ଚନ୍ଦ୍ରରେ ଉଡିଲା ଡ୍ରାଗନର ପତାକା
Advertisement
Article Detail0/zeeodisha/odisha800367

ଚନ୍ଦ୍ରରେ ଉଡିଲା ଡ୍ରାଗନର ପତାକା

ଅନ୍ତରୀକ୍ଷ ମିଶନ କ୍ଷେତ୍ରରେ ଆମେରିକା,ଋଷିଆ ଭଳି ଦେଶକୁ ମିଳିଥିବା ସଫଳତାକୁ ନିଜ ହାତେଇବା ପାଇଁ ଉଦ୍ୟମ ଚଳାଇଛି ବିଶ୍ୱର ଅନ୍ୟତମ ମହାଶକ୍ତି ହେବକୁ ସ୍ୱପ୍ନ ଦେଖୁଥିବା ଚୀନ।

 ଚନ୍ଦ୍ରରେ ଉଡିଲା ଡ୍ରାଗନର ପତାକା

ବେଜିଂ: ନିଜର ଅଦ୍ଭୂତ ଧରଣର କାରନାମା ପାଇଁ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ ଚୀନ (China)। ଯାହାର ଉଦାହରଣ ଏବେ ସାମ୍ନାକୁ ଆସିଛି। ଚନ୍ଦ୍ର ପୃଷ୍ଠରେ (Moon Surface) ପହଞ୍ଚି ପୁଣି ଥରେ ପୃଥବୀକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛି ଚୀନ ପକ୍ଷରୁ କରାଯାଇଥିବା ଅଭିଯାନ ସଫଳ ହୋଇଛି। ପ୍ରାୟ ୪ ଦଶନ୍ଧି ପରେ ଏବେ ଚନ୍ଦ୍ରରେ ଅବତରଣ କରିବାକୁ ପ୍ରୟାସ ଆରମ୍ଭ କରିଛି ଚୀନ। ଏପରିକି ସେଠାରେ ଚୀନର ଜାତୀୟ ପତାକା ଉଡାଯାଇଥିବାର ଦେଖିବାକୁ ମିଳିଛି।     

ଅନ୍ତରୀକ୍ଷ ମିଶନ (Space Mission) କ୍ଷେତ୍ରରେ ଆମେରିକା (America), ଋଷିଆ (Russia) ଭଳି ଦେଶକୁ ମିଳିଥିବା ସଫଳତାକୁ ନିଜ ହାତେଇବା ପାଇଁ ଉଦ୍ୟମ ଚଳାଇଛି ବିଶ୍ୱର ଅନ୍ୟତମ ମହାଶକ୍ତି ହେବକୁ ସ୍ୱପ୍ନ ଦେଖୁଥିବା ଚୀନ। 'ଚେଞ୍ଜ-୫ ସ୍ପେଶ କ୍ରାଫ୍ଟ' (Chang'e-5 spacecraft) ନାମକ ମହାକାଶ ଯାନ ମାଧ୍ୟମରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି। ପୌରାଣିକ ଚୀନୀ ଚନ୍ଦ୍ର ଦେବୀଙ୍କ (Mythical Chinese Moon Goddess) ନାମରେ ନାମିତ ଏହି ଅନ୍ତରୀକ୍ଷ ଯାନ ଗୁରୁବାର ଚନ୍ଦ୍ରରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ଚୀନ୍‌ ସ୍ପେସ୍ ଏଜେନ୍ସି ପକ୍ଷରୁ କୁହାଯାଇଛି।

 

ମଙ୍ଗଳବାର ଅବତରଣ କରିଥିବା ଏହି ମହାକାଶଯାନ ବାବଦରେ ପ୍ରତିକ୍ରିୟା ରଖି ଚୀନୀ ଅଧିକାରୀ କହିଛନ୍ତି ଚନ୍ଦ୍ରପୃଷ୍ଠରୁ ପଥର ଏବଂ ମାଟି ସଂଗ୍ରହ କରିଥିବା ଏହି ସ୍ପେଶ କ୍ରାଫ୍ଟକୁ ଏକ ଶକ୍ତିଶାଳୀ ଥ୍ରଷ୍ଟ ଇଞ୍ଜିନ ଦ୍ୱାରା ଉତକ୍ଷେପଣ କରାଯାଇଥିଲା। ଏହାର ଭିଡିଓ ଫୁଟେଜ ଚୀନର ସରକାରୀ ପ୍ରସାରଣ ସଂସ୍ଥାର ସିସିଟିଭିରେ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ଚନ୍ଦ୍ର ପୃଷ୍ଠର ଉଜ୍ୱଳ ଆଲୋକରେ ଅନୁସନ୍ଧାନ ଚାଲିଥିବାର ଦେଖାଯାଇଛି।

Also Read: ଗାଲୱାନ ଘାଟି ରକ୍ତାକ୍ତ ସଙ୍ଘର୍ଷର ଷଡଯନ୍ତ୍ର ରଚିଥିଲା ଚୀନ

 

