କୃଷକ ତାଡ଼ିଲେ ପୋତା କଣ୍ଟା, ପୋଲିସ କହିଲା ଗୁଜବ
Advertisement
Article Detail0/zeeodisha/odisha841858

କୃଷକ ତାଡ଼ିଲେ ପୋତା କଣ୍ଟା, ପୋଲିସ କହିଲା ଗୁଜବ

ଦିଲ୍ଲୀ ଉତ୍ତରପ୍ରଦେଶ (Uttarpradesh) ସୀମା ଗାଜିପୁରଠାରେ (Ghazipur) ଚାଷୀଙ୍କ ଆନ୍ଦୋଳନ (Farmer Protest) ଦୀର୍ଘ ୭୦ ଦିନରୁ ଊର୍ଦ୍ଧ୍ୱ ଦିନ ହେବ ଆନ୍ଦୋଳନ ଜାରି ରହିଛି । ତେବେ ଗଣତନ୍ତ୍ର ଦିବସରେ (Republic Day) ଟ୍ରାକ୍ଟର ରାଲି (Tractor Rally) ପରେ ଆହୁରି ଊଗ୍ର ରୂପ ନେଇଛି ଏହି ଆନ୍ଦୋଳନ । ଦିଲ୍ଲୀ-ଉତ୍ତରପ୍ରଦେଶ (Delhi-Uttarprade

କୃଷକ ତାଡ଼ିଲେ ପୋତା କଣ୍ଟା, ପୋଲିସ କହିଲା ଗୁଜବ

ନୂଆଦିଲ୍ଲୀ: ଦିଲ୍ଲୀ ଉତ୍ତରପ୍ରଦେଶ (Uttarpradesh) ସୀମା ଗାଜିପୁରଠାରେ (Ghazipur) ଚାଷୀଙ୍କ ଆନ୍ଦୋଳନ (Farmer Protest) ଦୀର୍ଘ ୭୦ ଦିନରୁ ଊର୍ଦ୍ଧ୍ୱ ଦିନ ହେବ ଆନ୍ଦୋଳନ ଜାରି ରହିଛି । ତେବେ ଗଣତନ୍ତ୍ର ଦିବସରେ (Republic Day) ଟ୍ରାକ୍ଟର ରାଲି (Tractor Rally) ପରେ ଆହୁରି ଊଗ୍ର ରୂପ ନେଇଛି ଏହି ଆନ୍ଦୋଳନ । ଦିଲ୍ଲୀ-ଉତ୍ତରପ୍ରଦେଶ (Delhi-Uttarpradesh Border) ସୀମାରେ ଥିବା ଗାଜୀପୁରରେ (Ghazipur) ପୋଲିସ ଲଗାଇଥିବା କଣ୍ଟା ହଟାଇବାର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ତିନୋଟି କୃଷି ନିୟମକୁ (Agirculture Law) ବିରୋଧ କରୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍ ନିକଟରେ କଣ୍ଟା ଲଗାଯାଇଥିଲା।

ଅଧିକ ପଢନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ମୁଣ୍ଡ ବିହୀନ ଶବ ଜବତ

ଗାଜିପୁର ସୀମାରୁ (Ghazipur Border) ଉପଲବ୍ଧ ଭିଜୁଆଲ ଗୁଡିକ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ କୃଷକ ସମାବେଶରେ ଦିଲ୍ଲୀରେ ହିଂସା ପରେ ଲଗାଯାଇଥିବା କଣ୍ଟା ଗୁଡିକୁ ହଟାଇଥିବାର ଦେଖାଯାଇଛି। ତେବେ ଏହି କଣ୍ଟା ସବୁକୁ ହଟାଯାଉ ନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଦିଲ୍ଲୀ ପୋଲିସ କହିଛି, "ଭିଡିଓ ଏବଂ ଫଟୋଗୁଡ଼ିକ ଘୁରି ବୁଲୁଛି, ଯେଉଁଥିରେ ଦର୍ଶାଯାଇଛି ଯେ ଗାଜୀପୁରରୁ କଣ୍ଟା ଗୁଡ଼ିକୁ ହଟାଇ ଦିଆଯାଇଛି । ସେମାନଙ୍କୁ କେବଳ ବଦନାମ କରାଯାଉଛି। ସୀମାରେ ପରିସ୍ଥିତି ସ୍ଥିର ରହିଛି।

ହିଂସା ସମୟରେ ପ୍ରାୟ ୪ ଶହ ଦିଲ୍ଲୀ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଯାହା ପରେ ସୀମାରେ ଥିବା ବିଭିନ୍ନ ପ୍ରତିବାଦ ସ୍ଥାନରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ହିଂସା ପୁନରାବୃତ୍ତି ନହେବା ପାଇଁ ସେଠାରେ ସାମରିକ ବାହିନୀର ଉପସ୍ଥିତି ମଧ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ପୋଲିସ ବିଶେଷ ଭାବରେ ବିରୋଧ ସ୍ଥାନଗୁଡିକ ବନ୍ଦ କରି ସେଠାରେ ବ୍ୟାରିକେଡ୍ ବୃଦ୍ଧି କରିଥିଲା। କୃଷକଙ୍କ ଟ୍ରାକ୍ଟରଗୁଡିକ ପୁଣିଥରେ ଦିଲ୍ଲୀରେ ପ୍ରବେଶ ନକରିବା ପାଇଁ କଣ୍ଟା ମଧ୍ୟ ରଖାଯାଇଥିଲା।

ଅଧିକ ପଢନ୍ତୁ: ଚୀନର ରହସ୍ୟମୟ ୱୁହାନ ଲ୍ୟାବରୁ ବ୍ୟାପିଛି କୋରୋନା ଭୂତାଣୁ? WHO ର ଅନୁସନ୍ଧାନକାରୀ ଦଳ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଏହି ସମୟରେ, କେନ୍ଦ୍ର ସରକାର ଆଜି ଦିଲ୍ଲୀ-ଏନସିଆର ପାଇଁ ଦୁଇଟି ଆରଏଫ କମ୍ପାନୀ ସମେତ CRPF ର ୩୧ଟି କମ୍ପାନୀ ନିୟୋଜନକୁ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଚାଷୀଙ୍କ ଚାଲିଥିବା ବିରୋଧକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ: ରାମପୁର ଗସ୍ତରେ ପ୍ରିୟଙ୍କା, ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବେ

ଏଥିସହ ଗାଜିପୁର ବିରୋଧ ସ୍ଥଳରେ ପଞ୍ଚମ ଦିନ ପାଇଁ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି। ନଭେମ୍ବରରୁ ବିକ୍ଷୋଭକାରୀମାନେ ଦିଲ୍ଲୀ-ମିରଟ ରାଜପଥରେ କ୍ୟାମ୍ପ କରିଆସୁଛନ୍ତି। କୃଷକ ସଂଗଠନର ସଂଯୁକ୍ତ କିଶାନ ମୋର୍ଚ୍ଚା ଫେବୃଆରୀ ୬ରେ ଦେଶବ୍ୟାପୀ 'ଚକ୍କା ଜାମ' ଆହ୍ୱାନ ଦିଆଯାଇଛି । ଯେଉଁଥିରେ ବିକ୍ଷୋଭକାରୀମାନେ ଜାତୀୟ ତଥା ରାଜ୍ୟ ରାଜପଥରେ ପ୍ରଦର୍ଶନ କରିବେ ଏବଂ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେମାନଙ୍କ ପ୍ରଦର୍ଶନକୁ ସମର୍ଥନ କରିବେ।