Advertisement
Article Detail0/zeeodisha/odisha1985809
Zee OdishaOdisha National-Internationalଏହା ଚିନ୍ତାଜନକ, ପନ୍ନୁଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ଭାରତୀୟ ସାମିଲ୍ ଥିବା ଅଭିଯୋଗରେ MEA ଦେଲା ବଡ଼ ବୟାନ

'ଏହା ଚିନ୍ତାଜନକ', ପନ୍ନୁଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ଭାରତୀୟ ସାମିଲ୍ ଥିବା ଅଭିଯୋଗରେ MEA ଦେଲା ବଡ଼ ବୟାନ

America Allegation On Indian Citizen: ଆମେରିକା ଅଭିଯୋଗ କରିଛି ଯେ ଆମେରିକାରେ ରହୁଥିବା ଖାଲିସ୍ତାନୀ ନେତା ଗୁରୁପନ୍ତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଜଣେ ଭାରତୀୟ ନାଗରିକ ଷଡଯନ୍ତ୍ର କରିଛନ୍ତି ।

 

America Allegation On Indian Citizen
America Allegation On Indian Citizen

America Allegation On Indian Citizen: ଆମେରିକାରେ ଜଣେ ଖାଲିସ୍ତାନୀ ନେତାଙ୍କୁ ହତ୍ୟା ଷଡଯନ୍ତ୍ରରେ ଜଣେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦ୍ବେଗ ପ୍ରକାଶ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଏଭଳି ଇନପୁଟକୁ ଗମ୍ଭୀରତାର ସହ ନେଉଛୁ । ତଦନ୍ତ କମିଟି ଗଠନ ହୋଇସାରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ଚିନ୍ତାଜନକ ଓ ଏକ ଗମ୍ଭୀର ବିଷୟ ।

ସମ୍ବାଦ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ବୁଧବାର ଦିନ (୨୯ ନଭେମ୍ବର) କହିଛନ୍ତି ଯେ ଏହି ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ରଖିବା ପାଇଁ ୧୮ ନଭେମ୍ବରରେ ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିଛି ।

ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା କରିଛି ଅଭିଯୋଗ 
କହିଦେଉଛୁ ଯେ, ଆମେରିକା ଜଣେ ଭାରତୀୟ ନାଗରିକଙ୍କୁ ଜଣେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି । ଆମେରିକାର ନ୍ୟାୟ ବିଭାଗ କହିଛି ଯେ ବିଚ୍ଛିନ୍ନତାବାଦୀ ନେତା ତଥା ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆମେରିକାର ଓକିଲ ଡାମିଆନ୍ ୱିଲିୟମ୍ସ କହିଛନ୍ତି ଯେ ଅଭିଯୁକ୍ତ (ନିଖିଲ) ଭାରତୀୟ ମୂଳ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ଯିଏ ଭାରତରୁ ନ୍ୟୁୟର୍କ ସହରକୁ ଯାଇଥିଲେ ।

Add Zee News as a Preferred Source

ଆମେରିକୀୟ ଅଣ୍ଡରକଭର ଏଜେଣ୍ଟଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରି
ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ନ୍ୟୁୟର୍କ ସହରରେ ରହୁଥିବା ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ସହ ନିଖିଲ ଏହି ଅଭିଯୋଗ ସ୍ୱିକାର କରିଛନ୍ତି । ନିଖିଲ ଯାହାକୁ ହତ୍ୟା କରିବାର ସୁପାରି ଦେଇଥିଲା, ସେ ପ୍ରକୃତରେ ଆମେରିକାର ଗୁପ୍ତଚର ସଂସ୍ଥାର ଜଣେ ଅଣ୍ଡରକଭର ଏଜେଣ୍ଟ ଥିଲେ । ସେ ହତ୍ୟାକାରୀଙ୍କୁ ଏକ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୮୩ ଲକ୍ଷ ଟଙ୍କା) ଦେବାକୁ ସ୍ୱୀକାର କରିଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ୧୨ ଲକ୍ଷ ୫୦ ହଜାର ୨୧୭ ଟଙ୍କା ଅଗ୍ରୀମ ଦେୟ ଦିଆଯାଇଥିବା ମଧ୍ୟ ଦାବି କରାଯାଇଛି ।

ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛି ଭାରତ 
ବୁଧବାର ଦାନ (୨୯ ନଭେମ୍ବର) ରେ ଆମେରିକା ଏହି ଦାବି କରିବା ପରେ ଭାରତ ଏହି ପ୍ରସଙ୍ଗରେ ଗୁରୁତର ଚିନ୍ତା ପ୍ରକଟ କରିଥିଲା । ଏହା ପରେ ଭାରତ କହିଛି ଯେ ଆମେରିକାର ମାଟିରେ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା ଷଡଯନ୍ତ୍ର ସହ ଜଡିତ ମାମଲାର ଯାଞ୍ଚ ପାଇଁ ଏହା ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିସାରିଛି ।

About the Author