ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ
Advertisement
Article Detail0/zeeodisha/odisha922203

ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ

ବରିଷ୍ଠ ଡାକ୍ତର ଏବଂ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଦ୍ଧବ ଠାକରେ (Uddhav Thackeray) କହିଛନ୍ତି ଯେ, ରାଜ୍ୟର ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଔଷଧ ଓ ଆବଶ୍ୟକ ଉପକରଣ ଉପଲବ୍ଧତାକୁ ନିଶ୍ଚିତ କରିବା ଉଚିତ । ଯାହା ଦ୍ୱାରା କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ କରାଯାଇପାରିବ ଓ ଲୋକଙ୍କୁ ସଠିକ ସମୟରେ ଚିକିତ୍ସା ସହାୟତା ପହଞ୍ଚାଯାଇହେବ । 

ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ

ନୂଆଦିଲ୍ଲୀ: ଦେଶରେ ଏବେ ମଧ୍ୟ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ଜାରି ରହିଛି । ଏହି ସମୟରେ କୋରୋନାର ତୃତୀୟ ଲହର (Third Wave of COVID-19) କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋରୋନାର ତୃତୀୟ ଲହର ସମ୍ପର୍କରେ ଗାଇଡଲାଇନ୍ ଦେଇ କହିଛନ୍ତି ଯେ ଆମେ ଦୁଇଟି ଲହର ଦେଖିଛୁ ଓ ଆମର ପ୍ରସ୍ତୁତି ମଧ୍ୟ ଜାଣିଛୁ । ବର୍ତ୍ତମାନ ତୃତୀୟ ଲହରର ବିପଦ ରହିଛି ଏବଂ କୋରୋନାର ନୂତନ ଡେଲଟା ପ୍ଲସ୍ ଭାରିଏଣ୍ଟ ବା ପ୍ରକାର (Delta Plus Variant) ତୃତୀୟ ଲହରକୁ ଆହୁରି ଗମ୍ଭୀର କରିପାରେ । ତେଣୁ ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଉଚିତ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ୨୩୩୦ ସଂକ୍ରମିତଙ୍କ ମୃତ୍ୟୁ

ବରିଷ୍ଠ ଡାକ୍ତର ଏବଂ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଦ୍ଧବ ଠାକରେ (Uddhav Thackeray) କହିଛନ୍ତି ଯେ, ରାଜ୍ୟର ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଔଷଧ ଓ ଆବଶ୍ୟକ ଉପକରଣ ଉପଲବ୍ଧତାକୁ ନିଶ୍ଚିତ କରିବା ଉଚିତ । ଯାହା ଦ୍ୱାରା କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ କରାଯାଇପାରିବ ଓ ଲୋକଙ୍କୁ ସଠିକ ସମୟରେ ଚିକିତ୍ସା ସହାୟତା ପହଞ୍ଚାଯାଇହେବ । 

ଏହି ବୈଠକରେ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି, ତେଣୁ ଯଦି ଏହି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ କାରଣରୁ ତୃତୀୟ ଲହର ଆସେ, ତେବେ ଦ୍ୱିଗୁଣା ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରର ପ୍ରଥମ ଲହରରେ ୧୯ ଲକ୍ଷ ସଂକ୍ରମିତ ଓ ଦ୍ୱିତୀୟ ଲହରରେ ୪୦ ଲକ୍ଷ  ସଂକ୍ରମିତ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ତୃତୀୟ ଲହରରେ ଏହି ସଂଖ୍ୟା ବର୍ତ୍ତମାନର ସଂକ୍ରମିତଙ୍କ ଠାରୁ ଦ୍ୱିଗୁଣ ହୋଇପାରେ, ଯେଉଁଥିରେ ୧୦ ପ୍ରତିଶତ ପିଲା ମଧ୍ୟ ସାମିଲ ହେବେ । ବର୍ତ୍ତମାନର କୋଭିଡ ସୁବିଧା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକ କରିଥିଲେ । ଯେଉଁଥିରେ ତୃତୀୟ ଲହରର ସମ୍ଭାବନାକୁ ମଧ୍ୟ ବିଚାର କରାଯାଇଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ମହାରାଷ୍ଟ୍ର ଦେଶର ସେହି ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ ଯେଉଁଠାରେ ମହାମାରୀ ଅଧିକ ପ୍ରଭାବିତ କରିଛି ।

ଅଧିକ ପଢ଼ନ୍ତୁ:-ତୃତୀୟ ଲହରର କାରଣ ପାଲଟିବ କି କୋରୋନାର ନୂଆ ଭାରିଏଣ୍ଟ 'Delta Plus'? ଜାଣନ୍ତୁ ଏହି ମାରାତ୍ମକ ରୂପର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା...

ମହାରାଷ୍ଟ୍ରରେ ମହାମାରୀ ରୋକିବା ପାଇଁ ଗଠିତ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ରାହୁଲ ପଣ୍ଡିତ କୁହନ୍ତି ଯେ, "ତୃତୀୟ ଲହରକୁ କିପରି ନିୟନ୍ତ୍ରଣ କରିବା ଆମ ହାତରେ । ଆମେ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଉଚିତ ଏବଂ ଦୁଇଟି ମାସ୍କ ବ୍ୟବହାର କରିବା ଉଚିତ୍ । ଯଦି ଆମେ ସାଧାରଣ ସତର୍କତା ଅବଲମ୍ବନ କରୁନାହୁଁ, ତୃତୀୟ ଲହର ଆହୁରି ବଡ ହୋଇପାରେ ।" ସେପଟେ ଟିକାକରଣର ପରିସର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ପ୍ରଥମ ଲହର ମହାରାଷ୍ଟ୍ରକୁ ଆଘାତ କଲା, ସେତେବେଳେ ଏହାକୁ ରୋକିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୁବିଧା ନଥିଲା, କିନ୍ତୁ ଆମେ ଆଗକୁ ବଢିଛୁ ଓ ଆମର ସୁବିଧା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ହେଉଥିବା ଟିକାକରଣର ଲାଭ ମଧ୍ୟ ଏଠାରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ରାଜ୍ୟକୁ ୪୨ କୋଟି ଡୋଜ ମିଳିବ ଏବଂ ଏହା ଦ୍ୱାରା ମହାରାଷ୍ଟ୍ରବାସୀ ଉପକୃତ ହେବେ ।