ନୂଆ ଭାଇରସ NeoCoV କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ବିଶେଷଜ୍ଞ
Advertisement
Article Detail0/zeeodisha/odisha1084255

ନୂଆ ଭାଇରସ NeoCoV କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ବିଶେଷଜ୍ଞ

ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଠାରେ ଦେଖାଯାଇଥିବା NeoCoV ଭାଇରସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । 

ନୂଆ ଭାଇରସ NeoCoV କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ନାକେଦମ କରିଛି କୋରୋନା ଭାଇରସ । କୁହାଯାଉଛି ଯେ, ତୃତୀୟ ଲହର ଦେଶ ଓ ସବୁ ରାଜ୍ୟରେ ପିକ୍ ନେଇ ସାରିଛି। ହେଲେ ଏହାରି ମଧ୍ୟରେ କୋରୋନାର ଭାରିୟସ ମ୍ୟୁଟାଣ୍ଟକୁ ନେଇ ଚିନ୍ତା ବଢିଛି । ଦେଶରେ ଏବେ ଦୈନିକ କୋରୋନା ସଂକ୍ରମଣ ଉପରମୁହାଁ ଥିଲେ ବି ଏତେ ସଙ୍ଗୀନ ଅବସ୍ଥାରେ ନାହିଁ ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି। ହେଲେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଓ ବିଶେଷଜ୍ଞ।

ଏହାରି ମଧ୍ୟରେ NeoCoV ଭାଇରସକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି । ହେଲେ ଓଡ଼ିଆ ଢଗ ହିସାବରେ ଦେଖିବାକୁ ଗଲେ ନାନା ମୁନି ନାନା ମତ ହିସାବରେ ଗୁଜବ ଠାରୁ ଦୂରରେ ରହି ଡାକ୍ତରଙ୍କ ପରାମର୍ଶ ଶୁଣନ୍ତୁ। ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଠାରେ ଦେଖାଯାଇଥିବା NeoCoV ଭାଇରସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । 

Also Read: SBI ବୃଦ୍ଧି କଲା ସୁଧ ହାର, ଏହି ଆକାଉଣ୍ଟ ଥିବା ବ୍ୟକ୍ତିଙ୍କୁ ମିଳିବ ଅଧିକ ରିଟର୍ନ

ଦେଶର କୋଭିଡ ଟାସ୍କ (Covid Task Force)  ଫୋର୍ସ ସଦସ୍ୟ ଡାକ୍ତର କହିଛନ୍ତି ବର୍ତ୍ତମାନ ଅବସ୍ଥାରେ ଏହି ଭାଇରସ ମଣିଷ ଦେହକୁ ସଂକ୍ରମିତ କରିପାରିବ ନାହିଁ । ମାତ୍ର ଯଦି ଏହି ନୂଆ ଭାଇରସ ମ୍ୟୁଟେସନ ନିଏ ତେବେ ଏହା ମଣିଷକୁ ବି ସଂକ୍ରମିତ କରିପାରିବ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଦେଖିବା ଏହି NeoCoV ଭାଇରସ ନୂଆ ନୁହେଁ। ୨୦୧୨ରେ ସାଉଦି ଆରବରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା । 

Also Read: Punjab Election: ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ବଦଳିଲା CM ଚନ୍ନିଙ୍କ ନିର୍ବାଚନୀ ଆସନ

କାହିଁକି ଏହା ଏବେ ମଣିଷକୁ ସଂକ୍ରମିତ କରିପାରିବ ନାହିଁ ତାହା ମଧ୍ୟ ବ୍ୟାଖ୍ୟା କରିଛନ୍ତି ଡାକ୍ତର । ମଣିଷ ଦେହରେ ଥିବା ରି-ସେପ୍ଟର ମାଧ୍ୟମରେ ବର୍ତ୍ତମାନ ଅବସ୍ଥାରେ ଏହା ଆସିପାରିବ ନାହିଁ ବୋଲି ସେ କହିଛନ୍ତି । ଦକ୍ଷିଣ ଆଫ୍ରିକା (South Africa) ରେ ବର୍ତ୍ତମାନ ବାଦୁଡ଼ିଙ୍କ ଠାରେ ଏହି ଭାଇରସ ଦେଖାଦେଇଛି । ଅନ୍ୟପଟେ ଚୀନର ବୈଜ୍ଞାନିକମାନେ ଏହି ଭାଇରସକୁ ନେଇ ସର୍ତକ କରାଇ କହିଛନ୍ତି ଯେ, ଯଦି ମ୍ୟୁଟେସନ ହୁଏ ତେବେ ତାହା ଅତି ଭୟଙ୍କର ହେବ। କାରଣ ଏହି ଭାଇରସ ମଣିଷକୁ ବ୍ୟାପିଲେ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହେବା ନିଶ୍ଚିତ ବୋଲି ମତ ରହିଛି।