ଏ କେମିତିକା ଦଣ୍ଡ, ମାତ୍ର ଗୋଟିଏ ଶବ୍ଦ ପାଇଁ ଦୁଇବର୍ଷ ଜେଲ୍...
Advertisement
Article Detail0/zeeodisha/odisha842121

ଏ କେମିତିକା ଦଣ୍ଡ, ମାତ୍ର ଗୋଟିଏ ଶବ୍ଦ ପାଇଁ ଦୁଇବର୍ଷ ଜେଲ୍...

ଆଇନକାନୁନ ବେଳେ ବେଳେ ଲୋକଙ୍କୁ ଅନେକ ସମୟରେ ଅସୁବିଧାରେ ମଧ୍ୟ ପକାଇଦେଇଥାଏ । ଏଇ ଯେମିତି ମାତ୍ର ଗୋଟିଏ ଶବ୍ଦ ପାଇଁ ମହିଳାଙ୍କୁ ଭୋଗିବାକୁ ପଡ଼ିଛି ୨ ବର୍ଷର ଜେଲଦଣ୍ଡ । 

ଏ କେମିତିକା ଦଣ୍ଡ, ମାତ୍ର ଗୋଟିଏ ଶବ୍ଦ ପାଇଁ ଦୁଇବର୍ଷ ଜେଲ୍...

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ଚଳଣୀର ପ୍ରଥା ଓ ଆଇନ କାନୁନ ବ୍ୟବସ୍ଥା । ଦେଶରେ ସୁରକ୍ଷିତ ଭାବେ ଚଳିବାକୁ ହେଲେ ସୁବ୍ୟବସ୍ଥିତ ଆଇନକୁ ଅନୁସରଣ କରିବାକୁ ବି ପଡ଼ିବ । ହେଲେ ଏହି ଆଇନକାନୁନ ବେଳେ ବେଳେ ଲୋକଙ୍କୁ ଅନେକ ସମୟରେ ଅସୁବିଧାରେ ମଧ୍ୟ ପକାଇଦେଇଥାଏ । ଏଇ ଯେମିତି ମାତ୍ର ଗୋଟିଏ ଶବ୍ଦ ପାଇଁ ମହିଳାଙ୍କୁ ଭୋଗିବାକୁ ପଡ଼ିଛି ୨ ବର୍ଷର ଜେଲଦଣ୍ଡ । 

ସେହିଭଳି ଆରବ (United Arab Emirates) ଦେଶ ମାନଙ୍କରେ ଆଇନକାନୁନ ଏତେ ଶକ୍ତ ଯେ, ଛୋଟିଆ ଛୋଟିଆ ମଜାକଥାରେ ଭୋଗିବାକୁ ପଡ଼େ ଭୟଙ୍କର ଦଣ୍ଡ । ଅନେକ ଆରବ ଦେଶରେ ନିୟମ ବେଳେ ବେଳେ ଅତ୍ୟନ୍ତ କଠୋର ହୋଇପାରେ । ବେଳେବେଳେ ଏଠାରେ ଥଟ୍ଟା କରିବା ଏତେ ମାତ୍ରାରେ ଭୟଙ୍କର ହୋଇପାରେ ଯେ ଆପଣଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡିପାରେ । ଯାହାକୁ ନେଇ ଜଣେ ବ୍ରିଟିଶ ମହିଳା (British woman) ହଟହଟା ହୋଇଛନ୍ତି ।

AlsoRead: ବୋଝ ଉପରେ ନଳିତା ବିଡା: ପୁଣି ବଢ଼ିଲା LPG ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲର ଦର

ଏହି ବ୍ରିଟିଶ ମହିଳା ଜଣଙ୍କ ଦେଶ ଛାଡ଼ିବାର କିଛି ସମୟ ଆଗରୁ ହିଁ ଏୟାରପୋର୍ଟ (Air port) ରୁ ପୋଲିସ ଗିରଫ କରିନେଇଥିଲା । ଏହାର କାରଣ ବି ଅତି ଆଶ୍ଚର୍ଯ୍ୟକର । ବ୍ରିଟିଶ ମହିଳା ଜଣଙ୍କ ନିଜ ଫ୍ଳାଟରେ ୟୁକ୍ରେନି ଯୁବତୀଙ୍କ ସହ ଝଗଡ଼ା କରି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହା ଫଳରେ ଏଥିରେ ରାଗିଯାଇ ୟୁକ୍ରେନି ଯୁବତୀ ଜଣଙ୍କ ତାଙ୍କ ନାଁରେ ମାମଲା ଦାୟର କରିଥିଲେ । ଆଉ ଏହି ଗୋଟିଏ ଶବ୍ଦ ପାଇଁ ତାଙ୍କୁ ଦୁଇ ବର୍ଷ ଜେଲ ସଜା କାଟିବାକୁ ପଡ଼ିଛି ।

AlsoRead: ତ୍ରାହି ତ୍ରାହି ଡାକିଲା ପାକିସ୍ତାନ, ପୁଣି ହେଲା ସର୍ଜିକାଲ ଷ୍ଟ୍ରାଇକ

ତେବେ ବ୍ରିଟିଶ ମହିଳା ବ୍ରାଇଟୋନଙ୍କ ବୟସ ୩୧ ବର୍ଷ । ଏକ କମ୍ପାନୀର ସେ ମ୍ୟାନେଜର ମଧ୍ୟ । ତେବେ ନିଜ ଫ୍ଲାଟ (Flat) ରେ ଥିବା ୟୁକ୍ରେନି ଯୁବତୀଙ୍କୁ ସେ ସମ୍ମୁଖରେ ନୁହେଁ ବରଂ ହ୍ୱାଟସ ଆପ୍ (WhatsApp)ଜରିଆରେ ଅପଶବ୍ଦ ଲେଖି ପଠାଇଥିଲେ । ତାହା ବି ଲକଡାଉନ (LockDown) ସମୟରେ ତାଙ୍କ ରୁମମେଟ୍ ଡାଇନିଂ ଟେବୁଲ ଉପରେ ବସି ଅଫିସର କାମ କରୁଥିଲେ । ଯାହାକୁ ନେଇ ବ୍ରାଇଟୋନ ରାଗିଯାଇ ତାଙ୍କୁ ଏଭଳି ଗାଳି କରିଥିଲେ । ହେଲେ ତାଙ୍କୁ ଜଣାନଥିଲା ଯେ, ମାତ୍ର ଗୋଟିଏ ଅପଶବ୍ଦ ପାଇଁ ଦୁଇବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।