ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ
Advertisement
Article Detail0/zeeodisha/odisha1136818

ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ

ପଡୋଶୀ ଛତିଶଗଡର ରାୟଗଡ ଜିଲ୍ଲାରେ ଘଟିଯାଇଛି ଏହି ଘଟଣା।   

ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ

ରାୟପୁର: ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜସ୍ୱ ବିଭାଗ। ଏକ ଜବର ଦଖଲ ମାମଲାରେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ପୂଜାରୀ କିମ୍ବା ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପରିବର୍ତ୍ତେ ମନ୍ଦିରକୁ ନୋଟିସ ପଠାଇବା ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଜବାବ ମାଗିଛି ରାଜସ୍ୱ ବିଭାଗ। ପଡୋଶୀ ଛତିଶଗଡର ରାୟଗଡ ଜିଲ୍ଲାରେ ଘଟିଯାଇଛି ଏହି ଘଟଣା।   

ରାୟଗଡ଼ ଜିଲ୍ଲାର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଯୁଗଳ କିଶୋର ଉର୍ବଶାଙ୍କ ଦ୍ୱାରା ଅତିରିକ୍ତ ତହସିଲଦାର ବିକ୍ରାନ୍ତ ରାଠୋଡଙ୍କୁ ଶନିବାର ଜାରି କରାଯାଇଥିବା ନୋଟିସ ଅନୁଯାୟୀ ମନ୍ଦିର ପୁରୋହିତଙ୍କ ବଦଳରେ ମନ୍ଦିର ନାମରେ ନୋଟିସ ପଠାଇବା ସମ୍ପୂର୍ଣ୍ଣ ଭୁଲ୍ ଏବଂ ଏପରି କାର୍ଯ୍ୟ ଠିକ୍ ନୁହେଁ।    

ଗତ ଶୁକ୍ରବାର ଛତିଶଗଡ଼ରେ ଏକ ଅଦାଲତରେ ହାଜର ହୋଇଥିଲେ ଭଗବାନ ଶିବ। ଏପରି କାମ ଛତିଶଗଡ଼, ରାୟଗଡ ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କ କାରଣରୁ ସମ୍ଭବ ହୋଇଥିଲା। ପ୍ରଥମେ ରାଜସ୍ୱ କର୍ତ୍ତୃପକ୍ଷ ଭାଗବାନ ଶିବଙ୍କୁ ଅଭିଯୁକ୍ତ କରି ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ। ହେଲେ କୋର୍ଟରେ ହାଜର ନହେବା ଘଟଣାରେ ଭଗବାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ଭଗବାନ ନିଜେ ଆସିପାରିବେ ନାହିଁ ଏଭଳି ପରିସ୍ଥିତିରେ ତାଙ୍କର ଭକ୍ତ ଅର୍ଥାତ୍ ସ୍ଥାନୀୟ ଲୋକେ ଶିବ ଲିଙ୍ଗଙ୍କୁ ଉଠାଇ ଆଣି କୋର୍ଟରେ ହାଜର କରିଥିଲେ। ହେଲେ କୋର୍ଟରେ ଭାଗବାନଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। କାରଣ ତହସିଲଦାର ନମିଳିବା ପରେ କୋର୍ଟ ଭଗବାନଙ୍କ ସହ ଜଡି଼ତ ମାମଲାର ଶୁଣାଣି ଲାଗି ଆଉ ଏକ ତାରିଖ ଦେଇଥିଲେ।

Also Read: ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର

ରାୟଗଡ ଜିଲ୍ଲାରେ ବେଆଇନ ଦଖଲ ଏବଂ ନିର୍ମାଣ ସମ୍ପର୍କରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାୟଗଡ ତହସିଲ କୋର୍ଟ ଏକ ଦଳ ଗଠନ କରି ଏ ଘଟଣାରେ କୌହାକୁଣ୍ଡା ଗ୍ରାମରେ ଯାଞ୍ଚ କରିଥିଲା। ଏଥିରେ ଅନେକ ଲୋକଙ୍କ ପାଖରେ ବେଆଇନ ଜବର ଦଖଲ ମିଳିଥିଲା। ଏହା ପରେ କୋର୍ଟ ୧୦ ଜଣଙ୍କୁ ନୋଟିସ ଜାରି କରିଥିଲେ। ଏନେଇ କୁହାଯାଇଥିଲା ଯେ ଯଦି ସେ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ନ ହୁଅନ୍ତି ତାହେଲେ ସେମାନଙ୍କୁ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସେମାନଙ୍କ ନିୟନ୍ତ୍ରଣରେ ଥିବା ଜବର ଦଖଲ ହଟାଯିବ। ଏହା ସହିତ କୌଣସି ପ୍ରକାର ନିର୍ମାଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଥିଲା।

