ବିବାଦୀୟ କୃଷି ଆଇନକୁ (Agriculture Law) ନେଇ ଦିଲ୍ଲୀର (Delhi) ବିଭିନ୍ନ ସୀମାରେ ଚାଲିଛି ଆନ୍ଦୋଳନ ।
Trending Photos
ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନକୁ (Agriculture Law) ନେଇ ଦିଲ୍ଲୀର (Delhi) ବିଭିନ୍ନ ସୀମାରେ ଚାଲିଛି ଆନ୍ଦୋଳନ । ୫୫ ଦିନରେ ପହଞ୍ଚିଛି ଆନ୍ଦୋଳନ (Farmer Protest) । ଆଇନକୁ (Agriculture Law) ପ୍ରତ୍ୟାହାର କରିବାକୁ ଦାବି କରି ଆସୁଛନ୍ତି କୃଷକମାନେ (Farmer Protest)। ତେବେ ୫୫ ଦିନର ଆନ୍ଦୋଳନ ମଧ୍ୟରେ ୯ ଥର ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଆସନ୍ତା କାଲି ପୁଣିଥରେ ଆଲୋଚନା ହେବାକୁ ଯାଉଛି । ବିଜ୍ଞାନ ଭବନରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ଅଧିକ ପଢନ୍ତୁ: ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା!
ତେବେ ଆସନ୍ତା କାଲି ହେବାକୁ ଥିବା ଏହି ଆଲୋଚନା ଆଜି ଅର୍ଥାତ ମଙ୍ଗଳବାର ଦିନ ହେବାର ଥିଲା । ମାତ୍ର କୌଣସି କାରଣରୁ ଏହାକୁ ବାତିଲ କରାଯାଇ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ବିଜ୍ଞାନଭବନରେ କୃଷକ ସଂଗଠନ ସହିତ ମନ୍ତ୍ରୀସମୂହଙ୍କ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ତେବେ ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି, ଆସନ୍ତା କାଲି ସରକାରଙ୍କ ସହିତ ଆଲୋଚନା ହେବାକୁ ଯାଉଛି। ତେବେ ଏହି ଆଲୋଚନା ମଧ୍ୟ ନିଷ୍ଫଳ ହେବ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ: ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?
ସେ ଆହୁରି ମଧ୍ୟ କହିଛନ୍ତି କି ଆସନ୍ତା ୨୬ ତାରିଖରେ ଆମେ ଟ୍ରାକ୍ଟର ରାଲି ବାହାର କରିବାକୁ ଯାଉଛି । କିନ୍ତୁ ସରକାର ଯେଉଁଠାରେ ଗଣତନ୍ତ୍ର ଦିବସ ପରେଡ କରିବେ ସେଠାରେ ଆମେ ରାଲି କରିବୁ ନାହିଁ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଏହା ପୂର୍ବରୁ ଏହି ଆଇନ ଉପରେ ସୁପ୍ରିମକୋର୍ଟ ସୀମିତ ସମୟ ପାଇଁ ରୋକ ଲଗେଇ ଦେଇଛନ୍ତି । ଏହା ସହିତ ସମସ୍ୟାର ଏକ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଏକ ଟିମ ମଧ୍ୟ ଗଢିଛନ୍ତି । ଏହା ପୂର୍ବରୁ ସରକାରଙ୍କ ସହିତ କୃଷକ ସଂଘ ୯ ଥର ଆଲୋଚନା କରିଛନ୍ତି ।