Air Pollution: ସିଗାରେଟ ନାଁ ବାଣ? ବାୟୁ ପ୍ରଦୂଷଣ ପଇଁ କିଏ ଅଧିକ ଦାୟୀ?
Advertisement
Article Detail0/zeeodisha/odisha1396389

Air Pollution: ସିଗାରେଟ ନାଁ ବାଣ? ବାୟୁ ପ୍ରଦୂଷଣ ପଇଁ କିଏ ଅଧିକ ଦାୟୀ?

Cause of Air Polllution: ପ୍ରତିବର୍ଷ ଦିପାବଳୀ ଅବସରରେ ବାଣ ଫୁଟାଇବା କାରଣରୁ ହେଉଥିବା ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଯାଏ ବିତର୍କ। 

 Air Pollution: ସିଗାରେଟ ନାଁ ବାଣ? ବାୟୁ ପ୍ରଦୂଷଣ ପଇଁ କିଏ ଅଧିକ ଦାୟୀ?

Firecracker vs Cigarette: ଦିପାବଳୀ ଆଗମନ ସହିତ ସମଗ୍ର ଦେଶରେ ଏକ ଉତ୍ସବର ମାହୋଲ ରହିଛି। ଦେଶରେ ବେଶ ଧୂମଧାମର ସହ ପାଳିତ ହୋଇଥାଏ ଆଲୋକର ପର୍ବ ଦିପାବଳୀ। ଏହି ପର୍ବ ପହଞ୍ଚିବା ମାତ୍ରେ ଉତ୍ସବ ସହ ଆତସବାଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ପ୍ରତିବର୍ଷ ଦିପାବଳୀ ଅବସରରେ ବାଣ ଫୁଟାଇବା କାରଣରୁ ହେଉଥିବା ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଯାଏ ବିତର୍କ। ସରକାର ପ୍ରତିବର୍ଷ ବାଣ ଉପରେ କଟକଣା ଲଗାଇଥାନ୍ତି। ହେଲେ ଏଥର ଦିଲ୍ଲୀ ପାରମ୍ପରିକ ବାଣ ସହ ସବୁଜ ବାଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଅନେକ ଲୋକ ଏହା ମଧ୍ୟ କହୁଛନ୍ତି ବିନା ବାଣରେ ଦିପାବଳୀ କିପରି ପାଳନ କରାଯିବ? କ'ଣ ସତରେ ବାଣରୁ ବାହାରୁଥିବା ଧୂଆଁ ଏତେ ବିଷାକ୍ତ? କାରଣ ଏହାକୁ ନେଇ ପ୍ରତିବର୍ଷ ଦିୱାଲୀ ବେଳେ ଜୋରସୋରରେ ଚର୍ଚ୍ଚା ହୋଇଥାଏ। 

ଭାରତରେ ବାଣ ଫୁଟାଇବାର ଇତିହାସ ବହୁତ ପୁରୁଣା। ପ୍ରାଚୀନ ଗ୍ରନ୍ଥ ଅର୍ଥଶାସ୍ତ୍ରରେ ଏପରି ଏକ ଚୁର୍ଣ୍ଣ ଅର୍ଥାତ ପାଉଡର ବାବଦରେ କୁହାଯାଇଛି। ଯଦି ଏହାକୁ ଏକ ନଳୀ ମଧ୍ୟରେ ଭର୍ତ୍ତି କରାଯାଏ, ତାହେଲେ ଏହା ବିସ୍ଫୋରଣ କରିଥାଏ। ବହୁ ପୂର୍ବରୁ ଭାରତରେ ଆତସବାଜି ଜଳା ଯାଉଥିଲା। ଗତ ୧୪୦୦-୧୯୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସର୍ବସାଧାରଣରେ ଦେଶକୁ ଆତସବାଜି ଆସିଥିବାର ଇତିହାସ କୁହେ।

ଦେଶ ସ୍ୱାଧିନ ହେବା ପରେ ମଧ୍ୟ ବାଣ ଫୁଟା ଯାଇଥିଲା। ହେଲେ ବର୍ତ୍ତମାନ ଦିପାବଳୀରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଉଛି। କାରଣ ଏପରି କରିବା ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ। କହିବାକୁ ଗଲେ ଖରାପ ବାୟୁକୁ ଆହୁରି ଖରାପ ହେବାରୁ ରୋକା ଯାଇପାରିବ। ଗତ ୨୦୧୮ ବର୍ଷରେ ମିନେସୋଟା ୟୁନିଭରସିଟି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ଆଣ୍ଡ ପଲିସି ଦିଲ୍ଲୀର ଖରାପ ବାୟୁରେ ବାଣର ପ୍ରଭାବ ଉପରେ ଏକ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ଯେ ଦିଲ୍ଲୀର PM2.5 ପରିମାଣ ପ୍ରତିବର୍ଷ ୪୦% ପ୍ରତିଶତ ବୃଦ୍ଧି ପାଇଛି। ହେଲେ ଯେତେବେଳେ ଦିପାବଳୀ ଅବସରରେ ବାଣ ଫୁଟାଯାଏ ସେତେବେଳେ ଏହାର ମାତ୍ରେ ୧୦୦%  ବୃଦ୍ଧି ପାଇଥିବାର ଜଣାପଡ଼ିଥିଲା।

Also Read: Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ

ଯଦି ବାୟୁ ପ୍ରଦୂଷଣ ହୁଏ ତାହେଲେ ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ଅନୁଭୂତ ହେବ। ଏହା ଦ୍ୱାରା ଲୋକଙ୍କ ଆୟୁ ହ୍ରାସ ପାଇଥାଏ। ଏହି କାରଣରୁ ଦିଲ୍ଲୀର ଲୋକଙ୍କ ବୟସ ୯.୭ ବର୍ଷ ହ୍ରାସ ପାଇଛି। ବାୟୁ ଭଲ କିମ୍ବା ଖରାପ, ଏହା କେବଳ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ଦ୍ୱାରା ଜଣାପଡ଼େ। ଯେତେବେଳେ ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଥାଏ, ସେତେବେଳେ ଏହା ଭଲ ବୋଲି ବିବେଚନା କରାଯାଏ। ହେଲେ ଯେତେବେଳେ ଏହାର ମାତ୍ରା ୪୦୧-୫୦୦ ମଧ୍ୟରେ ରହିଥାଏ ବାୟୁ ଅତ୍ୟଧିକ ପ୍ରଦୂଷିତ ହୋଇଥାଏ। ଗତ ବର୍ଷ ଦୀପାବଳିରେ ଏକ୍ୟୁଆଇ ମାତ୍ରା ୪୬୨ ରହିଥିଲା। ​​ଯାହାକୁ ଅତି ଗୁରୁତର ଭାବେ ବିବେଚନା କରାଯାଏ।

ସମଗ୍ର ବିଶ୍ୱରେ ପ୍ରାୟ ୯୯ ପ୍ରତିଶତ ଲୋକ ଖରାପ ବାୟୁରେ ନିଶ୍ୱାସ ନେଉଛନ୍ତି। ବାଣ ବାୟୁକୁ ଖରାପ କରି ଦେଇଥାଏ। ସେମାନେ ବାୟୁରେ ପ୍ରଦୂଷକ ବୃଦ୍ଧି କରନ୍ତି। ଗତ ୨୦୧୬ ବର୍ଷରେ ହଇଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଆମର କଳ୍ପନା ଠାରୁ ବାଣ ଅଧିକ ବିପଜ୍ଜନକ।  ଗୋଟିଏ ସାପ ବାଣ ଜଳାଇବା ଦ୍ୱାରା ଯେତିକି ପ୍ରଦୂଷଣ ହୋଇଥାଏ, ସେତିକି ପ୍ରଦୂଷଣ ୨୯୩୨ ଖଣ୍ଡ ସିଗାରେଟ୍ ଜଳିବା ଦ୍ୱାରା ହୋଇଥାଏ।  ଅନ୍ୟପକ୍ଷରେ ଗୋଟିଏ ହଣ୍ଟର୍ ବୋମା ଜାଳିବା ଦ୍ୱାରା ଯେତିକି ପ୍ରଦୂଷଣ ହୋଇଥାଏ, ସେତିକି ପ୍ରଦୂଷଣ ୧୩୧୬ ଖଣ୍ଡ ସିଗାରେଟ୍ ଜଳିବା ଦ୍ୱାରା ହୋଇଥାଏ। 

ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ କେବଳ ବାଣକୁ ଦାୟୀ କରିବା ଠିକ୍ ନୁହେଁ। ବାଣ କାରଣରୁ ଯଦିଓ ପ୍ରଦୂଷଣ ହୋଇଥାଏ। ହେଲେ ବାୟୁ ପ୍ରଦୂଷଣର ଅନ୍ୟାନ୍ୟ କାରଣ ରହିଛି। ଯେପରିକି ପରିବହନ, ଶିଳ୍ପ, ନିର୍ମାଣ ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ର। ବାଣ ଫୁଟାଇବାକୁ ନେଇ ଗତ ୨୦୧୮ ବର୍ଷରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ କେବଳ ସବୁଜ କିମ୍ବା ପରିବେଶ ଅନୁକୂଳ ବାଣ ଫୁଟା ଯାଇପାରିବ। ଏହା ମଧ୍ୟ କୁହାଯାଇଥିଲା ଯେ ଦୀପାବଳି ଦିନ ରାତି ଆଠଟାରୁ ଧଶଟା ପର୍ଯ୍ୟନ୍ତ ବାଣ ଫୁଟା ଯାଇପାରିବ। କେବଳ ସେହି ଦୋକାନୀ ବାଣ ବିକିପାରିବେ ଯାହା ପାଖରେ ଲାଇସେନ୍ସ ରହିଥିବ।