Earthquake: ପାଲଘରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୩ ରେକର୍ଡ
Advertisement
Article Detail0/zeeodisha/odisha2388195

Earthquake: ପାଲଘରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୩ ରେକର୍ଡ

Earthquake: ମହାରାଷ୍ଟ୍ର ପାଲଘର ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍କଟର ସ୍କେଲରେ  ତିବ୍ରତା ୩.୩  ରହିଛି । ଯେଉଁ କାରଣରୁ କୌଣସି କ୍ଷୟକ୍ଷତି ହୋଇନି। ସକାଳ ପ୍ରାୟ ୬ଟା ୩୫ ମିନିଟ୍ ରେ  ଝଟକା ଅନୁଭବ କରାଯାଇଥିଲା। 

Earthquake: ପାଲଘରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୩ ରେକର୍ଡ

Earthquake: ମହାରାଷ୍ଟ୍ର ପାଲଘର ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍କଟର ସ୍କେଲରେ  ତିବ୍ରତା ୩.୩  ରହିଛି । ଯେଉଁ କାରଣରୁ କୌଣସି କ୍ଷୟକ୍ଷତି ହୋଇନି। ସକାଳ ପ୍ରାୟ ୬ଟା ୩୫ ମିନିଟ୍ ରେ  ଝଟକା ଅନୁଭବ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ପ୍ରତିବର୍ଷ  ବିଶ୍ବରେ ପାଖାପାଖି ୨୦ ହଜାର ଭୂମିକମ୍ପ ଆସିଥାଏ। କିନ୍ତୁ ଏଗୁଡିକର ତିବ୍ରତା ଏତେ ନ ଥାଏ।  ଜାତୀୟ ଭୂମିକମ୍ପ ସୂଚନା କେନ୍ଦ୍ର  ଏହି ଭୂମିକମ୍ପ ରେକର୍ଡ଼ କରିଥାଏ। ୨୦ ହଜାର ମଧ୍ୟରୁ ୧୦୦ଟି ଭୁମିକମ୍ପ କ୍ଷୟକ୍ଷତି ଘଟାଇଥାଏ। ନିକଟର ସିକିମ୍ ରେ ଭୂମିକମ୍ପ ଆସିଥିଲା। ସକାଳ ୬ଟା ୫୭ ମିନିଟ୍ ରେ ମୃଦୁ ଭୂମିକମ୍ପ ଯୋଗୁଁ ଲୋକ ଭୟଭୀତ ହୋଇପଡିଥିଲେ।  ରିକ୍କର ସ୍କେଲରେ ଏହାର ତିବ୍ରତା ୪.୪ ଥିଲା।  ଭୂକମ୍ପର କେନ୍ଦ୍ରସ୍ଥଳୀ ସିକିମ୍ ଥିବାବେଳେ ବିହାରରେ ମଧ୍ୟ ଏହି ଝଟକା ଅନୁଭବ ହୋଇଥିଲା। 

ALSO READ: Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

ALSO READ: Janmashtami 2024: ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!