ମହଙ୍ଗା ହେବ ରେଳଯାତ୍ରା; ଟିକେଟ ପରେ ଯାତ୍ରୀ ଦେବେ UDF!
Advertisement

ମହଙ୍ଗା ହେବ ରେଳଯାତ୍ରା; ଟିକେଟ ପରେ ଯାତ୍ରୀ ଦେବେ UDF!

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସମସ୍ତ ଷ୍ଟେସନରେ କ'ଣ ସମସ୍ତ ଯାତ୍ରୀଙ୍କ (Railway Passenger) ଠାରୁ ୟୁଡିଏଫ ସଂଗ୍ରହ କରାଯିବ?

ମହଙ୍ଗା ହେବ ରେଳଯାତ୍ରା; ଟିକେଟ ପରେ ଯାତ୍ରୀ ଦେବେ  UDF!

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ। ଯାହାକୁ ବିମାନବନ୍ଦର ଢାଞ୍ଚାରେ ବିକଶିତ କରାଯିବ। ଏଥିଲାଗି ରେଳ ମନ୍ତ୍ରଣାଳୟ ଆରମ୍ଭ ହୋଇଯାଇଛି ପ୍ରୟାସ। ଏଥିଲାଗି ଯେଉଁ ଖର୍ଚ୍ଚ ହେବ ତାହାକୁ ଭରଣା କରିପାରନ୍ତି ରେଳଯାତ୍ରୀ।

ବିମାନବନ୍ଦର (Airport) ଭଳି ରେଳ ଷ୍ଟେସନରେ (Railway Station) ମଧ୍ୟ ଆଦାୟ କରାଯିବ ୟୁଜର୍ସ ଡେଭଲପମେଣ୍ଟ ଫିସ୍-ୟୁଡିଏଫ (User development Fee-UDF)। ଏହାକୁ ଲାଗୁ କରିବାକୁ ନେଇ ଚଳିତ ମାସ ପ୍ରଥମ ସପ୍ତାହରେ ରେଳ ମନ୍ତ୍ରଣାଳୟ (Railway Ministry) ନୀତି ଆୟୋଗ (NITI Aayog) ସହ ଏ ବାବଦରେ ଆଲୋଚନା କରିସାରିଛି।   

ରେଳଯାତ୍ରୀଙ୍କ (Railway Passenger) ଠାରୁ ୟୁଡିଏଫ ଆଦାୟ କରିବାକୁ ନେଇ ଆଗତ ହେବାକୁ ଥିବା ପ୍ରସ୍ତାବକୁ ଆସନ୍ତା ମାସରେ କ୍ୟାବିନେଟ ଅନୁମୋଦନ ମିଳିପାରେ। ଯାହା ପରେ ଏହାକୁ ଲାଗୁ କରାଯିବ। ଯାହା ଫଳରେ ଯେତେବେଳେ ଆପଣ ରେଳ ଯାତ୍ରା ପାଇଁ ଟିକେଟ ବୁକିଂ (Ticket Boking) କରିବେ ସେତେବେଳେ ଆପଣଙ୍କୁ ୟଡିଏଫ ପ୍ରଦାନ କରିବାକୁ ହେଭ। ଯାହା ଫଳରେ ଆପଣଙ୍କ ରେଳ ଯାତ୍ରା ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇପାରେ। 

Also Read: ଭାରତୀୟ ରେଳବାଇ ପକ୍ଷରୁ ସେବା ଆରମ୍ଭ, ଗାଇଡଲାଇନ ମାନିବାକୁ ଯାତ୍ରୀଙ୍କୁ ପରାମର୍ଶ

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସମସ୍ତ ଷ୍ଟେସନରେ କ'ଣ ସମସ୍ତ ଯାତ୍ରୀଙ୍କ (Railway Passenger) ଠାରୁ ୟୁଡିଏଫ ସଂଗ୍ରହ କରାଯିବ? ଏହାର ଉତ୍ତର ହେଉଛି ନାହିଁ। ଏହା କେବଳ ସେହି ଷ୍ଟେସନ ପାଇଁ ପ୍ରଯୁଜ୍ୟ ହେବ ଯାହା ଘରୋଇ କମ୍ପାନୀ ମାଧ୍ୟମରେ ପୁନଃ ବିକଶିତ କରାଯାଉଛି। ଯଦି ଆପଣ ଏହି ଷ୍ଟେସନରୁ ଯାତ୍ରା କରନ୍ତି ତାହେଲେ ଆପଣଙ୍କୁ ୟୁଡିଏଫ ଦେବାକୁ ହେବ। ଏନେଇ ରେଲୱେ ବୋର୍ଡ ସିଇଓ (Railway Board CEO) ଭି.କେ ଯାଦବ କହିଛନ୍ତି ଏପରି ପ୍ରାୟ ୭୦୦-୧୦୦୦ ରେଳ ଷ୍ଟେସନ ରହିଛି ଯେଉଁଠାରୁ ୟୁଡିଏଫ ସଂଗ୍ରହ କରାଯିବ।

Also Read: ଏଣିକି ସୌରଶକ୍ତିରେ ଟ୍ରାକରେ ଦୌଡିବ ଭାରତୀୟ ରେଳବାଇ

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୬୨ଟି ଷ୍ଟେସନ୍ ଚିହ୍ନଟ କରାଯାଇଛି, ଯାହା ପୁନଃ ନିର୍ମାଣ ପାଇଁ ଦିଆଯିବ। ଏହି ତାଲିକାରେ ନୂଆଦିଲ୍ଲୀ, ମୁମ୍ବାଇ, ନାଗପୁର, ଇନ୍ଦୋର, ଚଣ୍ଡିଗଡ ଆଦି ରେଲୱେ ଷ୍ଟେସନ ସାମିଲ ରହିଛି। ଯଦିଓ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ କେତେ ପରିମାଣରେ ୟୁଡିଏଫ ସଂଗ୍ରହ କରାଯିବ। ହେଲେ ଏନେଇ ହୋଇଥିବା ଏକ ଆକଳନ ଅନୁସାରେ ଟିକେଟ୍ ପିଛା ଏହାର ଦର ୩୦-୪୦ଟଙ୍କା ହୋଇପାରେ। ତଥାପି, ୟୁ଼ଡିଏଫ ମଧ୍ୟ ବିଭିନ୍ନ ବର୍ଗ ଅନୁଯାୟୀ ଭିନ୍ନ ଭି୍ନ୍ନ ହେବ।

Also Read: ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା

ତାହା ହେଉଛି ଏସି୧ କ୍ଲାସ (AC1 Class) ଉପରେ ସର୍ବାଧିକ ଶୁଳ୍କ, ଏସି୨ (AC2) ଉପରେ କମ୍ ଏବଂ ଏସି୩ (AC3) ଉପରେ ସର୍ବନିମ୍ନ ଶୁଳ୍କ ଆଦାୟ କରାଯିବ। ସାଧାରଣ ଟିକେଟ୍ ଉପରେ ୟୁଡିଏଫ  ଆଦାୟ କରାଯିବ ନାହିଁ। ଏହା କେବଳ ଯାତ୍ରା ଟିକେଟ୍ ଉପରେ ରଖାଯିବ ନାହିଁ ବରଂ ପ୍ଲାଟଫର୍ମ ଟିକେଟ୍ ଉପରେ ମଧ୍ୟ ରଖାଯାଇପାରିବ। 

Also Read: କୋରୋନା ସଂକଟ ବେଳେ ଭାରତୀୟ ରେଳବାଇର ନୂଆ ରେକର୍ଡ

ଏନେଇ ପ୍ରତିକ୍ରିୟା ରଖି ରେଲୱେ ବୋର୍ଡ ସିଇଓ ଭି.କେ ଯାଦବ କହିଛନ୍ତି ୟୁଡିଏଫ ପରିମାଣ ଏତିକି ରହିବ ଯେପରି ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ନାହିଁ। ଏହା ମାଧ୍ୟମରେ ଯାତ୍ରୀଙ୍କୁ ଉନ୍ନତ ସୁବିଧା ପ୍ରଦାନ କରାଯିବ। ପୁନ ବିକାଶ ମଡେଲ ଉପରେ ଅନେକ ଷ୍ଟେସନ୍ ନାଁ ରହିଥିବାରୁ ସରକାର ଯଥାଶୀଘ୍ର ୟୁଡିଏଫକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ଅଧିକରୁ ଅଧିକ ଘରୋଇ କମ୍ପାନୀ ଏଥିଲାଗି ହେବାକୁ ଥିବା ବିଡିଂ ପ୍ରକ୍ରିୟାରେ (Bidding Process) ଅଂଶଗ୍ରହଣ କରିପାରିବେ।