ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା
Advertisement
Article Detail0/zeeodisha/odisha800884

ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା

ଏପରିକି ପ୍ରଦୀପଙ୍କ ଅତି ନିକଟତର ରହିଆସିଥିବା ସୋରଡା ବିଧାୟକ ବିଗତ କେତେ ବର୍ଷ ମଧ୍ୟରେ ନିଜର ଆର୍ଥିକ ସାମ୍ରାଜ୍ୟ ବଢାଇ ଚାଲିଥିବା ବେଳେ ଗୋପାଳପୁର ବିଧାୟକଙ୍କ ପୁଞ୍ଜି ସୋରଡାରେ ନିବେଶ ହୋଇଥିବା ନେଇ ବିରୋଧି ଅଭିଯୋଗ ଆଣିଛନ୍ତି। ସେପଟେ ବିରୋଧିଙ୍କ ଅଭିଯୋଗ ଉପରେ ମୋହର ଲଗାଇଛନ୍ତି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ।

ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା

ରାଧାଶ୍ୟମ ଆଚାର୍ଯ୍ୟ,ବ୍ରହ୍ମପୁର: ଗୋପାଳପୁର ବିଧାୟକ (Gopalpur MLA) ପ୍ରଦୀପ ପାଣିଗ୍ରାହୀ ଙ୍କ (Pradeep Panigrahi) ପରେ ଏବେ ବଢିପାରେ ସୋରଡା ବିଧାୟକ (Surada MLA) ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ (Purna Chandra Swain) ଲଗି ଅଡୁଆ। ବିଧାୟକ ପୂର୍ଣ୍ଣଙ୍କ ଆକାଉଣ୍ଟରୁ ଲକ୍ଷାଧିର ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଏବେ ଭିଜିଲାନ୍ସ ସ୍କାନରକୁ (Vigilance Scanner) ଆସିଯାଇଛନ୍ତି ସୋରଡା ବିଧାୟକ।

ଏପରିକି ପ୍ରଦୀପଙ୍କ ଅତି ନିକଟତର ରହିଆସିଥିବା ସୋରଡା ବିଧାୟକ ବିଗତ କେତେ ବର୍ଷ ମଧ୍ୟରେ ନିଜର ଆର୍ଥିକ ସାମ୍ରାଜ୍ୟ ବଢାଇ ଚାଲିଥିବା ବେଳେ ଗୋପାଳପୁର ବିଧାୟକଙ୍କ ପୁଞ୍ଜି ସୋରଡାରେ ନିବେଶ ହୋଇଥିବା ନେଇ ବିରୋଧି ଅଭିଯୋଗ ଆଣିଛନ୍ତି। ଏଭଳି ପରିସ୍ଥିତିରେ ବିଧାୟକଙ୍କ ତଦନ୍ତ ରାସ୍ତାରେ ପୂର୍ଣ୍ଣ ମଧ୍ୟ ଭିଡିହେବା ନେଇ ଚର୍ଚ୍ଚା ହେଉଛି। 

 

 

 

 

fallback

 

Also Read: ପ୍ରଦୀପ ପାଣିଗ୍ରାହୀଙ୍କ କଳା ସାମ୍ରାଜ୍ୟ ଉପରୁ ହଟୁଛି ପରଦା!

ଚାକିରି ଠକେଇରେ ପୂର୍ଣ୍ଣଙ୍କ ସମ୍ପୃକ୍ତି ରହିଛି ନା ନାହିଁ ତାହା ଜଣା ପଡିନଥିବା ବେଳେ ପ୍ରଦୀପଙ୍କ ପୁଞ୍ଜି ଓ କ୍ଷମତାକୁ ନେଇ ସୋରଡାରେ ନିଜର କୋଟି କୋଟି ଟଙ୍କାର ଆର୍ଥିକ ସାମ୍ରାଜ୍ୟ ଛିଡା କରିଥିବା ଅଭିଯୋଗ ହୋଇଛି। ପ୍ରଥମେ କଂଗ୍ରେସ ଆଉ ଏବେ ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି। ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ-ପୁର୍ଣ୍ଣ ମଧୁଚନ୍ଦ୍ରିକାର ପେଡି ଖୋଲିଛନ୍ତି ବିରୋଧି। ସୋରଡା ଅଞ୍ଚଳରେ ସରକାରୀ ଜମିକୁ ନିଜ ଦଖଲରେ ରଖି ଟିଭିଏସ ଗାଡି ସୋରୁମ, ବାଦୁଆ ଠାରେ ସରକାରି ଜାଗାକୁ ନିଜ ଅକ୍ତିଆରକୁ ନେବା ଚକ୍ରାନ୍ତରେ ସେଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଇଟା-ଟାଇଲ ଫ୍ୟାକ୍ଟ୍ରି ନିର୍ମାଣ, ସେଠାରେ ସରକାରୀ ଅନୁଦାନରେ ପୋଖରୀ, ରାସ୍ତା, ଆଲୋକୀକରଣ ବ୍ୟବସ୍ଥାକୁ ନିଜ ସୁବିଧା ଲାଗି କରିବା, କଲେଜ ନିକଟରେ ନୂତନ ମୋଟର ସାଇକଲ ସୋରୁମ କାହାର ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧି।

fallback

Also Read: ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ଏପରିକି ଅନେକ ଜମି ବିଧାୟକ ପୂର୍ଣ୍ଣ ପ୍ରଦୀପ ପାଣିଗ୍ରାହୀଙ୍କ କଳ ବଳରେ ଲୋକଙ୍କୁ ଡରାଇ ଧମକାଇ ନିଜ ଦଖଲକୁ ନେବା ଲାଗି ଯୋଜନା ପ୍ରସ୍ତୁତ ଚଲାଇଥିବା ବେଳେ ହରଡ ଘଣାରେ ଫସି ଯାଇଛନ୍ତି ବିଧାୟକ। ପ୍ରଦୀପଙ୍କ ସହ ସୋରଡା-ପୋଲସରା ବିଧାୟକ ଦୁର୍ନୀତିରେ ଜଡିତ ରହିଥିବା ବେଳେ ସମସ୍ତ ଅଭିଯୋଗ ପ୍ରମାଣ ପତ୍ର ତଦନ୍ତକାରୀ ଟିମକୁ ପ୍ରଦାନ କରିବୁ ବୋଲି ବିଜେପି ଅଭିଯୋଗ ଆଣିଛି।

 

Also Read: ଝାରପଡ଼ାରେ ପ୍ରଦୀପ, କଏଦୀଙ୍କ ମଧ୍ୟରେ ବିତିଲା ଦି' ରାତି

ସେପଟେ ବିରୋଧିଙ୍କ ଅଭିଯୋଗ ଉପରେ ମୋହର ଲଗାଇଛନ୍ତି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ (Ex Berhampur MLA) ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ (Dr.Ramesh Chandra Chau Patnaik)। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଶ୍ୱଶୁର ଘର ସୋରଡା ହୋଇଥିବା ବେଳେ ସେଠାରେ ପୂର୍ଣ୍ଣଙ୍କ ସହ ମିଶି ବ୍ୟବସାୟ କରିବା ଓ କଳାଧନ ନିବେଶ କରିଥିବା କଥାକୁ ସ୍ବୀକାର କରିବା ସହ ତଦନ୍ତ ହେଲେ ସତ୍ୟତା ପଦାକୁ ଆସିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଚ୍ୟାଉବାବୁ। ଏପରିକି ଆଗାମୀ ଦିନରେ ଦଳୀୟ ସୁପ୍ରିମୋଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଠକେଇ ସହ ମଦ ବ୍ୟବସାୟ, ମାଫିଆଗିରି ଭଳି ଅନେକ ଅଭିଯୋଗ ଭିତରକୁ ଛନ୍ଦି ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଆଇନ ତା ବାଟରେ ଯିବ କହିଛନ୍ତି।