ନିକଟରେ ରାୟଗଡ ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଠି ବେଆଇନ ଜମି ଜବର ଦଖଲ କରିବା ଅଭିଯୋଗରେ ଭଗବାନ ଶିବଙ୍କୁ ନୋଟିସ ଜାରି କରିଥିଲେ ତହସିଲ କୋର୍ଟ। ଏହାର ଜବାବରେ ଗତ ଶୁକ୍ରବାର ତହସିଲ କୋର୍ଟରେ ପହଞ୍ଚିଥିଲେ ନିଜେ ଭଗବାନ। ଯଦିଓ ନିଜେ ଭଗବାନ ଠିକ୍ ସମୟରେ ପହଞ୍ଚିଥିଲେ ହେଲେ ନୋଟିସ୍ ଦେଇଥିବା ଅଧିକାରୀ ତହସିଲ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ଏହି ମାମଲାର ବିଚାର ପାଇଁ ଭଗବାନଙ୍କୁ ଅନ୍ୟ ଏକ ତାରିଖରେ ହାଜର ହେବାକୁ ପଡିବ।

ରାୟଗଡ଼ ନଗର ନିଗମ କ୍ଷେତ୍ର ଅଧିନସ୍ଥ ୱାର୍ଡ ନମ୍ବର ୨୫ ଠାରେ କୌହାକୁଣ୍ଡାରେ ଜଣେ ମହିଳାଙ୍କ ଦ୍ୱାରା ସରକାରୀ ଜମିରେ ବେଆଇନ ଦଖଲ ହଟାଇବା ପାଇଁ ଛତିଶଗଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି  ଆବେଦନ ଉପରେ ଶୁଣାଣି କରି ଛତିଶଗଡ଼ ହାଇକୋର୍ଟ ରାୟଗଡ ତହସିଲ କୋର୍ଟକୁ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲ କୋର୍ଟ ସମ୍ପୃକ୍ତ ଲୋକଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଯେଉଁଥିରେ କୌହାକୁଣ୍ଡା ଶିବ ମନ୍ଦିରକୁ ନୋଟିସ ଦିଆଯାଇଥିଲା। 

Also Read: ପୂଜା ଉତ୍ସବ ମେଳାରେ ଅଣ ହିନ୍ଦୁ ସମ୍ପ୍ରଦାୟକୁ ମିଳିବ ନାହିଁ ଦୋକାନ ଖୋଲିବାକୁ ଅନୁମତି

ଏଭଳି ପରିସ୍ଥିତିରେ ଗତ ଶୁକ୍ରବାର କୌହାକୁଣ୍ଡା ଲୋକେ ଶିବଲିଙ୍ଗଙ୍କୁ ରିକ୍ସାରେ ନେଇ ନୋଟିସ ସହ ତହସିଲ କୋର୍ଟରେ ପହଞ୍ଚିଥିଲେ। ଜନ ଶୁଣାଣିରେ ବ୍ୟସ୍ତ ଥିବାରୁ ତହସିଲଦାର ଏହି ଅଭିଯୋଗରେ ଶୁଣାଣି କରିପାରିନଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି୍ ଅତିରିକ୍ତ ତହସିଲଦାର କହିଛନ୍ତି ଯେ ତ୍ରୁଟି ହେତୁ ମନ୍ଦିରକୁ ନୋଟିସ ଜାରି କରାଯାଇଛି। ଏହି ପ୍ରସଙ୍ଗରେ ଅନ୍ୟ ଲୋକଙ୍କୁ ନୋଟିସ ଦିଆଯାଇଛି।  ଆସନ୍ତା ଏପ୍ରିଲ ୧୩ ତାରିଖରେ ଏହି ମାମଲାର ଶୁଣାଣି ହେବ।