Akhil Giri: ମମତାଙ୍କ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ FIR, ରାଷ୍ଟ୍ରପତିଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ
Advertisement

Akhil Giri: ମମତାଙ୍କ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ FIR, ରାଷ୍ଟ୍ରପତିଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ

Complaint Against Akhil Giri: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି ବିବାଦ ଘେରକୁ ଆସିଛନ୍ତି । ର୍ତ୍ତମାନ ଲକେଟ୍ ଚାଟାର୍ଜୀ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଦିଲ୍ଲୀରେ ଅଭିଯୋଗ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Complaint Against Akhil Giri: ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ପରେ ମମତାଙ୍କ ମନ୍ତ୍ରୀ ଅଖିଲ ଗିରି (Akhil Giri) ଚାରିଆଡେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ବିଜେପି ନେତା ଲକେଟ୍ ଚାଟାର୍ଜୀ (Locket Chatterjee) ଦିଲ୍ଲୀରେ ଅଖିଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହା ସହିତ ସେ ଏହି ପ୍ରସଙ୍ଗରେ ଅଖିଲଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ମମତା ସରକାର (Mamata Govt) ତାଙ୍କୁ ଶୀଘ୍ର ବରଖାସ୍ତ କରନ୍ତୁ । ଆପଣଙ୍କୁ କହି ରଖୁଛୁ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ (President Droupadi Murmu) ବିଷୟରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି ଶନିବାର ଦିନ ଅର୍ଥାତ ୧୨ ନେଭେମ୍ବରରେ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଏକ ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ଗିରି ନିଜ ବିବାଦୀୟ ବୟାନ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି ।

ଗିରିର ଗୋଟିଏ ଭିଡିଓରେ ସେ 'ରାଷ୍ଟ୍ରପତିଙ୍କ ଲୁକ୍' ବିଷୟରେ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳିଥିଲା । ତେବେ ଭିଡିଓର ସତ୍ୟତାକୁ ଯାଞ୍ଚ କରାଯାଇ ନାହିଁ । ଓଡ଼ିଶା ସମେତ କୋଲକାତାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ରାଲି କରି ମନ୍ତ୍ରୀ ପଦରୁ ଗିରିଙ୍କୁ ବରଖାସ୍ତ କରାଯିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ କହିଛି ଯେ ସେ ଏପରି ବୟାନକୁ ସମର୍ଥନ କରେ ନାହିଁ, କିନ୍ତୁ ନେତାଙ୍କ ଏପରି ବ୍ୟକ୍ତିଗତ ବୟାନ ପାଇଁ ଦଳ ଦାୟୀ ନୁହେଁ । ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ଆମେ ଲୋକଙ୍କ ବ୍ୟକ୍ତିଗତ ବୟାନ ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହୁଁ । ଦଳ ଏପରି ବୟାନ ପାଇଁ ସମର୍ଥନ କରେ ନାହିଁ କିମ୍ବା ଦାଇତ୍ୱ ନେଉ ନାହିଁ । ଆମେ ଦେଶର ରାଷ୍ଟ୍ରପତିଙ୍କୁ ବହୁତ ସମ୍ମାନ କରୁ ।"

ମନ୍ତ୍ରୀ ଅଖିଲ ଗିରିଙ୍କୁ ବରଖାସ୍ତ କରିବାକୁ ବିଜେପି ଦାବି କରିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରିଙ୍କ ବୟାନ ପାଇଁ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଓ କାହା ଆଦେଶରେ ସେ ଏପରି ଦୁର୍ଭାଗ୍ୟଜନକ ଓ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ବର୍ତ୍ତମାନ ଲକେଟ୍ ଚାଟାର୍ଜୀ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଦିଲ୍ଲୀରେ ଅଭିଯୋଗ କରିଛନ୍ତି ।

ଏହି ସମୟରେ ଗିରି ନିଜ ବୟାନ ପାଇଁ କ୍ଷମା ମାଗିଛନ୍ତି । ଗିରି ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, 'ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ମୋର ଅର୍ଥ ନୁହେଁ । ମୁଁ କେବଳ ଟାର୍ଗେଟ କରୁଥିବା ବେଳେ ବିଜେପି ନେତାମାନେ ଦେଇଥିବା ବୟାନର ଜବାବ ଦେଉଥିଲି । ମୋର ଚେହେରା ଯୋଗୁଁ ପ୍ରତିଦିନ ମୁଁ ମୌଖିକ ଟାର୍ଗେଟରେ ଶିକାର ହୁଏ । ଯଦି କେହି ଅନୁଭବ କରନ୍ତି ଯେ ମୁଁ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛି, ତେବେ ମୁଁ ଏହି ବୟାନ ପାଇଁ କ୍ଷମା ପ୍ରାର୍ଥନା କରୁଛି । ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି ।'

ଏହା ବି ପଢ଼ନ୍ତୁ: Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!