Advertisement
Article Detail0/zeeodisha/odisha2467795
Zee OdishaOdisha National-InternationalDelhi Drugs Case: ରାଜଧାନୀରେ ପୁନର୍ବାର ଜବତ ହେଲା ଡ୍ରଗ୍ସ, ୨୦୦୦ କୋଟି ଟଙ୍କାର ୨୦୦ କିଲୋଗ୍ରାମ କୋକେନ ଉଦ୍ଧାର

Delhi Drugs Case: ରାଜଧାନୀରେ ପୁନର୍ବାର ଜବତ ହେଲା ଡ୍ରଗ୍ସ, ୨୦୦୦ କୋଟି ଟଙ୍କାର ୨୦୦ କିଲୋଗ୍ରାମ କୋକେନ ଉଦ୍ଧାର

Massive drug bust in Delhi: ଦିଲ୍ଲୀରେ ୨୦୦୦ କୋଟି ଟଙ୍କା ମୂଲ୍ୟର କୋକେନର ଜବତ କରାଯାଇଛି। କୁହାଯାଉଛି ଯେ ଡ୍ରଗ୍ସ ଯୋଗାଉଥିବା ଅଭିଯୁକ୍ତ ବିଦେଶକୁ ଫେରାର ହୋଇ ଯାଇଛନ୍ତି। ଏହି ମାମଲାରେ ପୋଲିସ ଦୁବାଇ ଓ ବ୍ରିଟେନର ଚୋରା ଚାଲାଣକାରୀଙ୍କୁ ସନ୍ଦେହ କରୁଛି। ଏକ ନେଟୱାର୍କ ମାଧ୍ୟମରେ ବିଦେଶରୁ ଡ୍ରଗ୍ସ କିଣାଯାଇଛି।

 

Massive drug bust in Delhi
Massive drug bust in Delhi

Massive drug bust in Delhi: ପୋଲିସ ସ୍ପେଶାଲ ସେଲ ଦିଲ୍ଲୀର ରମେଶ ନଗରରୁ ୨୦୦ କିଲୋଗ୍ରାମ କୋକେନ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କା। ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ୫୬୦୦ କୋଟିରୁ ଅଧିକ ମୂଲ୍ୟର କୋକେନ ଏବଂ ଅନ୍ୟାନ୍ୟ ନିଶା ସାମଗ୍ରୀ ଉଦ୍ଧାର କରିଥିଲା।

କହିରଖୁଛୁ ଯେ ଅକ୍ଟୋବର ମାସରେ ଦିଲ୍ଲୀରେ ଉଦ୍ଧାର ହୋଇଥିବା କୋକେନର ଏହା ହେଉଛି ଦ୍ୱିତୀୟ ବଡ ଜବତ୍। ଚଳିତ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ୭୬୦ କିଲୋଗ୍ରାମରୁ ଅଧିକ କୋକେନ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ୨ ଅକ୍ଟୋବରରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଡ୍ରଗ୍ ଗ୍ୟାଙ୍ଗରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ ଜବତ କରିଥିଲା , ​ଯାହାର ମୂଲ୍ୟ ପ୍ରାୟ ୫୬୦୦ କୋଟି ଟଙ୍କା ଥିଲା। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତୁଷାର ଗୋୟଲ ମଧ୍ୟ ଅଛନ୍ତି, ଯିଏ ଏହି ସିଣ୍ଡିକେଟର କିଙ୍ଗପିନ ବୋଲି କୁହାଯାଉଛି। ଗୋୟଲଙ୍କ ବ୍ୟତୀତ ଅନ୍ୟ ୩ ଅଭିଯୁକ୍ତ ହିମାଂଶୁ, ଔରଙ୍ଗଜେବ ଓ ଜଣେ ରିସିଭର ଭରତଙ୍କୁ ଗିରଫ କରାଯାଇଥିଲା।

ପୋଲିସ ସୂତ୍ର ଅନୁଯାୟୀ ୨୦୦ କିଲୋଗ୍ରାମ କୋକେନ ଜବତ କରାଯାଇଛି। ଡ୍ରଗ୍ସ ଅଣାଯାଇଥିବା କାରରେ ଜିପିଏସ୍ ସ୍ଥାପିତ ହୋଇଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଚୋରା ଚାଲାଣକାରୀଙ୍କ ସହଯୋଗୀକୁ ଖୋଜିବା ପାଇଁ ପୋଲିସ ଚଢ଼ାଉ କରୁଛି। ଏହି ଜିପିଏସ୍ ଅବସ୍ଥାନ ବିଷୟରେ ପୋଲିସ ଜାଣିବାକୁ ପାଇଥିଲା।

Add Zee News as a Preferred Source

ପୋଲିସର ସୂଚନାନୁସାରେ ଦୁବାଇ ଏବଂ ବ୍ରିଟେନର ଏକ ଗ୍ୟାଙ୍ଗ ଏକାଠି କାମ କରନ୍ତି। ଏହି ଗ୍ୟାଙ୍ଗର ଏକ ସ୍ଥାନୀୟ ନେଟୱାର୍କ ଅଛି ଯାହା ଚାହିଦା ଅନୁଯାୟୀ ଅର୍ଡର ଦେଇଥାଏ । ଏହାପରେ ଏହି ଗ୍ୟାଙ୍ଗର ଲୋକମାନେ ସାମଗ୍ରୀ ନେଇଥାନ୍ତି। 

About the Author