Delhi Court Orders Baba Ramdev : ବାବା ରାମଦେବଙ୍କୁ ଅଦାଲତି ଝଟକା : କୋରୋନିଲକୁ ନେଇ କରିଥିବା ପୋଷ୍ଟ ହଟାଇବାକୁ ନିର୍ଦେଶ
Advertisement
Article Detail0/zeeodisha/odisha2358711

Delhi Court Orders Baba Ramdev : ବାବା ରାମଦେବଙ୍କୁ ଅଦାଲତି ଝଟକା : କୋରୋନିଲକୁ ନେଇ କରିଥିବା ପୋଷ୍ଟ ହଟାଇବାକୁ ନିର୍ଦେଶ

Delhi HC orders Ramdev to remove remark claiming Coronil as Covid-19 cure : ଯୋଗଗୁରୁ ରାମଦେବ ବାବାଙ୍କୁ ପୁଣି ହାଇକୋର୍ଟ ଝଟକା। ସୋସିଆଲ ମିଡ଼ିଆ ପୋଷ୍ଟରେ ‘କୋରୋନିଲ’କୁ କୋରୋନା ଔଷଧ ବୋଲି କହି ପ୍ରମୋଟ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଇବା କହିଛନ୍ତି ଦିଲ୍ଲୀ କୋର୍ଟ।

ramdev baba

Delhi HC directs Ramdev to remove statements claiming Patanjali's Coronil can cure Covid : ଯୋଗଗୁରୁ ରାମଦେବ ବାବାଙ୍କୁ ପୁଣି ହାଇକୋର୍ଟ ଝଟକା। ରାମଦେବ ବାବା ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଏକ ସୋସିଆଲ ମିଡିଆ ପ୍ରୋମୋସନ ପୋଷ୍ଟ ହଟାଇବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ସୂଚନା ଅନୁଯାୟୀ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ‘କୋରୋନିଲ’କୁ କୋରୋନା ଔଷଧ ବୋଲି କହି ପ୍ରମୋଟ କରାଯାଇଥିଲା। ଏହା ସହ ପୋଷ୍ଟରେ ଏଲୋପାଥିର କୁପ୍ରଭାବ ଉପରେ ମଧ୍ୟ କୁହାଯାଇଥିଲା। ତେଣୁ ଏହା ବିବାଦ ଘେରକୁ ଆସିଥିଲା। ଏହି ବିବାଦୀୟ ପୋଷ୍ଟ ହଟାଇବା ସହ ଏଲୋପାଥୂକୁ ନେଇ ଦେଇଥିବା ବୟାନ ଫେରାଇନେବାକୁ କହିଛି ଦିଲ୍ଲୀ କୋର୍ଟ।

ବିଚାରପତି ଅନୁପ ଜୟରାମ ଭମ୍ବାନୀ ନିଷ୍ପତ୍ତି ଶୁଣାଇବା ସହ ୩  ଦିନ ଭିତରେ ଏହି ବିବାଦୀୟ ପୋଷ୍ଟ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତିଯେ, ଯଦି ତିନି ଦିନ ମଧ୍ୟରେ ଏହି ପୋଷ୍ଟ ଡିଲିଟ୍ ନହୁଏ ତେବେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ହଟାଇଦେବେ। ଏଥିପାଇଁ ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଥାଉଯେ, କୋର୍ଟ ୨୦୨୧ରେ ଦିଲ୍ଲୀ ମେଡିକାଲ ଆସୋସିଏସନ  ତରଫରୁ ଏହି ପ୍ରସଙ୍ଗରେ ଆବେଦନ ହୋଇଥିଲା। ଆବେଦନରେ କୁହାଯାଇଥିଲା ଯେ, ରାମଦେବଙ୍କ କମ୍ପାନି ‘କୋରୋନିଲ’ କିଟ୍‌କୁ ନେଇ ମିଥ୍ୟା ଦାବି କରିଛି, ଏହାକୁ କୋରାନାର ଔଷଧ ବୋଲି କହିଛି। ଯେତେବେଳେକି ଏହାକୁ ଇମ୍ୟୁନିଟି ବୁଷ୍ଟର ଭାବରେ ଲାଇସେନ୍ସ ମିଳିଛି। ଆବେଦନରେ ଏହା ମଧ୍ଯ କୁହାଯାଇଥିଲା ଯେ, ରାମଦେବଙ୍କ ଦାବି କେବଳ ମିଥ୍ୟା ପ୍ରଚାର ଏବଂ ମାର୍କେଟିଂ। ଏହାଦ୍ବାରା ସେମାନେ କୋରୋନିଲ ସହିତ ଅନ୍ୟ ଉତ୍ପାଦ ବିକ୍ରି ବଢ଼ାଇପାରିବେ।ତେବେ ମାମଲାର ଶୁଣାଣି କରି ଗତ ମେ ୨୧ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।