Delhi Liquor Scam: AAP ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ED, ଲଗାଇଲା ଏସବୁ ଆରୋପ
Advertisement
Article Detail0/zeeodisha/odisha1989114

Delhi Liquor Scam: AAP ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ED, ଲଗାଇଲା ଏସବୁ ଆରୋପ

Delhi Liquor Scam: ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏଡି ଶନିବାର ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ର ବିଭିନ୍ନ ବିଭାଗ ଅଧୀନରେ ଯାଞ୍ଚକାରୀ ସଂସ୍ଥା ଏହି ଚାର୍ଜ ସିଟ୍ ଦାଖଲ କରିଛନ୍ତି ।

 

ED Files Charge Sheet Against AAP MP Sanjay Singh

ED Files Charge Sheet Against AAP MP Sanjay Singh: ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ଆପ ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ର ବିଭିନ୍ନ ବିଭାଗ ଅଧୀନରେ ଯାଞ୍ଚକାରୀ ସଂସ୍ଥା ଏହି ଚାର୍ଜ ସିଟ୍ ଦାଖଲ କରିଛି ।

ଏହି ମାମଲାରେ ଏହା ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍, କାରଣ ଏଜେନ୍ସି ପୂର୍ବରୁ ପ୍ରାୟ ପାଞ୍ଚଟି ଅଭିଯୋଗ ଦାଖଲ କରିସାରିଛି । ଏହି ଚାର୍ଜ ସିଟ୍ ସମୁଦାୟ ୬୦ ପୃଷ୍ଠାର ଅଟେ । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଏଜେନ୍ସି ଇଡି ତାଙ୍କୁ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ସରକାରୀ ସାକ୍ଷୀ ଦେଇଥିବା ଦୀନେଶ ଆରୋରାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛି ।

ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି କୋର୍ଟ
ଏହାପୂର୍ବରୁ ସାଂସଦ ସଞ୍ଜୟ ସିଂଙ୍କୁ ୨୪ ନଭେମ୍ବରରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ତା’ପରେ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହାପୂର୍ବରୁ କୋର୍ଟ ନଭେମ୍ବର ୧୦ ରେ ସଞ୍ଜୟ ସିଂଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ତାଙ୍କ ହେପାଜତ ୨୪ ନଭେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ସମାପ୍ତ ହୋଇଥିଲା । ଏଥି ସହିତ ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ସଞ୍ଜୟ ସିଂ ଜାମିନ ଆବେଦନ କରିଥିଲେ, ଯାହାକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛି ।

୪ ଅକ୍ଟୋବରରେ କରାଯାଇଥିଲା ଗିରଫ 
ଅକ୍ଟୋବର ୪ ରେ ଇଡି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା । ଇଡି ଅଭିଯୋଗ କରିଛି ଯେ ଏକ୍ସାଇଜ୍ ପଲିସି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାରେ ସଞ୍ଜୟ ସିଂ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ଯାହା ଦ୍ୱାରା କିଛି ମଦ ଉତ୍ପାଦନକାରୀ, ହୋଲସେଲର ଓ ଖୁଚୁରା ବ୍ୟବସାୟୀଙ୍କର ଆର୍ଥିକ ଲାଭ ହୋଇଥିଲା ।