ଜୁଲାଇ ୧୦ରେ ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପ-ନିର୍ବାଚନ
Advertisement
Article Detail0/zeeodisha/odisha2287275

ଜୁଲାଇ ୧୦ରେ ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପ-ନିର୍ବାଚନ

By-election :  ୧୦ ଜୁଲାଇରେ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

by election

ବାଜିଲା ବିଗୁଲ୍ ୧୦ ଜୁଲାଇରେ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଘୋଷଣା କରିଛନ୍ତି ନିର୍ବାଚନ ନିର୍ବାଚନ ଆୟୋଗ ।

୧୩ ଟି ଆସନରେ ଉପ-ନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ୍ ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ବିହାରର ଗୋଟିଏ ସିଟ୍, ବଙ୍ଗ ୪ଟି ସିଟ୍, ତାମିଲନାଡୁ ନାଡ଼ୁର ଗୋଟିଏ ସିଟ୍, ମଧ୍ଯ ମଧ୍ୟପ୍ରଦେଶର ଗୋଟିଏ ସିଟ୍, ଉତ୍ତରପ୍ରଦେଶର ଦୁଇଟି ସିଟ୍, ପଞ୍ଜାବର ଗୋଟିଏ ସିଟ୍ ଏବଂ ହିମାଚଳର ୩ଟି ସିଟ୍‌ରେ ହେବ  ଭୋଟ୍ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ ଜୁନ୍ ୧୪ ରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ରର ଶେଷ ତାରିଖ ରହିବ ଜୁନ୍ ୨୧  । ଜୁନ୍ ୨୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ ୨୬ ଭାବରେ ସ୍ଥିର କରାଯାଇଛି। ଜୁଲାଇ ୧୦ରେ ମତଦାନ ହେବ । ଆଉ ଜୁଲାଇ ୧୩ରେ ଆସିବ ରେଜଲ୍ଭ ।