଟେ ଭାରତୀୟ ତଟ ରକ୍ଷକ ବଳ (Indian Coast Guard) ପାଇଁ ୧୪ ଦ୍ରୁତଗାମୀ ପେଟ୍ରୋଲିଂ ବୋଟ (Speed Patrol Boat) ଏବଂ ନୌସେନା ପାଇଁ କୋଲକାତା ଶ୍ରେଣୀୟ ଯୁଦ୍ଧ ଜାହାଜ ପାଇଁ ସାମୁଦ୍ରିକ ଗ୍ୟାସ୍ ଟର୍ବାଇନ ଜେନେରେଟର (Gas Turbine Generators) କ୍ରୟ ପାଇଁ ଅନୁମୋଦନ ମିଳିଛି।

Also Read: Defence Acquisition: ଆତ୍ମନିର୍ଭରତା କ୍ଷେତ୍ର ଆଡକୁ ଅଗ୍ରସର ହେଲା ପ୍ରତିରକ୍ଷା ମନ୍ତ୍ରଣାଳୟ