ଚନ୍ଦ୍ରପୃଷ୍ଠ ଛାଡିବା ପୂର୍ବରୁ ସେଠାରେ ଦେଶର ଜାତୀୟ ପତାକା ଉଡାଯାଇଥିବା ନେଇ ଚୀନୀ ସ୍ପେଶ ଏଜେନ୍ସି (Chinese Spapce Agency) ପକ୍ଷରୁ କୁହାଯାଇଛି। ଏହି ଅଭିଯାନକୁ ନେଇ ଚୀନ ବୈଜ୍ଞାନିକ ବେଶ ଆଶାବାଦୀ ଅଛନ୍ତି। ଏହା ମାଧ୍ୟମରେ ଚନ୍ଦ୍ରର ଉତ୍ପତ୍ତି, ଗଠନ ଏବଂ ସେଠାରେ ଥିବା ଆଗ୍ନେୟଗିରି କାର୍ଯ୍ୟକଳାପ ବାବଦରେ ଜାଣିବା ଲାଗି ଅଧିକ ତଥ୍ୟ ମିଳିବ। ଯଦି ଏହି ମହାକାଶ ଯାନ ଚନ୍ଦ୍ର ପୃଷ୍ଠରୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୁଏ ତାହଲେ ଆମେରିକା-ଋଷିଆ ପରେ ଚୀନ୍ ତୃତୀୟ ଦେଶ ହେବ। ୧୯୬୦-୭୦ ଦଶକରେ ଏହି ଦୁଇ ଦେଶ ଏପରି ରେକର୍ଡ କରିଥିଲେ।

୧୯୭୬ ମସିହାରେ ତତ୍କାଳୀନ ସୋଭିଏତ ସଂଘ (Soviet Union) ପକ୍ଷରୁ ଚନ୍ଦ୍ର ଅଭିଯାନ କରାଯାଇଥିଲା। ଯାହାର ନାଁ ରହିଥିଲା ଲୁନା ୨୪ ମିଶନ (Luna 24 Mission)। ଏହା ମାଧ୍ୟମରେ ଚନ୍ଦ୍ର ପୃଷ୍ଠର ଯେଉଁ ଅଂଶ 'ଓସେନ ଅଫ ଷ୍ଟର୍ମ' (Ocean of Storm) ନାମକ ଅଞ୍ଚଳରୁ ୨ କିଲୋଗ୍ରାମ ଓଜନ ସାମଗ୍ରୀ ସଂଗ୍ରହ କରିଥିଲା।

 

 

ସଦ୍ୟ ଚୀନର 'ଚେଞ୍ଜ-୫ ସ୍ପେଶ କ୍ରାଫ୍ଟ' ଚାଇନ' ମହାକାଶ ଅଭିଯାନ ଇତିହାସର ସବୁଠାରୁ ଆହ୍ୱାନ ମିଶନ ଯାହା ଚନ୍ଦ୍ରରେ ପ୍ରାୟ ୧୯ ଘଣ୍ଟା ଧରି କାର୍ଯ୍ୟ କରିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (US Space Agency) ନାସା (NASA) ଅନୁଯାୟୀ ଉତ୍ତର ଚୀନରେ ଅବସ୍ଥିତ ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଅଞ୍ଚଳରେ ଅବତରଣ କରିବାକୁ ଏହି ମହକାଶ ଯାନ ଚନ୍ଦ୍ର ପୃଷ୍ଠରୁ ବିଭିନ୍ନ ନମୁନା ସଂଗ୍ରହ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବାର ଯୋଜନା ରହିଥିଲା। ବର୍ତ୍ତମାନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧିନରେ ବର୍ତ୍ତମାନ ମହାକାଶ ଅଭିଯାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି।

ଆସନ୍ତା ୨୦୨୨ ସୁଦ୍ଧା ଚୀନ ଚନ୍ଦ୍ରପୃଷ୍ଠରେ ସ୍ପେଶ ଷ୍ଟେସନ (Space Station) ସ୍ଥାପନ କରିବା ସହ ମାନବକୁ ସେଠାକୁ ପଠାଇବା ଲାଗି ଯୋଜନା କରିଛି। ୧୯୭୦ ମସିହାରେ ଚୀନ ସର୍ବପ୍ରଥମେ ଉପଗ୍ରହ ଉତକ୍ଷେପଣ କରିଥିବା ବେଳେ ମାନବ ସ୍ପେସ୍ ଫ୍ଲାଇଟ୍ (Human Spapce Flight) ଦଶନ୍ଧିରୁ ଅଧିକ ସମୟ ନେଇଥିଲା। ୟାଙ୍ଗ ଲିୱାଇ ୨୦୦୩ରେ ପ୍ରଥମ ଚୀନ ଅନ୍ତରୀକ୍ଷ ଯାତ୍ରୀ ଭାବେ ମହାକାଶକୁ ଯାତ୍ରା କରିଥିଲେ। 

Also Read: ପୁଣି ଥରେ ମୁଣ୍ଡ ବିନ୍ଧାଇବ ଚୀନ; ଅସ୍ତ୍ର ନୁହେଁ, ନଦୀବନ୍ଧରେ ଭାରତକୁ ଘେରିବାକୁ ଷଡ଼ଯନ୍ତ୍ର!
 

ଜାନୁଆରୀ ୨୦୧୯ରେ ଚୀନର ଏକ ଅନ୍ତରୀକ୍ଷ ଯାନ ଚନ୍ଦ୍ରରେ ଅବତରଣ କରିଥିଲା। ଯାହାକି ମହାକାଶ ଗବେଷଣା କ୍ଷେତ୍ରରେ ବେଜିଂକୁ ଏକ ମହାକାଶ ଶକ୍ତି ହେବା ପ୍ରଦର୍ଶିତ ହେବାର ଇଚ୍ଛାକୁ ବଢାଇଥିଲା।। ଚୀନ୍‌ର ମହାକାଶଚାରୀ ଏବଂ ବୈଜ୍ଞାନିକ ମଙ୍ଗଳ ଗ୍ରହରେ ହେବାକୁ ଥିବା ଅଭିଯାନ ବାବଦରେ ଆଲୋଚନା କରିଛନ୍ତି।