Kharavela Swain: ବିଜେପିର ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ: ଖାରବେଳ କହିଲେ ସ୍ୱାଧୀନ ଲଢ଼ିବି
Advertisement

Kharavela Swain: ବିଜେପିର ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ: ଖାରବେଳ କହିଲେ ସ୍ୱାଧୀନ ଲଢ଼ିବି

ଭୁବନେଶ୍ୱର: ସାଂସଦ ଟିକେଟ ବଣ୍ଟାକୁ ନେଇ ଓଡ଼ିଶା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ ନିଜର ଅସନ୍ତୋଷ ଜାହିର କରି କହିଛନ୍ତି, କିଛି କୁଚକ୍ରୀଙ୍କ ଯେୋଗୁ ତାଙ୍କ ଟିକଟ କଟିଛି। ସେ ସ୍ୱାଧୀନ ଭାବେ ଲଢ଼ିବେ।  ଖାଲି ସେତିକି ନୁହେଁ, ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Kharavela Swain: ବିଜେପିର ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ: ଖାରବେଳ କହିଲେ ସ୍ୱାଧୀନ ଲଢ଼ିବି

Kharavela Swain: ଭୁବନେଶ୍ୱର: ସାଂସଦ ଟିକେଟ ବଣ୍ଟାକୁ ନେଇ ଓଡ଼ିଶା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ ନିଜର ଅସନ୍ତୋଷ ଜାହିର କରି କହିଛନ୍ତି, କିଛି କୁଚକ୍ରୀଙ୍କ ଯେୋଗୁ ତାଙ୍କ ଟିକଟ କଟିଛି। ସେ ସ୍ୱାଧୀନ ଭାବେ ଲଢ଼ିବେ। 

ଖାଲି ସେତିକି ନୁହେଁ, ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ନାଁକୁ କେନ୍ଦ୍ରକୁ ସୁପାରିସ କରିଥିଲେ। କିନ୍ତୁ କିଛି କୁଚକ୍ରୀ ତାଙ୍କ ନାଁକୁ କାଟି ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥର କରିଛନ୍ତି। ଏଣୁ ସେ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ। ଯଦି ଜିତିବେ ତେବେ ବିଜେପିରେ ମିଶିବେ ବୋଲି କହିଛନ୍ତି ଖାରବେଳ। ଏଥିରେ ଯଦି କେହି ଅରାଜି ତେବେ ତାଙ୍କୁ ଦଳରୁ ବହିଷ୍କାର କରିପାରନ୍ତି ବୋଲି ସେ କହିଛନ୍ତି। 

ଗତକାଲି ରାତିରେ ବିଜେପି ପକ୍ଷରୁ ରାଜ୍ୟାର ୨୧ଟି ଲୋକସଭା ଆସନ ଭିତରୁ ୧୮ଟିଲାଗି ପ୍ରାର୍ଥୀ ପତ୍ର ଘୋଷଣା କରାଯାଇଛି। ଏଥିରେ ଯେଉଁ ୪ ସାଂସଦଙ୍କୁ ପୁଣିଥରେ ଟିକଟ ଦିଆଯାଇଛି ସେମାନଙ୍କ ଭିତରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ। ପୂର୍ବରୁ ଖାରବେଳ ଏକ ଟିଭି ଚ୍ୟାନେଲ୍‍କୁ ଇଣ୍ଟର୍ଭ୍ୟୁ ନେଇ କହିଥିଲେ ଯ, ସେ ବାଲେଶ୍ୱରରରୁ ଲୋକସଭା ପାଇଁ ଲଢ଼ିବେ। ଯଦି ପାର୍ଟି ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିବେ ତେବେ ସେ ତାଙ୍କୁ ସମ୍ମାନ ଦେବେ ନହେଲେ ନିଜେ ଲଢ଼ିବେ ବୋଲି କହିଥିଲେ। 

ଅପରପକ୍ଷେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନିର୍ବାଚନ କମିଟିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଏହାକୁ ପରିବର୍ତ୍ତନର ନିୟମ ବୋଲି କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ଦଳର କର୍ମୀ ହିସାବରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ସମ୍ପାଦନ କରିବେ।