କାର୍ ସହିତ ମାଟି ତଳକୁ ପସିଗଲେ ଡ୍ରାଇଭର; ଏହିପରି ବଞ୍ଚିଗଲା ଜୀବନ
Advertisement
Article Detail0/zeeodisha/odisha945937

କାର୍ ସହିତ ମାଟି ତଳକୁ ପସିଗଲେ ଡ୍ରାଇଭର; ଏହିପରି ବଞ୍ଚିଗଲା ଜୀବନ

ଦ୍ୱାରକାଠାରେ ରାସ୍ତା ଭୁଶୁଡ଼ିବା କାରଣରୁ ଜଣେ ଯୁବକଙ୍କର ଜୀବନ ଅଳ୍ପକେ ବଞ୍ଚି ଯାଇଛି । ଏହି ଘଟଣା ସମୟରେ ସ୍ଥାନୀୟ ଲୋକ ତୁରନ୍ତ କାର ଡ୍ରାଇଭରକୁ ସାହାଯ୍ୟ କରି ତାଙ୍କୁ ଗାତରୁ କାଢି ନେଇଥିଲେ।

କାର୍ ସହିତ ମାଟି ତଳକୁ ପସିଗଲେ ଡ୍ରାଇଭର; ଏହିପରି ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ମୁମ୍ବାଇ ପରି ପ୍ରବଳ ବର୍ଷାର ପ୍ରଭାବ ଦିଲ୍ଲୀରେ (Delhi) ମଧ୍ୟ ଦେଖାଯିବା ଆରମ୍ଭ କରିଛି । ଦିଲ୍ଲୀରେ ଜଳସ୍ତର (Water level) ବଢ଼ିଯିବା ଯୋଗୁଁ ବୁଡ଼ିଯିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦ୍ୱାରକାଠାରେ ରାସ୍ତା ଭୁଶୁଡ଼ିବା କାରଣରୁ ଜଣେ ଯୁବକଙ୍କର ଜୀବନ ଅଳ୍ପକେ ବଞ୍ଚି ଯାଇଛି । ଏହି ଘଟଣା ସମୟରେ ସ୍ଥାନୀୟ ଲୋକ ତୁରନ୍ତ କାର ଡ୍ରାଇଭରକୁ (Driver) ସାହାଯ୍ୟ କରି ତାଙ୍କୁ ଗାତରୁ କାଢି ନେଇଥିଲେ । କାର ପଶି ଯାଉଥିବାର ଏହି ଭିଡିଓ (Video) ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ କାର ଡ୍ରାଇଭରକୁ (Driver) ସାହାଯ୍ୟ କରି ତାଙ୍କୁ ଗାତରୁ ଟାଣି ଆଣିଥିଲେ । ଯେଉଁ ବ୍ୟକ୍ତିଙ୍କ ସହ ଏହି ଘଟଣା ଘଟିଛି ସେ ହେଉଛନ୍ତି ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳ (Traffic Police Constable) । ଆଗାମୀ ତିନି ଦିନ ପାଇଁ ଦିଲ୍ଲୀରେ (Delhi) ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି । ଦିଲ୍ଲୀ ସରକାର ସମସ୍ତ ଅଧିକାରୀଙ୍କୁ ଦିନକୁ ୨୪ ଘଣ୍ଟା ଉପଲବ୍ଧ ରହିବାକୁ କହିଛନ୍ତି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କ ଆବଶ୍ୟକ ପଡିପାରେ ।

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ Download ହେବ ୫୭୦୦୦ ଫିଲ୍ମ, ତିଆରି ହେଲା ସବୁଠୁ ସ୍ପିଡ୍ ଇଣ୍ଟରନେଟ

ଦିଲ୍ଲୀରେ ବର୍ଷା ଯୋଗୁଁ ରାସ୍ତା ଭୁଶୁଡି ପଡିଛି
ଗତ ରାତିରୁ ଦିଲ୍ଲୀରେ ଲଗାତାର ବର୍ଷା ହେଉଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ପ୍ରବାହିତ ହୋଇଛି । ଲଗାତାର ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ବିପଜ୍ଜନକ ହୋଇପଡିଛି । ସୋମବାର ଦିନ ଜଣେ ବ୍ୟକ୍ତି ହଠାତ୍ ଦ୍ୱାରକା ରାସ୍ତାରେ କାର ସହ ମାଟିତଳକୁ ପସିଯାଇଥିଲେ । ଲୋକମାନେ ଶୀଘ୍ର କାର ଭିତରେ ବସିଥିବା ବ୍ୟକ୍ତିଙ୍କୁ ବାହାର କରିଦେଇ ଥିଲେ । ଏହି ବ୍ୟକ୍ତି ଜଣକ ଦିଲ୍ଲୀ ପୋଲିସ୍ କନଷ୍ଟେବଳ ଓ ସେ ତାଙ୍କ ଭାଇଙ୍କୁ ଭେଟିବା ପରେ ଫେରୁଥିଲେ । ପରେ ଏକ କ୍ରେନ୍ ସାହାଯ୍ୟରେ କାରଟି ବାହାର କରାଯାଇଥିଲା । 

fallback

ଦିଲ୍ଲୀ ସରକାର ଜାରି କଲେ ଆଲର୍ଟ
ସିଏମ୍ କହିଛନ୍ତି ଯେ ଆମର ସମସ୍ତ ଏଜେନ୍ସି ଏକତ୍ର ବହୁତ ଭଲ କାମ କରିଛନ୍ତି । ମିଣ୍ଟୋ ବ୍ରିଜ୍ ଏହାର ପ୍ରମାଣ ଅଟେ । ଏଥର ମିଣ୍ଟୋ ବ୍ରିଜ୍ ପୂର୍ଣ୍ଣ ନୁହେଁ । ମିଣ୍ଟୋ ବ୍ରିଜ୍ ଭଳି ଯୋଜନା ଦିଲ୍ଲୀର ଅନ୍ୟ ୧୪୭ ପଏଣ୍ଟରେ ମଧ୍ୟ କାର୍ଯ୍ୟକାରୀ ହେବ । ଯାହାଫଳରେ ଦିଲ୍ଲୀ ସମ୍ପୂର୍ଣ୍ଣ ଜଳ ପ୍ରବାହରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିବ ।