ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର
Advertisement
Article Detail0/zeeodisha/odisha1135399

ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର

ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ ମନ୍ଦିରରେ ଆୟୋଜିତ ହେଉଥିବା ବାର୍ଷିକ ମେଳା ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଅଣ ହିନ୍ଦୁ ଅଥବା ଅନ୍ୟ କୌଣସି ସମ୍ପ୍ରଦାୟକୁ ବ୍ୟବସାୟ କରିବା ଲାଗି ଅନୁମତି ନ ଦେବାକୁ ହୋଇଛି ଦାବି। 

ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅବସ୍ଥିତ ମାରି ଗୁଡି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଏଥର ଅଣ ହିନ୍ଦୁ ଅଥବା ଅନ୍ୟ କୌଣସି ସମ୍ପ୍ରଦାୟକୁ ମନ୍ଦିର ପକ୍ଷରୁ ଆୟୋଜିତ ହେଉଥିବା ସୁଗି ମାରି ପୂଜା ମହୋତ୍ସବରେ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବ ନାହିଁ। କେତେକ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଦାବି କ୍ରମେ ଏହି ନିଷ୍ପତ୍ତି ନେଇଥିଲା ମନ୍ଦିର ପ୍ରଶାସନ।

ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ ମନ୍ଦିରରେ ଆୟୋଜିତ ହେଉଥିବା ବାର୍ଷିକ ମେଳା ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଅଣ ହିନ୍ଦୁ ଅଥବା ଅନ୍ୟ କୌଣସି ସମ୍ପ୍ରଦାୟକୁ ବ୍ୟବସାୟ କରିବା ଲାଗି ଅନୁମତି ନ ଦେବାକୁ ହୋଇଛି ଦାବି। 

ମାରି ଗୁଡି ମନ୍ଦିର ପକ୍ଷରୁ ଆୟୋଜିତ ହେଉଥିବା ସୁଗି ମାରି ପୂଜା ମହୋତ୍ସବରେ ଦୋକାନ ଖୋଲିବାକୁ କୌଣସି ଅଣ ହିନ୍ଦୁ ସମ୍ପ୍ରଦାୟକୁ ଅନୁମତି ଦିଆନଯାଉ। ଏନେଇ କରାଯାଇଥିବା ଦାବି ବାବଦରେ ଜଣାଇବା ବ୍ୟାନର ପୋଷ୍ଟର ମଧ୍ୟ ଲଗାଯାଇଥିଲା। ଏଭଳି ପୋଷ୍ଟର ଏବେ ପ୍ରଦ୍ୱିଦରୀ ମନ୍ଦିର ଉତ୍ସବ ଏବଂ ଦକ୍ଷିଣ କନ୍ନଡ ଜିଲ୍ଲାରେ ଅବସ୍ଥିତ କେତେକ ମନ୍ଦିରରେ ଦେଖିବାକୁ ମିଳିଛି। 

Also Read: ପୂଜା ଉତ୍ସବ ମେଳାରେ ଅଣ ହିନ୍ଦୁ ସମ୍ପ୍ରଦାୟକୁ ମିଳିବ ନାହିଁ ଦୋକାନ ଖୋଲିବାକୁ ଅନୁମତି

ମାରି ଗୁଡି ମନ୍ଦିର ପ୍ରଶାସନ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଦାବି ଉପରେ ବିଚାର କରିଥିଲା। କେତେକ ହିନ୍ଦୁ ସଙ୍ଗଠନର କର୍ମ କର୍ତ୍ତା ରାଜ୍ୟର ବିଭିନ୍ନ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ଏନେଇ ସ୍ମାରକପତ୍ର ଦେଇଥିଲେ। କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ନିୟମ ୨୦୨୨ ଏବଂ ଧର୍ମାର୍ଥ ଅଧିନିୟମ ୧୯୯୭ ବାବଦରେ ଉଲ୍ଲେଖ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ମହୀଶୂର ଶାଖା ପକ୍ଷରୁ ଶନିବାର ଧର୍ମାର୍ଥ ବିଭାଗ ଅଧିକାରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ଅଣ ହିନ୍ଦୁ ବ୍ୟବସାୟୀଙ୍କୁ ରାଜ୍ୟର ବିଭିନ୍ନ ମନ୍ଦିର ପକ୍ଷରୁ ଆୟୋଜିତ ହେଉଥିବା ବାର୍ଷିକ ଉତ୍ସବ ତଥା ଧାର୍ମିକ କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ବାରଣ କରାଯାଉ ବୋଲି ଦାବି କରିଛି।

ମହୀଶୂର ସ୍ଥିତ ପ୍ରସିଦ୍ଧ ଚାମୁଣ୍ଡେଶ୍ୱରୀ ମନ୍ଦିର ନିକଟରେ ମୁସଲମାନ ବ୍ୟବସାୟୀଙ୍କୁ ଦିଆଯାଇଥିବା ଦୋକାନ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି। ଏନେଇ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ପ୍ରଦାନ କରିଥିବା ରାୟ ମୁସଲମାନ ସମୁଦାୟ ଯେଉଁ ବନ୍ଦ ଡାକରା ଦିଆଯାଇଥିଲା ତାହା ବିରୋଧରେ ଜବାବ ଦେବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। 

Also Read: ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ

ହିନ୍ଦୁ ମନ୍ଦିର ପକ୍ଷରୁ ଆୟୋଜିତ ହୋଉଥିବା ଧାର୍ମିକ କାର୍ଯ୍ୟକ୍ରମରୁ ଅଣ ହିନ୍ଦୁ ବ୍ୟବସାୟୀଙ୍କୁ ଦୂରେଇ ରଖିବା ପାଇଁ ମାଣ୍ଡ୍ୟ, ଶିମୋଗା, ଚିକ୍କମଗଲୁର, ତୁମକୁର, ହାସନ ସମେତ ଅନ୍ୟ ସ୍ଥାନରେ ଏପରି ଦାବି ପତ୍ର ପ୍ରଦାନ କରାଯାଇଛି। ନିକଟରେ ଯେତେବେଳେ କର୍ଣ୍ଣାଟକ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା ସେତେବେଳେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ପକ୍ଷରୁ କୁହାଯାଇଥିଲା ହିନ୍ଦୁ ଧର୍ମାନୁଷ୍ଠାନ ନିକଟରେ ଅବସ୍ଥିତ ଜମି କିମ୍ବା ଘର ଅଥବା ଅନ୍ୟ କୌଣସି ସମ୍ପତ୍ତି ଅଣ ହିନ୍ଦୁଙ୍କୁ ଲିଜ୍ ଆକାରରେ ଦିଆଯାଇପାରିବ ନାହିଁ। ଏହା ଅଧିନରେ ରାସ୍ତାରେ ବ୍ୟବସାୟ କରୁଥିବା ବୁଲା ବିକାଳୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।