ଗାଲୱାନ ଘାଟି ରକ୍ତାକ୍ତ ସଙ୍ଘର୍ଷର ଷଡଯନ୍ତ୍ର ରଚିଥିଲା ଚୀନ
Advertisement
Article Detail0/zeeodisha/odisha798192

ଗାଲୱାନ ଘାଟି ରକ୍ତାକ୍ତ ସଙ୍ଘର୍ଷର ଷଡଯନ୍ତ୍ର ରଚିଥିଲା ଚୀନ

ଜୁନ୍ ମାସରେ ଗାଲୱାନ ଘାଟି (Galwan Valley) ରେ ହୋଇଥିବା ହିଂସାରେ ଷଡଯନ୍ତ୍ର କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ପଡୋଶୀ ଦେଶ ବିରୋଧରେ ବେଜିଂର ଅଭିଯାନକୁ ତୀବ୍ର କରିବା। 

ଫାଇଲ ଫଟୋ

ୱାଶିଂଟନ୍: ଆମେରିକା ପୁଣି ଖୋଲିଦେଲା ଡ୍ରାଗନର ଅସଲ ମୁଖା। ଲଦାଖର ଗାଲୱାନ ଉପତ୍ୟକାରେ ଭାରତ-ଚୀନ୍ ବିବାଦ ଆକସ୍ମୀକ ଘଟି ନଥିଲା। ଏଥିପାଇଁ ଚୀନ୍ ବହୁପୂର୍ବରୁ ପ୍ରସ୍ତୁତ ହୋଇଥିଲା। ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଆମେରିକା କଂଗ୍ରେସର ଏକ ଶୀର୍ଷ କମିଟି ତାଙ୍କ ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ଭାରତରେ ଚୀନ ଉପରେ ପୁଣି ଆକ୍ରୋସ ଦେଖିବାକୁ ମିଳୁଛି।

US Congress ର ରିପୋର୍ଟ ଅନୁସାରେ, ଚୀନର କମ୍ୟୁନିଷ୍ଟ ସରକାର ଚଳିତବର୍ଷ ଜୁନ୍ ମାସରେ ଗାଲୱାନ ଘାଟି (Galwan Valley) ରେ ହୋଇଥିବା ହିଂସାରେ ଷଡଯନ୍ତ୍ର କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ପଡୋଶୀ ଦେଶ ବିରୋଧରେ ବେଜିଂର ଅଭିଯାନକୁ ତୀବ୍ର କରିବା। ରାତିର ଅନ୍ଧାରରେ ଚୀନ (China) ର PLA ସୈନିକମାନେ ଆକ୍ରମଣ କରି ୨୦ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରିଥିଲେ।

Also Read: ହାର୍ପୁନ ମିସାଇଲ ଘେରରେ ଚୀନ-ପାକିସ୍ତାନ!

ଆମେରିକା-ଚୀନ୍ ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ (USCC) ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ, ଚୀନ୍ ଜାଣିଶୁଣି ଏହି ଗାଲୱାନ ଷଙ୍ଘର୍ଷର ଯୋଜନା କରିଛି। ଏଥିରେ ସୈନିକମାନଙ୍କୁ ହତ୍ୟା କରିବାର ସମ୍ଭାବନା ମଧ୍ୟ ଥିଲା। ୨୦୦୦ ମସିହାରେ ପ୍ରତିଷ୍ଠା କରାଯାଇଥିବା USCC ଏବେ ଆମେରିକା (America)  କଂଗ୍ରେସକୁ ଚୀନ୍ ବିରୋଧରେ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।

ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ସରକାରଙ୍କ LAC ଉପରେ ଏହି ଉତ୍ତେଜନାମୂଳକ କାର୍ଯ୍ୟ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ଏହାର ସମ୍ଭାବ୍ୟ କାରଣ ହେଉଛି ସୀମା ଅଞ୍ଚଳରେ ଭାରତ ଦ୍ୱାରା ଚାଲିଥିବା ରଣନୀତିକ ପ୍ରବେଶକୁ ଦମନ କରିବା।  ସଡ଼କ ନିର୍ମାଣ ଆରମ୍ଭ କରି ବ୍ରିଜ ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

Also Read: ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

ସେଥିରେ ଆହୁରି କୁହାଯାଇଛି ଯେ ଗାଲୱାନ ଉପତ୍ୟକା ହିଂସା ହେବାର କିଛି ସପ୍ତାହ ପୂର୍ବରୁ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସୈନ୍ୟମାନଙ୍କୁ ଯୁଦ୍ଧରେ ଯିବାକୁ ଉତ୍ସାହିତ କରିଥିଲେ। କେବଳ ଏତିକି ନୁହେଁ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ମୁଖପାତ୍ର ଗ୍ଲୋବାଲ ଟାଇମ୍ସ (Global Times) ମଧ୍ୟ ଭାରତକୁ ଚେତାବନୀ ଦେଇଥିଲା। ଗାଲୱାନ ହିଂସା ହେବାର କିଛି ସପ୍ତାହ ପୂର୍ବରୁ ଉପଗ୍ରହରୁ ଆସିଥିବା ଚିତ୍ରରୁ ଜଣାପଡିଛି ଯେ ଚୀନ୍ ଏକ ହଜାର ସୈନିକ ନିୟୋଜିତ କରିଛି।

ଆମେରିକା କଂଗ୍ରେସର ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ, ଭାରତ ଏବଂ ଜାପାନ ପରି ପଡ଼ୋଶୀ ଦେଶ ବିରୁଦ୍ଧରେ ଚୀନ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି। ଏହା ବ୍ୟତୀତ ଏହା ପାକିସ୍ତାନର ନାଭାଲ ବେସ ପର୍ଯ୍ୟନ୍ତ ମଧ୍ୟ ପ୍ରବେଶ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିଛି। ସୂଚନାଯୋଗ୍ୟ, ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଇସଲାମାବାଦ ଗସ୍ତରେ ଯାଇଥିଲେ। 

Also Read: ଭାରତ-ଚୀନ ବିବାଦ: ମିଳିତ ଜାତିସଂଘ ଏବଂ ଆମେରିକା ପକ୍ଷରୁ ବୟାନ ଜାରି

ସେପଟେ କରୋନା ସଙ୍କଟ ମଧ୍ୟରେ ବି ଭାରତ ବିରୁଦ୍ଧରେ ଚୀନ୍ ଏବଂ ପାକିସ୍ତାନ ଷଡଯନ୍ତ୍ର କରିବାକୁ ପଛାଉ ନାହାଁନ୍ତି। କେବଳ ଭାରତ ନୁହେଁ ଜାପାନ, ଅଷ୍ଟ୍ରେଲିଆ, ତାଇୱାନ, ବ୍ରିଟେନ, କାନାଡା ଭଳି ଦେଶ ସହିତ ମଧ୍ୟ ଚୀନ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି। କିନ୍ତୁ ଡ୍ରାଗନକୁ ଝଟକା ଦେବାକୁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି।