)
Delhi Chalo: ଚାଷୀ ଆନ୍ଦୋଳନରେ ବ୍ରେକ୍ । 'ଦିଲ୍ଲୀ ଚଲୋ’ ଅଭିଯାନକୁ ସ୍ଥଗିତ ରଖିବା ନେଇ ଚାଷୀ ସଂଗଠନ ପକ୍ଷରୁ ଘୋଷଣା କରାଯିବା ପରେ ଖୋଲିଛି ଦିଲ୍ଲୀ ବର୍ଡ଼ର । ପଞ୍ଜାବ ଓ ହରିୟାଣାକୁ ଯୋଗାଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରକୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି ।
ସୂଚନା ଅନୁଯାୟୀ, ଆସନ୍ତା ୨୯ ତାରିଖ ଯାଏଁ ‘ଦିଲ୍ଲୀ ଚଲୋ’ ଅଭିଯାନକୁ ସ୍ଥଗିତ ରଖାଯାଇଛି। ଏ ନେଇ ଚାଷୀ ସଙ୍ଗଠନର ଘୋଷଣା ପରେ ଖୋଲିଛି ଦିଲ୍ଲୀ ବର୍ଡ଼ର । ପଞ୍ଜାବ ଓ ହରିୟାଣାକୁ ଯୋଗାଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି । ଅନ୍ୟପଟେ ସୀମାରୁ କଂକ୍ରିଟ୍ ବ୍ୟାରିକେଡକୁ ଭଙ୍ଗାଯାଇଛି। ଏବେ ଦିଲ୍ଲୀ ସୀମାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଜାମ କମିବ । ୨୯ରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ଦୁଇଟି କୃଷକ ସଂଗଠନ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଏବଂ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ କୁହାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲେନ୍ ଖୋଲିବାକୁ ନିଷ୍ପତି ନେଇଛି ଦିଲ୍ଲୀ ପୋଲିସ । ରବିବାର ସନ୍ଧ୍ୟା ସୁଦ୍ଧା ଶମ୍ଭୁ ଓ ଟ୍ରିକି ବର୍ଡରରେ ଯାତାୟତ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଚାଷୀଙ୍କ ଆନ୍ଦୋଳନ ଡାକରା ପରେ ଫେବୃଆରୀ ୧୩ ତାରିଖରୁ ଦୀଲ୍ଲୀ ସୀମାକୁ ସିଲ୍ କରାଯାଇଥିଲା । ଅନ୍ୟପଟେ ଶନିବାର ସନ୍ଧ୍ୟାରେ ଚାଷୀ ମାନେ ପଞ୍ଜାବ-ହିରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ପ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ପଞ୍ଜାବ ଭଠିଣ୍ଡାର ଯୁବ ଚାଷୀ ଶୁଭକରଣ ସିଂହଙ୍କୁ ସମସ୍ତ ଚାଷୀ ମାନେ ଶ୍ରଦ୍ଧାଞ୍ଜଳୀ ଦେଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉ କି, ଚଳିତ ମାସ ୧୩ରୁ କୃଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ସହ ୪ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇସାରିଛି। ଏମଏସ୍ପି ପ୍ରସଙ୍ଗରେ ସ୍ବାମୀନାଥନ କମିସନଙ୍କ ସୁପାରିସ ଲାଗୁ, କୃଷକଙ୍କ ପାଇଁ ପେନସନ ବ୍ୟବସ୍ଥା, ବିଦ୍ୟୁତ ଶୁଳ୍କ ହ୍ରାସ, ୨୦୨୧ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ପ୍ରତ୍ୟାହାର ଭଳି ଏକାଧିକ ଦାବି ପୂରଣ କୃଷକ ଆନ୍ଦୋଳନ ମୁଣ୍ତ ଟେକିଛି। ତେବେ କଡା ନିରାପତ୍ତା ବ୍ୟବସ୍ଥା ଯୋଗୁଁ କୃଷକମାନେ ଦିଲ୍ଲୀରେ ପହଞ୍ଚି ପାରିନାହାନ୍ତି।