ଆଜି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; ଓଡ଼ିଶାରୁ ସାମିଲ ହେବେ ୬୪ ଖାସ୍ ଅତିଥି
Advertisement
Article Detail0/zeeodisha/odisha1272640

ଆଜି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; ଓଡ଼ିଶାରୁ ସାମିଲ ହେବେ ୬୪ ଖାସ୍ ଅତିଥି

 Draupadi Murmu: ଏଠାରେ କହି ରଖୁଛୁ ଯେ, ଜୁଲାଇ ୨୫ରେ ଶପଥ ଗ୍ରହଣ କରୁଥିବା ମୁର୍ମୁ ଦେଶର ଦଶମ ରାଷ୍ଟ୍ରପତି ହେବେ । ଭାରତର ଷଷ୍ଠ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ୨୫ ଜୁଲାଇ ୧୯୭୭ରେ ଶପଥ ଗ୍ରହଣ କରିଥିଲେ । 

ଆଜି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; ଓଡ଼ିଶାରୁ ସାମିଲ ହେବେ ୬୪ ଖାସ୍ ଅତିଥି

ନୂଆଦିଲ୍ଲୀ: Draupadi Murmu: ଆଜି ଦେଶକୁ ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଆଦିବାସୀ ସମ୍ପ୍ରଦାୟରେ ଜନ୍ମିତ ଦ୍ରୌପଦୀ ମୁର୍ମୁ (Draupadi Murmu) ସୋମବାର ସଂସଦର କେନ୍ଦ୍ରୀୟ କକ୍ଷରେ ସକାଳ ୧୦ଟାରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ଗ୍ରହଣ କରିବେ । ପ୍ରଧାନ ବିଚାରପତି ଏନଭି ରମନା ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ ପାଠ କରାଇବେ । ଏହା ପରେ ତାଙ୍କୁ ୨୧ ତୋପର ସଲାମୀ ଦିଆଯିବ । ତା’ପରେ ନୂତନ ରାଷ୍ଟ୍ରପତିଙ୍କ ସମ୍ୱୋଧନ ହେବ ।

ଏହା ପରେ ମୁର୍ମୁ ରାଷ୍ଟ୍ରପତି ଭବନରେ ପହଞ୍ଚିବେ । ମୁର୍ମୁଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୬୪ ଜଣ ଖାସ୍ ଅତିଥି ଯୋଗଦେବେ । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଭବନରେ ଖାସ୍ ଅତିଥିମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଛି । ଏହା ପରେ ସମସ୍ତେ ପୁରା ବିଲ୍ଡିଂ ବୁଲି ଦେଖିବେ । ଜୁଲାଇ ୨୫ରେ ଶପଥ ଗ୍ରହଣ କରୁଥିବା ମୁର୍ମୁ ଦେଶର ଦଶମ ରାଷ୍ଟ୍ରପତି ହେବେ ।

ଏମିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଦେଶର ସର୍ବୋଚ୍ଚ ପଦର ଲୋକମାନେ ଯୋଗଦେବେ । ରାଜନେତା, ବିଚାରପତି, ଅମଲାତନ୍ତ୍ର, କିନ୍ତୁ ଦ୍ରୌପଦୀ ତାଙ୍କ ଖାସ୍ ଲୋକଙ୍କୁ ଏହି କାର୍ଯ୍ୟରେ ଆମନ୍ତ୍ରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆମ ରାଜ୍ୟର ମୟୂରଭଞ୍ଜର ୬୪ ଜଣ ଲୋକ ଯୋଗ ଦେଉଛନ୍ତି ।

ଉଲ୍ଲେଖଥାଉ କି, ଦ୍ରୌପଦୀ ମୁର୍ମୁଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ତାଲିକା ହଜାରେରେ ଅଛି । ମେ ୨୦୧୫ରେ ଯେତେବେଳେ ସେ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ପ୍ରାୟ ୩,୦୦୦ ଲୋକ ଝାଡଖଣ୍ଡର ରାଞ୍ଚି ଓ ଓଡ଼ିଶାର ମୟୂରଭଞ୍ଜରୁ ଦ୍ରୌପଦୀ ମୁର୍ମୁଙ୍କ ବିଶେଷ ଅତିଥି ଭାବରେ ଯାଇଥିଲେ ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ'ଣ? ଯେଉଁଥିପାଇଁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ED

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

ଖାସ୍ ଅତିଥି ତାଲିକାରେ କିଏ କିଏ ଅଛନ୍ତି  

ମୁର୍ମୁଙ୍କ ଅତିଥିମାନଙ୍କ ମଧ୍ୟରେ ତାଙ୍କ ଭାଇ ତାରନିସେନ୍ ଟୁଡୁ ଓ ଭାଉଜ ସୁକ୍ରି ଟୁଡୁ ଉପରବେଡା ଗାଁରୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏମାନଙ୍କ ବ୍ୟତୀତ ଝିଅ ଇତିଶ୍ରୀ, ଜ୍ବାଇଁ, ଉଭୟ ନାତୁଣୀ । ବଡ଼ ନାତୁଣୀର ଅଢ଼େଇ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ପ୍ରାୟ ଅଢ଼େଇ ମାସ ହେବ । ଏହା ବ୍ୟତୀତ ତାଙ୍କର ବିଶେଷ ଅତିଥିମାନଙ୍କ ତାଲିକାରେ ସାମିଲ ଅଛନ୍ତି, ତାଙ୍କ ବନ୍ଧୁ- ଧାନକୀ ମୁର୍ମୁ । ଧାନକୀ ତାଙ୍କ ସହ ଭୁବନେଶ୍ୱରରେ କଲେଜରେ ଏକାଠି ଅଧ୍ୟୟନ କରୁଥିଲେ । ଦ୍ରୌପଦୀ ମୁର୍ମୁଙ୍କ ଏହି ବନ୍ଧୁ ପ୍ରତ୍ୟେକ ଦୁଃଖ ଓ ସୁଖରେ ତାଙ୍କ ସହିତ ରୁହନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଇରଙ୍ଗପୁରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିକାଶ ମହତୋ ଓ ଅନ୍ୟ ଚାରିଜଣ ଲୋକ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ବିଧାୟକ ତଥା ସେମାନଙ୍କର କିଛି ଗ୍ରାମ ପାହାଡ଼ପୁର ଓ ଉପରୱାଡ଼ାର ମଧ୍ୟ ରାଜନୈତିକ ବ୍ୟକ୍ତି ଦିଲ୍ଲୀ ପହଞ୍ଚିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଜୁଲାଇ ୨୫ରେ ଶପଥ ଗ୍ରହଣ କରୁଥିବା ମୁର୍ମୁ ଦେଶର ଦଶମ ରାଷ୍ଟ୍ରପତି ହେବେ । ଭାରତର ଷଷ୍ଠ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ୨୫ ଜୁଲାଇ ୧୯୭୭ରେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ ଜୁଲାଇ ୨୫ରେ ଜ୍ଞାନୀ ଜୈଲ ସିଂ, ଆର ଭେଙ୍କଟାରମନ୍, ଶଙ୍କର ଦୟାଲ ଶର୍ମା, କେ ନାରାୟଣନ୍, ଏପିଜେ ଅବଦୁଲ କଲାମ, ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ ଏବଂ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ ।