ଋଷ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ଭାରତ
Advertisement

ଋଷ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ଭାରତ

ଋଷ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭେଟିବେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି |

 

ଋଷ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ଭାରତ

ନୂଆଦିଲ୍ଲୀ: ଋଷ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି | ମସ୍କୋ ଠାରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ(Global Times) ପକ୍ଷରୁ ଖବର ପ୍ରକାଶିତ ହୋଇଥିଲା | ଯାହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି |

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ ସୋଭିଏତ ସେନାର ପରାକ୍ରମକୁ ସ୍ମରଣୀୟ କରିବା ପାଇଁ ଋଷିଆର ରାଜଧାନୀ ମସ୍କୋ ଠାରେ ବିଜୟ ଦିବସ ପ୍ୟାରେଡ ଅନୁଷ୍ଠିତ ହେଉଛି | ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜୁନ ୨୨ ତାରିଖ ସୋମବାର ଠାରୁ ଋଷ ଅଭମୁଖେ ଯାତ୍ରା କରିଛନ୍ତି କରିଛନ୍ତି ପ୍ରତିରକ୍ଷା ରାଜନାଥ ସିଂହ |    

ଋଷିଆରେ ଆୟୋଜିତ ସାମରିକ କାର୍ଯ୍ୟକ୍ରମ ଉପରେ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ଖବର ପ୍ରକାଶିତ ହୋଇଥିଲା | ଯେଇଁଥିରେ କୁହାଯାଇଥିଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେ ବୁଧବାର ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ଯୋଗଦେବେ | ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଏକ ବୈଠକ କରିବେ |

ମସ୍କୋରେ ଆୟୋଜତି ଆୟୋଜିତ ବିଜୟ ଦିବସ ପ୍ୟାରେଡରେ ଯୋଗ ଦେବାକୁ ୩ ଦିନିଆ ଋଷ ଗସ୍ତରେ ଅଛନ୍ତି ରାଜନାଥ ସିଂହ | ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ସେନା ୭୫ ତମ ବିଜୟ ବାର୍ଷିକୀ ଅବସରରେ ଏକ ସାମରିକ ପ୍ୟାରେଡର ଆୟୋଜନ କରାଯାଇଛି | ବୁଧବାର ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଏଥିରେ ଯୋଗେଦେବେ | 

ଋଷ ଗସ୍ତ ଅବସରରେ ପ୍ରତିକ୍ରିୟା ରଖି ମଙ୍ଗଳବାର ରାଜନାଥ ସିଂହ କହିଛନ୍ତି, "ମସ୍କୋ ଗସ୍ତ ଭାରତ ଏବଂ ଋଷିଆ ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧୁତାର ସଙ୍କେତ | ମୋର ଏହି ଗସ୍ତ ହେଉଛି କୋରୋନା ମହାମାରୀ ସମୟରେ ସରକାରୀ ପ୍ରତିନିଧିଙ୍କ ସହ ପ୍ରଥମ ବିଦେଶ ଗସ୍ତ | ଏହା ଆମର ବିଶେଷ ବନ୍ଧୁତ୍ୱ ଉପରେ ପର୍ଯ୍ୟବେସିତ | କୋଭିଡ୧୯ ସଂକଟ ବେଳେ ସମସ୍ତ ଅସୁବିଧା ସତ୍ତ୍ୱେ ଉଭୟ ରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ରହିଛି | "

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ, "ଏହା ଆମ ପାଇଁ ଗର୍ବର ବିଷୟ | ଭାରତୀୟ ସେନା ରାଜଧାନୀ ମସ୍କୋସ୍ଥିତ ରେଡ ସ୍କୋୟାରରେ ଆୟୋଜିତ ବିଜୟ ପ୍ୟାରେଡରେ ଅଂଶଗ୍ରହଣ କରିବ | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଭାରତୀୟ ସୈନିକ ଅଂଶଗ୍ରହଣ କରିଥିଲେ | ସେମାନଙ୍କ ମଧ୍ୟରୁ ଅନେକ ସୋଭିଏତ ସେନାକୁ ସେ ସମୟରେ ସହାୟତା କରିଥିଲେ | "

ଚୀନ ସମେତ ୧୧ଟି ଦେଶର ସଶସ୍ତ୍ର ବାହିନୀ ଋଷିଆର ରାଜଧାନୀ ମସ୍କୋସ୍ଥିତ ରେଡ ସ୍କୋୟାରରେ ଆୟୋଜିତ ସାମରିକ ପ୍ୟାରେଡରେ ଯୋଗ ଦେଉଛନ୍ତି | ଭାରତର ୭୫ ଜଣିଆ ସୈନ୍ୟ ଦଳ ବିଜୟ ଦିବସ ପ୍ୟାରେଡରେ ଯୋଗ ଦେଇ ପରାକ୍ରମ ପ୍ରଦର୍ଶିତ କରିବ |