ପଞ୍ଜାବ ଜେଲକୁ ଆସୁଥିଲା ୨୦୦ କୋଟି ଟଙ୍କାର ହେରୋଇନ, ଛଅ ଜଣ ପାକିସ୍ତାନୀ ଗିରଫ
Advertisement
Article Detail0/zeeodisha/odisha1351596

ପଞ୍ଜାବ ଜେଲକୁ ଆସୁଥିଲା ୨୦୦ କୋଟି ଟଙ୍କାର ହେରୋଇନ, ଛଅ ଜଣ ପାକିସ୍ତାନୀ ଗିରଫ

Gujarat ATS: ଭାରତୀୟ ତଟରକ୍ଷୀ ବାହିନୀ ସହିତ ମିଳିତ ଅପରେସନ୍ ବେଳେ ରାଜ୍ୟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ହିରୋଇନ୍ ଜବତ କରାଯାଇଛି ।

ସୌ: ସୋସିଆଲ ମିଡିଆ

Gujarat ATS: ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (Gujarat ATS) ମିଳିତ ଅପରେସନ କରି ବୁଧବାର ଦିନ ଛଅ କିଲୋମିଟର ଭାରତୀୟ ଜଳ କ୍ଷେତ୍ରକୁ ପ୍ରବେଶ କରିଥିବା ଏକ ପାକିସ୍ତାନ ଡଙ୍ଗାକୁ (Pakistani boat) ଧରିଛି । ଡଙ୍ଗାରେ ୪୦ କିଲୋଗ୍ରାମ ଡ୍ରଗ୍ସ ରହିଥିଲା । ଏଟିଏସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ତଟରକ୍ଷୀ ବାହିନୀ ସହିତ ମିଳିତ ଅପରେସନ୍ ବେଳେ ରାଜ୍ୟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି ।

ଗୁଜୁରାଟର ଏଟିଏସ୍ ଶୀର୍ଷ ସୂତ୍ର ଇଣ୍ଡିଆ ଟୁଡେକୁ କହିଛି ଯେ ପଞ୍ଜାବର ଏକ ଜେଲରୁ ଏହି ଡ୍ରଗ୍ସ ଅର୍ଡର ଦିଆଯାଇଛି । ଗୁଜୁରାଟ ଏଟିଏସର ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ଜେଲ ଭିତରେ ଥିବା ଜଣେ ବିଦେଶୀ ନାଗରିକ ପାକିସ୍ତାନରୁ ଏହାକୁ ମଗାଇଥିଲେ । ପାକିସ୍ତାନରୁ ଆସିଥିବା ସାମଗ୍ରୀ ଗୁଜୁରାଟକୁ ଯାଉଥିଲା ଓ ଏହାପରେ ଏହାକୁ ପଞ୍ଜାବକୁ ନିଆଯାଇଥାନ୍ତା । ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ପୋଲିସକୁ ବିଦେଶୀ ନାଗରିକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ଦିଆଯାଇଛି । ଅଧିକାରୀ କହିଛନ୍ତି ଯେ ୬ ଜଣ ପାକିସ୍ତାନୀ ନାଗରିକ, ଡଙ୍ଗାର ଥିବା କର୍ମଚାରୀମାନନଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ୬ ଜଣ କ୍ରୁ ସଦସ୍ୟଙ୍କ ସହ ଡଙ୍ଗାକୁ ଜାଖୁଆକୁ ଅଣାଯାଉଛି ।

ଜଣେ ଅଧିକାରୀଙ୍କ କହିଛନ୍ତି, "ଗୁଜୁରାଟ ଉପକୂଳରେ ଅବତରଣ କରିବା ପରେ ହେରୋଇନକୁ ରାସ୍ତା ମାର୍ଗ ଦେଇ ପଞ୍ଜାବକୁ ନିଆଯାଇଥାନ୍ତା । ଏକ ଟିପ୍ ଅଫ୍ ଆଧାରରେ ଆମେ ପାକିସ୍ତାନରୁ ଡଙ୍ଗାକୁ ଅଟକାଇ ଛଅ ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛୁ, ଯେଉଁଥିରୁ ୪୦ କିଲୋଗ୍ରାମ ହେରୋଇନ୍ ମିଳିଥିଲା ।" ଜବତ ହୋଇଥିବା ଡଙ୍ଗା ସହିତ ଏଟିଏସ୍ ଓ ତଟରକ୍ଷୀ ବାହିନୀର ଅଧିକାରୀମାନେ ଆଜି ଜାକାଉ ଉପକୂଳରେ ପହଞ୍ଚିବେ ବୋଲି ସେ କହିଛନ୍ତି ।

କହିରଖୁଛୁ ଯେ ଅତୀତରେ ଗୁଜୁରାଟ ଉପକୂଳରେ ତଟରକ୍ଷୀ ବାହିନୀ ତଥା ରାଜ୍ୟ ଏଟିଏସ୍ ଡ୍ରଗ୍ ଚୋରା ଚାଲାଣର ଏପରି ଉଦ୍ୟମକୁ ଖଣ୍ଡନ କରିଥିଲେ । ଅକ୍ଟୋବର ୨୦୨୧ ରେ ଗୁଜୁରାଟର ମୁଣ୍ଡ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କା ମୂଲ୍ୟର ୨,୯୮୮ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା । ଗୁଜୁରାଟ ଉପକୂଳ ନିକଟରେ ଏହା ସବୁଠାରୁ ବଡ ଡ୍ରଗ୍ କାରବାର ଥିଲା ।

ଏହା ବି ପଢ଼ନ୍ତୁ: ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ

ଏହା ବି ପଢ଼ନ୍ତୁ: ସାବଧାନ! ଯଦି ଆପଣ ଏହି ଔଷଧ ଖାଉଛନ୍ତି ତେବେ ଭବିଷ୍ୟତରେ ଅନ୍ୟ କୌଣସି ମେଡିସିନ କାମ କରିବ ନାହିଁ

ଏହା ବି ପଢ଼ନ୍ତୁ: Finance Minister: ଭାରତୀୟ କମ୍ପାନୀଗୁଡ଼ିକୁ ହନୁମାନ ସହିତ ତୁଳନା କେଲ ନିର୍ମଳା ସୀତାରମଣ, ଜାଣନ୍ତୁ କାହିଁକି?