କଣ୍ଠଶିଳ୍ପୀ ଅନ୍ତରାଙ୍କ ନାମରେ ଠକେଇ ଅଭିଯୋଗ, ଥାନାରେ ଏତଲା
Advertisement
Article Detail0/zeeodisha/odisha2562968

କଣ୍ଠଶିଳ୍ପୀ ଅନ୍ତରାଙ୍କ ନାମରେ ଠକେଇ ଅଭିଯୋଗ, ଥାନାରେ ଏତଲା

Fir Against Singer Antra: କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଅନ୍ତରା ସିଂଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏହି ମାମଲା ଠକେଇ ସହ ଜଡିତ ବୋଲି କୁହାଯାଉଛି।

କଣ୍ଠଶିଳ୍ପୀ ଅନ୍ତରାଙ୍କ ନାମରେ ଠକେଇ ଅଭିଯୋଗ, ଥାନାରେ ଏତଲା

Fir Against Singer Antra: ଭୋଜପୁରୀ ଅଭିନେତ୍ରୀ ତଥା ଗାୟିକା ଅନ୍ତରା ସିଂଙ୍କ ସମେତ ୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ନାମରେ ଠକେଇ ଅଭିଯୋଗ ଆସିଛି । ଅଭିଯୋଗକାରୀ କହିଛନ୍ତି ଯେ, ନବରାତ୍ରୀ ସମୟରେ ଅଭିନେତ୍ରୀ ଏବଂ ଅନ୍ୟ ଦୁଇଜଣ ଟଙ୍କା ନେଇଥିଲେ ମଧ୍ୟ କାର୍ଯ୍ୟକ୍ରମ କରିନଥିଲେ। ଏଭଳି ପରିସ୍ଥିତିରେ ଏବେ ଅନ୍ତରା ସିଂ ଆଇନଗତ ମାମଲାରେ ଛନ୍ଦି ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଏହି ମାମଲାଟି ରୋବର୍ଟସଗଞ୍ଜ କୋଟୱାଲିର ବାହୁରା ଗାଁର । ଆୟୋଜକମାନେ ଅନ୍ତରା ସିଂ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୨ ପାଇଁ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଆୟୋଜକମାନେ ପ୍ରଥମେ ଅଗ୍ରିମ ୧ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ବର୍ତ୍ତମାନ ଏହି ବିବାଦକୁ ନେଇ ଅନ୍ତରା କିମ୍ୱା ତାଙ୍କ ଟିମ୍ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ । ଅନ୍ତରାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ କୋରଡପତି ଗୀତରେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେ ନିଜେ ଏହି ଗୀତ ଗାଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ଗୀତ ସହ ଜଡିତ ଅନେକ କ୍ଲିପ୍ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

ଅନ୍ତରା ସିଂ କିଏ?
ଅନ୍ତରା ସିଂଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, ନିଜ ବିଷୟରେ ସେ ଲେଖିଛନ୍ତି ଯେ, ସେ ଜଣେ ଗାୟିକା ଏବଂ ଅଭିନେତ୍ରୀ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫଲୋ କରନ୍ତି । ଅଭିନୟ ସହିତ ସେ ଗୀତ ଗାଇବାକୁ ପସନ୍ଦ କରନ୍ତି । ସେ ଅନେକ ଭୋଜପୁରୀ ଗୀତରେ କଣ୍ଠଦାନ କରିଛନ୍ତି ଯାହା ଖୁବ ହିଟ୍ ହୋଇଛି ।

Also Read- ହାଇ କୋଲେଷ୍ଟ୍ରଲ, ହୃଦ ରୋଗ ଏବଂ କୋଷ୍ଠକାଠିନ୍ୟ ହେବ ଦୂର, ଏମିତି କରନ୍ତୁ ତେନ୍ତୁଳିର ବ୍ୟବହାର

Also Read- Numerology: ଏହି ତାରିଖରେ ଜନ୍ମିତ ମହିଳା ସ୍ୱାମୀଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ !