ଆଜି ନୂଆଦିଲ୍ଲୀର (New Delhi) ଶକରପୁର (Sakarpur) ଅଞ୍ଚଳରୁ ଦିଲ୍ଲୀ ସ୍ପେଶାଲ ସେଲ (Delhi Police Special cell) ୫ ଜଣ ଆତଙ୍କବାଦୀଙ୍କୁ (Terrorist) ଗିରଫ କରିଛି । ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହେବା ପରେ ସ୍ପେଶାଲ ସେଲ ଅଧିକାରୀ (Special Cell) ଉକ୍ତ ୫ ଜଣଙ୍କୁ ଗିରଫ କରିଥିଲା ।
Trending Photos
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର (New Delhi) ଶକରପୁର (Sakarpur) ଅଞ୍ଚଳରୁ ଦିଲ୍ଲୀ ସ୍ପେଶାଲ ସେଲ (Delhi Police Special cell) ୫ ଜଣ ଆତଙ୍କବାଦୀଙ୍କୁ (Terrorist) ଗିରଫ କରିଛି । ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହେବା ପରେ ସ୍ପେଶାଲ ସେଲ ଅଧିକାରୀ (Special Cell) ଉକ୍ତ ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଆତଙ୍କବାଦୀମାନେ (Terrorist) ହେଉଛନ୍ତି ଶବ୍ବିର ଅହମ୍ମଦ, ଆୟୁବ ପଠାନ, ରିୟାଜ ରାଥର, ଗୁରଜିତ ସିଂହ ଓ ସୁଖଦୀପ ସିଂହ ।
ଅଧିକ ପଢନ୍ତୁ: Corona Vaccine: ଟିକାକୁ ନେଇ ଆସିଲା ଭଲଖବର, ଟିକା ବ୍ୟବହାର ପାଇଁ ଆବେଦନ କଲା Serum
ସ୍ପେଶାଲ ସେଲ (Special Cell) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀମାନେ ପଞ୍ଜାବ (Punjab) ଓ ଜମ୍ମୁକାଶ୍ମୀରର (Jammu Kashmir) ମୁଳ ବାସିନ୍ଦା । ଏମାନଙ୍କର ଇସ୍ଲାମିକ (Islamic) ଓ ଖାଲିସ୍ତାନ (Khalistan) ଆତଙ୍କୀ ସଂଗଠନ ସହିତ ସମ୍ପୃକ୍ତି ରହିଥିବା ନେଇ ସ୍ପେଶାଲ ସେଲ ପକ୍ଷରୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ହୋଇଥିବା ବେଳେ ପୂର୍ବରୁ ସେମାନଙ୍କ ନାମରେ ହତ୍ୟାରେ ସାମିଲ ରହିଛନ୍ତି । ସେହିପରି ପଞ୍ଜାବର ଶୌର୍ଯ୍ୟଚକ୍ର ବିଜେତା ବଲବିନ୍ଦର ସିଂହ ସାଧୁଙ୍କ ହତ୍ୟା ମାମଲାରେ ଏହି ଆତଙ୍କବାଦୀମାନେ ସାମିଲ ରହିଛନ୍ତି ।
ଅଧିକ ପଢନ୍ତୁ: ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଡିସିପି ପ୍ରମୋଦ କୁମାର କୁଶଓ୍ୱାହ କହିଛନ୍ତି କି, ଦିଲ୍ଲୀର ଶକରପୁର ଅଞ୍ଚଳରୁ ଏହି ୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ହୋଇଥିବା ବେଳେ ୩ ଜଣ ଜାମ୍ମୁ କାଶ୍ମୀର ଅଞ୍ଚଳର । ସେମାନଙ୍କ ନିକଟରୁ ବନ୍ଧୁକ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ପୋଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଆତଙ୍କବାଦୀମାନଙ୍କୁ ନାର୍କୋ ଟେରୋରିଜିମ ପାଇଁ ଆଇଏସଆଇ ପକ୍ଷରୁ ସମର୍ଥନ ମିଳୁଥିଲା । ତେବେ ଆତଙ୍କୀ ସଂଗଠନର ନାଁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ ।