Amway Marketing Scam: ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, Amway ର ୭୫୭ କୋଟି ଟଙ୍କା ସମ୍ପତ୍ତି ଜବତ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
Advertisement

Amway Marketing Scam: ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, Amway ର ୭୫୭ କୋଟି ଟଙ୍କା ସମ୍ପତ୍ତି ଜବତ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଆମୱେ, ଏକ ମାର୍କେଟିଂ କମ୍ପାନୀ, ଯାହାର ସମ୍ପୂର୍ଣ୍ଣ ବ୍ୟବସାୟ ହଜାର କୋଟି ଟଙ୍କାର।

Amway  Marketing  Scam:  ଇଡିର  ବଡ଼  କାର୍ଯ୍ୟାନୁଷ୍ଠାନ,   Amway ର  ୭୫୭  କୋଟି  ଟଙ୍କା  ସମ୍ପତ୍ତି  ଜବତ,  ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ,  ଆମୱେ  ଇଣ୍ଡିଆ  ଏଣ୍ଟରପ୍ରାଇଜ୍  ପ୍ରାଇଭେଟ୍  ଲିମିଟେଡ  କମ୍ପାନୀର  ୭୫୭  କୋଟି  ଟଙ୍କାରୁ  ଅଧିକ  ସମ୍ପତ୍ତିକୁ  ଅସ୍ଥାୟୀ  ଭାବେ  ଜବତ  କରିଛି।  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ  ଦ୍ୱାରା,  ମନି ଲଣ୍ଡ୍ରିଂ  ଆକ୍ଟ  ଅନୁଯାୟୀ ଯାଞ୍ଚରେ ଖୁଲାସା ହୋଇଛି  କି  ଆମୱେ  ଡାଇରେକ୍ଟ  ସେଲିଂ  ମଲ୍ଟି  ଲେଭଲ  ମାର୍କେଟିଂ  ନେଟୱାର୍କ  ଆଳରେ  ପିରାମିଡ୍  ଠକେଇ  କରୁଥିଲା।   ଯାହାର ସ୍ପଷ୍ଟ ଭାବେ ଅର୍ଥ ହେଉଛି କି ତାର ସଦସ୍ୟଙ୍କୁ ଆଗକୁ ଅନ୍ୟ ସଦସ୍ୟ ତିଆରି କରିବା ଏବଂ  କମ୍ପାନୀର  ସାମାନ  ବିକ୍ରି  କରିବା। ଅଭିଯୋଗ ଅଛି ତି ଯେଉଁ ସାମାନ କମ୍ପାନୀ ଦ୍ୱାରା ଦିଆଯାଉଛି,  ସେହି  ସାମାନ  ସ୍ଥାନୀୟ  ମାର୍କେଟରେ  ବେଶ  କମ୍  ମୂଲ୍ୟରେ  ଉପଲବ୍ଧ।

ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର  ଜଣେ  ବରିଷ୍ଠ  ଅଧିକାରୀ  କହିଛନ୍ତି  କି  ଆମୱେ, ଏକ  ମାର୍କେଟିଂ  କମ୍ପାନୀ,  ଯାହାର  ସମ୍ପୂର୍ଣ୍ଣ  ବ୍ୟବସାୟ  ହଜାର  କୋଟି  ଟଙ୍କାର।  ରୋଚକ  କଥା  ଏହା  ହେଉଛି  କି  ଏହି  କମ୍ପାନୀରେ  ଏଜେଣ୍ଟ  ମାନଙ୍କୁ ଯୋଡ଼ି ହେବାକୁ  କୁହାଯାଇଥାଏ  ଏହା  ପରେ  ତାଙ୍କୁ  କୁହାଯାଏ  କି  କମ୍ପାନୀ  ଦ୍ୱାରା  ବିକ୍ରି  ହେଉଥିବା  ସାମାନ  ସେମାନେ  କିଣନ୍ତୁ।  ଏହା  ମଧ୍ୟ  କୁହାଯାଏ  କି  ଯଦି  ଆଗକୁ  ଆହୁରି  ସଦସ୍ୟ  ତିଆରି  ହେବେ ଏବଂ  ଯଦି  ସେହି  ସଦସ୍ୟମାନେ  ଆଗକୁ  ଆହୁରି  ସଦସ୍ୟ  ହୋଇ  ସାମାନ  କିଣିବେ ତେବେ  ତାଙ୍କୁ  ତାହାର  କମିଶନ  ମିଳିବ।  

