ଭାରତରେ ସମଲିଙ୍ଗୀ ବିବାହ; ଜାଣନ୍ତୁ, କଣ କହିଲେ ଦିଲ୍ଲୀ ହାଇକୋର୍ଟ?
Advertisement

ଭାରତରେ ସମଲିଙ୍ଗୀ ବିବାହ; ଜାଣନ୍ତୁ, କଣ କହିଲେ ଦିଲ୍ଲୀ ହାଇକୋର୍ଟ?

ଭାରତୀୟ ସମାଜରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିନାହିଁ। ଏହାକୁ ଅପ୍ରାକୃତିକ କର୍ମ ବା ପାପ ବୋଲି କୁହାଯାଏ। କିନ୍ତୁ ବିଶ୍ୱର ବିଭିନ୍ନ ଦେଶରେ ଏହାକୁ ଆଇନଗତ ମାନ୍ୟତା ମିଳିଛି। ଆମ ଦେଶରେ ବି ଅନେକ ସମଲିଙ୍ଗୀ ଯୋଡୀ ବିବାହ କରିଛନ୍ତି। କିନ୍ତୁ ଯେଉଁ କ୍ଷେତ୍ରରେ ସମାନଙ୍କୁ ପରିବାର ବା ସମାଜର ଗ୍ରହଣ କରୁନାହାନ୍ତି, ସେଠାରେ ସେମାନେ ଆତ୍ମହତ୍ୟା ଭଳି

ଭାରତରେ ସମଲିଙ୍ଗୀ ବିବାହ; ଜାଣନ୍ତୁ, କଣ କହିଲେ ଦିଲ୍ଲୀ ହାଇକୋର୍ଟ?

ନୂଆଦିଲ୍ଲୀ: ଭାରତୀୟ ସମାଜରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିନାହିଁ। ଏହାକୁ ଅପ୍ରାକୃତିକ କର୍ମ ବା ପାପ ବୋଲି କୁହାଯାଏ। କିନ୍ତୁ ବିଶ୍ୱର ବିଭିନ୍ନ ଦେଶରେ ଏହାକୁ ଆଇନଗତ ମାନ୍ୟତା ମିଳିଛି। ଆମ ଦେଶରେ ବି ଅନେକ ସମଲିଙ୍ଗୀ ଯୋଡୀ ବିବାହ କରିଛନ୍ତି। କିନ୍ତୁ ଯେଉଁ କ୍ଷେତ୍ରରେ ସମାନଙ୍କୁ ପରିବାର ବା ସମାଜର ଗ୍ରହଣ କରୁନାହାନ୍ତି, ସେଠାରେ ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବା ଗେଖିବାକୁ ମିଳିଛି।

୨ ବର୍ଷ ତଳେ ଭାରତରେ ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି। ନଭତେଜ ଜୋହର ବନାମ କେନ୍ଦ୍ର ସରକାରଙ୍କ ମାମଲାରେ ଉଚ୍ଚତମ ନ୍ୟାୟଳୟ ଏକ ଏୌତିହାସିକ ରାୟ ଦେଇଥିଲେ। କୋର୍ଟ କହିଥିଲେ ଯେ, ସମଲିଙ୍ଗୀ ବିବାହ କୌଣସି ଅପରାଧ ନୁହେଁ। ଯଦି ଉଭୟଙ୍କ ସହମତ ଅଛି ତେବେ, ସେମାନେ ବିବାହ କରିପାରିବେ ବୋଲି କୋର୍ଟ କହିଥିଲେ।

ନିକଟରେ ସମଲିଙ୍ଗୀ ବିବାହକୁ ନେଇ ଦିଲ୍ଲୀ ହାଇକୋର୍ଟରେ ୨ଟି ପିଟିସନ ଦାଖଲ ହୋଇଥିଲା। ୨ ଜଣ ହିନ୍ଦୁ ଯୋଡିଙ୍କ ହିନ୍ଦୁ ମ୍ୟାରେଜ ଆକ୍ଟ ଅଧିନରେ ବିବାହ ଅନୁମତି ହେବାକୁ ଅପିଲ ହୋଇଥିଲା। ଏହି ଆକ୍ଟର ଅନୁଚ୍ଛେଦ ୫ରେ କେବଳ ସମଧର୍ମୀଙ୍କ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଇନାହିଁ।

ଆଜି ଦିଲ୍ଲୀ ହାଇକୋର୍ଟରେ ଏହି ପିଟିସନର ଶୁଣାଣି ହୋଇଥିଲା। ଶୁଣାଣି କରି ଜଷ୍ଟିସ ରାଜୀବ ସାହାଇ ଓ ଜଷ୍ଟିସ ଆଶା ମେନନଙ୍କ ବ୍ୟାଞ୍ଚ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସମଲିଙ୍ଗୀ ବିବାହ ମାମଲାରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଏବଂ ଫରେନ ମ୍ୟାରେଜ୍ ଆକ୍ଟ ଉପରେ ପ୍ରତିକ୍ରିୟା ଲୋଡିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରୀ ୮ ତାରିଖରେ ହେବ।

ଶୁଣାଣି ବେଳେ ପ୍ରତିପକ୍ଷଙ୍କୁ ଜଷ୍ଟିସ ମେନନ କହିଛନ୍ତି, ଆମେ ଆମର ସୁରକ୍ଷା ପ୍ରତି ପ୍ରତିବନ୍ଧକ। ଆଇନ ଲିଙ୍ଗ ନିରପେକ୍ଷ। ଦୟାକରି ଦେଶର ସନାତନ ଧର୍ମର ନାଗରିକମାନଙ୍କୁ ଆଇନ ବୁଝାଇବାକୁ ଚେଷ୍ଟା କରନ୍ତୁ। ଏହା ଏକ ପ୍ରତିକୂଳ ଆବେଦନ ନୁହେଁ। ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାର ପାଇଁ ଉଦ୍ଧିଷ୍ଟ।

ସେପଟେ ପୂର୍ବରୁ ଅଭିଜିତ ଆୟର ମିତ୍ରାଙ୍କ ଦ୍ୱାରା ୩ଟି ସମଲିଙ୍ଗୀ ବିବାହ ପିଟିସନ ଦାଖଲ କରାଯାଇଛି। ଗତମାସରେ ଦିଲ୍ଲୀ ହାଇକୋର୍ଟରେ ହିଁ ଏହାର ଶୁଣାଣି ହୋଇଥିବା। ଏହି ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେତା କେନ୍ଦ୍ର  ସରକାରଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ ଯେ, ସମଲିଙ୍ଗୀ ବିବାହକୁ ଆମର ସଂସ୍କତି ଓ ଆଇନ ମାନ୍ୟତା ଦିଏ ନାହିଁ।