ବିଜେପିରୁ ୨୫, ସିନ୍ଦେ ଗୋଷ୍ଠୀରୁ ୧୫, ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ; ଏପରି ହେବ ମହାରାଷ୍ଟ୍ର କ୍ୟାବିନେଟ୍
Advertisement
Article Detail0/zeeodisha/odisha1279463

ବିଜେପିରୁ ୨୫, ସିନ୍ଦେ ଗୋଷ୍ଠୀରୁ ୧୫, ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ; ଏପରି ହେବ ମହାରାଷ୍ଟ୍ର କ୍ୟାବିନେଟ୍

Eknath Shinde Cabinet: ସୂତ୍ରରୁ ଏହା ଜଣାପଡିଛି ଯେ ଏକନାଥ ସିନ୍ଦେଙ୍କ କ୍ୟାବିନେଟରେ ବିଜେପି ଦ ତାଙ୍କ ଦଳ ମଧ୍ୟରେ ୬୫-୩୫ ପ୍ରତିଶତ ସୂତ୍ର ସ୍ଥିର ହୋଇଛି । କେତେକ ମନ୍ତ୍ରୀ ପଦ ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ଦେବା ପାଇଁ ବିଚାର କରାଯାଇଛି ।

ସାଙ୍କେତିକ ଫଟୋ

Eknath Shinde Cabinet : ପ୍ରାୟ ଏକ ମାସର ଦୀର୍ଘ ଅପେକ୍ଷା ପରେ ଏକନାଥ ସିନ୍ଦେ ସରକାରଙ୍କ (Eknath Shinde government) ନୂଆ କ୍ୟାବିନେଟରେ ଏକ ଚୁକ୍ତିନାମା ହୋଇଛି । ସୂତ୍ରରୁ ଏହା ଜଣାପଡିଛି ଯେ ଏହି ନୂଆ କ୍ୟାବିନେଟରେ ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ୬୫-୩୫ ପ୍ରତିଶତ ସୂତ୍ର ସ୍ଥିର ହୋଇଛି । ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଅନ୍ତର୍ଭୁକ୍ତ କରାଯାଇପାରେ । ନୂଆ କ୍ୟାବିନେଟରେ ୨୪ ରୁ ୨୫ ବିଜେପି ବିଧାୟକ, ସିନ୍ଦେ ଗୋଷ୍ଠୀର ୧୫ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ । ବିଶ୍ୱାସ କରାଯାଏ ଯେ ଖୁବ୍ ଶୀଘ୍ର ଏକନାଥ ସିନ୍ଦେ (Eknath Shinde) ଓ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ସରକାର କ୍ୟାବିନେଟ୍ ବିସ୍ତାରକୁ ନେଇ ଘୋଷଣା କରିବେ ।

ମହାରାଷ୍ଟ୍ରର ରାଜନୀତିରେ ଏକ ବଡ ପରିବର୍ତ୍ତନ ହେବାଦ୍ବାରା, ୧ ଜୁଲାଇରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ନାଟକୀୟ ଭାବେ ବିଜେପି ନେତା ତଥା ପୂର୍ବତନ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଡେପୁଟି ସିଏମ୍ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ସେବେଠାରୁ କଳ୍ପନା ଜଳ୍ପନା ହୋଇଥିଲା ଯେ ସିନ୍ଦେ ଶୀଘ୍ର ତାଙ୍କ କ୍ୟାବିନେଟ୍ ସମ୍ପ୍ରସାରଣର ଘୋଷଣା କରିବେ । ୨୯ ଦିନର ବିଚାରବିମର୍ଶ ପରେ ଶେଷରେ ସରକାର ଗଠନ ପାଇଁ ବିଜେପି ହାଇକମାଣ୍ଡଙ୍କୁ ଭେଟିବା ପରେ ଶୁକ୍ରବାର ଦିନ ଏଭଳି ଖବର ସାମ୍ନାକୁ ଆସିଛି ଯେ ଏକନାଥ ସିନ୍ଦେ ଖୁବ ଶୀଘ୍ର ନିଜ କ୍ୟାବିନେଟ ସମ୍ପ୍ରସାରଣର ଘୋଷଣା କରିବେ । ସୂତ୍ରରୁ ଏହା ଜାଣିବାକୁ ମିଳିଛି ଯେ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ସିନ୍ଦେ ଓ ବିଜେପି ମଧ୍ୟରେ ଏକ ଚୁକ୍ତି ହୋଇଛି ।

ସୂତ୍ରରୁ ଏହା ଜଣାପଡିଛି ଯେ ଏକନାଥ ସିନ୍ଦେ ଓ ବିଜେପି ମଧ୍ୟରେ ୬୫-୩୫ ସୂତ୍ର ପ୍ରସ୍ତୁତ କରାଯାଇଛି । ବିଶ୍ୱାସ ରହିଛି ଯେ ନୂଆ କ୍ୟାବିନେଟରେ ୨୪ ରୁ ୨୫ ବିଜେପି ବିଧାୟକ, ସିନ୍ଦେ ଗୋଷ୍ଠୀର ୧୪ ରୁ ୧୫ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଇପାରେ । ଏହା ବ୍ୟତୀତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଶାନ୍ତ କରିବା ପାଇଁ ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇପାରେ ।

କହିରଖୁଛୁ ଯେ ଯେତେବେଳେ ଏକନାଥ ସିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ, ସେତବେଳେ ଠାକରେ ସରକାରଙ୍କ ୯ ଜଣ ମନ୍ତ୍ରୀ ମଧ୍ୟ ତାଙ୍କ ସହ ବିଦ୍ରୋହରେ ସାମିଲ ହୋଇଥିଲେ । ସିନ୍ଦେଙ୍କ ସହ ୪୦ ଶିବସେନା ବିଧାୟକଙ୍କ ମଧ୍ୟରୁ ନଅ ଜଣ ଅଛନ୍ତି, ଯେଉଁମାନେ ଉଦ୍ଧବ ସରକାରରେ ମନ୍ତ୍ରୀ ଥିଲେ । ଏହି ବିଧାୟକମାନଙ୍କୁ ସିନ୍ଦେ ସରକାରରେ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଏ ।

ଏହା ବି ପଢ଼ନ୍ତୁ: ମଙ୍କିପକ୍ସକୁ ନେଇ WHO ଦେଲା ବଡ ଚେତାବନୀ

ଏହା ବି ପଢ଼ନ୍ତୁ: Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