ଦାର୍ଜିଲିଂରେ ବିହାର ନିର୍ବାଚନର ଗନ୍ଧ, ଗାଲୱାନ ଶହୀଦଙ୍କୁ ମନେ ପକାଇଲେ ରାଜନାଥ
Advertisement

ଦାର୍ଜିଲିଂରେ ବିହାର ନିର୍ବାଚନର ଗନ୍ଧ, ଗାଲୱାନ ଶହୀଦଙ୍କୁ ମନେ ପକାଇଲେ ରାଜନାଥ

ଦାର୍ଜିଲିଂରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ମନେ ପଡିଲେ ଗାଲୱାନ ଶହୀଦ। ସୁକନ ୩୩ କୋର୍ପସ୍ (ଭରତୀୟ ସେନା)ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା ଶୁଣାଇଛନ୍ତି।

ଦାର୍ଜିଲିଂରେ ବିହାର ନିର୍ବାଚନର ଗନ୍ଧ, ଗାଲୱାନ ଶହୀଦଙ୍କୁ ମନେ ପକାଇଲେ ରାଜନାଥ

କୋଲକାତା: ୨ ଦିନିଆ ପଶ୍ଚିମବଙ୍ଗ ଓ ସିକ୍କିମ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ଦାର୍ଜିଲିଂ ସୁକନସ୍ଥିତ ୩୩ କୋର୍ପସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ଉପସ୍ଥିତ ଯବାନଙ୍କୁ ସମ୍ବୋଧନ ବେଳେ ଗାଲୱାନ ଘାଟିର ରକ୍ତାକ୍ତ ସଂଘର୍ଷର ଶହୀଦଙ୍କୁ ମନେ ପକାଇଛନ୍ତି।

ରାଜନାଥ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, "ଭାରତ ସବୁବେଳେ ନିଜର ପୋଡଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ଚେଷ୍ଟା କରିଛି। କିନ୍ତୁ ସମୟ ସମୟରେ ଏଭଳି କିଛି ହରକତ ହେଉଛି, ଯେଉଥିରେ ଦେଶର ସୀମା, ସାର୍ବଭୌମିକତା ଓ ଅଖଣ୍ଡତାର ରକ୍ଷା ପାଇଁ ଆମ ବୀର ଯବାନଙ୍କୁ ନିଜର ବଳିଦାନ ଦେବାକୁ ପଡୁଛି। ଯାହା ଫଳରେ ଆମ ଦେଶର ସାର୍ବଭୌମିକତା ଓ ଅଖଣ୍ଡତା ବଜାୟ ରହୁଛି।"

ସେ ପୁଣି କହିଛନ୍ତି, "ମାତୃଭୂମିର ରକ୍ଷା ପାଇଁ ଗାଲୱାନ ଘାଟିରେ ବିହାର ରେଜିମେଣ୍ଟର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ଆଗେ କଣ ହେଲା, ସେମାନେ କଣ କଲେ ସେବାବଦରେ ମୁଁ କିଛି ଖୁଲାସା କରିବାକୁ ଚାହୁଁନାହିଁ। ଆପଣଙ୍କ ପାଇଁ ଦେଶ ଓ ସୀମା ସୁରକ୍ଷିତ ଅଛି। ମୁଁ ବେଳେ ବେଳେ ଭାବୁଛି, ବିପଦ ଉଠାଇବାକୁ ଆପଣଙ୍କ ମନ କେମିତି ହେଉଛି? ମୁଁ ଏହି ସିଦ୍ଧାନ୍ତରେ ଉପନିତ ହେଉଛି, ମଣିଷ ହୃଦୟର ବଳଶାଳୀ ଭାବନା କିଛି ଅଛି ତେବେ ତାହା ହେଲା ସ୍ୱଭିମାନ। ଏହି ସ୍ୱଭିମାନ ବ୍ୟକ୍ତିଗତ, ସାମାଜିକ ବା ରାଷ୍ଟ୍ରୀୟ ବି ହୋଇପାରେ।"

ବର୍ତ୍ତମାନ ବିହାର ନିର୍ବାଚନର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଭଳି ସମୟରେ ସୀମାନ୍ତ ଅଞ୍ଚଳରୁ ବିହାର ରେଜିମେଣ୍ଟର ଶହୀଦ ଯବାନଙ୍କୁ ମନେ ପରାଇବା ବିଜେପି ପାଇଁ ଏକ ପ୍ଲସ ପଏଣ୍ଟ ହୋଇପାରେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବିହାର ନିର୍ବାଚନର ପ୍ରଥମ ରାଲିରେ ସମ୍ବୋଧନ ବେଳେ ବି ଗାଲୱାନ ଯବାନଙ୍କ ବୀରତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଚୀନ ସେନା ସହ ହାତାହାତି ହେଲା ପରେ କଣ ଘଟିଥିଲା ତାହାକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ କୌଣସି ତଥ୍ୟ ଦେଇନାହାନ୍ତି।  

ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନ ସେନାର ମୃତକଙ୍କ ସଂଖ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟତା ଆସିନାହିଁ। ସେହି ଶହୀଦ ଯବାନଙ୍କ ମଧ୍ୟରେ ୧୬ ବିହାର ରେଜିମେଣ୍ଟର ୧୨, ୩ ପଞ୍ଜାବ ରେଜିମେଣ୍ଟରୁ ୩, ୩ ମିଡିୟମ ରେଜିମେଣ୍ଟରୁ ୨, ୧୨ ବିହାର ରେଜିମେଣ୍ଟରୁ ଜଣେ, ୮୧ ମାଉଣ୍ଟ ବ୍ରିଗେଡ ସିଗନାଲ କମ୍ପାନୀରୁ ଜଣେ ଓ ୮୧ ଫିଲ୍ଡ ରେଜିମେଣ୍ଟରୁ ଜଣେ ଥିଲେ।

ତେବେ ଜୁନ ୧୭ ତାରିଖ ସୁଦ୍ଧା ଗାଲୱାନ ସଙ୍ଘର୍ଷକୁ ନେଇ ଚାରିଆଡେ ନିଆଁ ଭଳିଆ ଖବର ବ୍ୟାପୀ ଯାଇଥିଲା। ସମସ୍ତ ରାଜନେତା, ବିଶିଷ୍ଟ ବ୍ୟକ୍ତି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏମିତି କାର୍ଯ୍ୟ ବ୍ୟସ୍ତତାରେ ଥିଲେ ଯେ ତାଙ୍କୁ ଗୋଟିଏ ଟ୍ୱିଟ କରିବାକୁ ବି ସମୟ ମିଳିନଥିଲା।