ସୂଚନା ଅନୁସାରେ କମ୍ପାନୀ  ନିଜ  ଏଜେଣ୍ଟମାନଙ୍କୁ  ଯେଉଁ  ସିଦ୍ଧାନ୍ତ  କହିଥାଏ ସେହି  ଅନୁସାରେ  ବିକ୍ରି  ପରେ ପ୍ରଥମେ  ନିଜେ  ବ୍ୟବହାର  କର।  ଅର୍ଥାତ୍  ପ୍ରଥମେ  କମ୍ପାନୀର  ସଦସ୍ୟ  ହୁଅ, କମ୍ପାନୀ  ଦ୍ୱାରା  ବିକ୍ରି  କରାଯାଉଥିବା ସାମଗ୍ରୀ କିଣିବାକୁ ହେବ। ଏହା  ପରେ  କମିଶନ  ଲୋଭରେ ଏହାର  ସଦସ୍ୟ ଆଗକୁ  ନିଜ  ଚିହ୍ନା  ଲୋକଙ୍କୁ  ସଦସ୍ୟ  କରିବେ ଏବଂ କମିଶନ  ଲୋଭରେ  ଏହି  ଚେନ୍  କୁ  ଆଗ  ଯାଏ  ବଢ଼ାଇ  ଚାଲିଥିବେ। ଇଡି  ଅନୁସାରେ ଏହି ରୂପରେ  କମ୍ପାନୀ ଏକ  ପିରାମିଡ୍  ଫ୍ରଡ  ଚଳାଇଥିଲା।

ଅଭିଯୋଗ  ରହିଛି  କମ୍ପାନୀ  ଲୋକଙ୍କୁ  ଏହା  ମଧ୍ୟ  ଲୋଭ  ଦେଇଥାଏ  କି  ଖାଲି  ସମୟରେ  ଘରୋଇ  ସାମାନ  ବିକ୍ରି  କରନ୍ତୁ  ଏବଂ  କରୋଡପତି  ହୁଅନ୍ତୁ।  ଏହା  ଅନୁସାରେ  ପିରାମିଡର  ସେହି  ଚେନ୍  ପ୍ରସ୍ତୁତ  ହୋଇଥାଏ  ଏବଂ ଏହି ଚେନକୁ ଆସିଥିବା ସବୁ ଲୋକଙ୍କୁ ସେହି ମାଲ୍ କିଣିବାକୁ ପଡ଼ିଥାଏ।  ବାସ୍ତିବକ ତଥ୍ୟ ନ ଜାଣି ସାଧାରଣ ଲୋକ,  କମ୍ପାନୀ  ସଦସ୍ୟ  ଭାବେ  ସାମିଲ  ହେବା  ସହ  ଅଧିକ  ମୂଲ୍ୟରେ  ଉତ୍ପାଦ  କିଣିବାକୁ  ପ୍ରେରିତ  ହୋଇଥାନ୍ତି  ଏବଂ  ଏହି ପ୍ରକାରରେ  ନିଜ ପରିଶ୍ରମର  ଆୟ  ହରାଇଦେଇଥାନ୍ତି।

ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ ଏହି ମାମଲାରେ  ମୋଟ୍ ୭୫୭  କୋଟି ୭୭  ଲକ୍ଷର  ସ୍ଥାବର  ଓ  ଅସ୍ଥାବର  ସମ୍ପତ୍ତି ଜବତ କରିଛି।  ଯେଉଁଥିରେ  ତାମିଲନାଡୁ  ଡିଣ୍ଡିଗୁଲ  ଜିଲ୍ଲାରେ  ଥିବା  ଆମୱେର  ଭୂମି  ଏବଂ  କାରଖାନା  ଭବନ,  ବ୍ୟାଙ୍କ  ଖାତା  ଓ ଅନ୍ୟାନ୍ୟ  ସମ୍ପତ୍ତି  ସାମିଲ  ଅଛି।  ଇଡି,  ଆମୱେର ବିଭିନ୍ନ  ୩୬  ବ୍ୟାଙ୍କ  ଖାତାରୁ  ୪୧୧  କୋଟି  ଟଙ୍କାର  ସମ୍ପତ୍ତି  ମଧ୍ୟ  ଜବତ  କରିଛି।