ଦେଶରେ ମିଳିଲା MPox ର ପ୍ରଥମ ସନ୍ଦେହଜନକ ମାମଲା, ହସ୍ପିଟାଲରେ ରୋଗୀ
Advertisement
Article Detail0/zeeodisha/odisha2420675

ଦେଶରେ ମିଳିଲା MPox ର ପ୍ରଥମ ସନ୍ଦେହଜନକ ମାମଲା, ହସ୍ପିଟାଲରେ ରୋଗୀ

Mpox India Suspect Case: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନ୍ଦିଗ୍ଧ MPpox ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଯୁବକଙ୍କର MPox ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ତାଙ୍କ ନମୁନା ନିଆଯାଇଛି ଏବଂ ଯାଞ୍ଚ କରାଯାଉଛି। ସରକାର କହିଛନ୍ତି ଯେ କୌଣସି ଅନାବଶ୍ୟକ ଚିନ୍ତାର ଆବଶ୍ୟକତା ନାହିଁ।

 

Mpox India Suspect Case

Mpox India Suspect Case: ଦେଶରେ MPox (ମଙ୍କିପକ୍ସ)ର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ Mpox ମାମଲାର ସାମ୍ନା  କରୁଥିବା ଦେଶକୁ ଯାତ୍ରା କରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କୁ ଅଲଗା ରଖାଯାଇଛି। କହିରଖୁଛୁ ଯେ WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ ଅନେକ ଦେଶରେ ବହୁ ସଂଖ୍ୟାରେ ମାମଲା ରୁଜୁ ହୋଇଛି। ଅନେକ ଦିନ ଧରି MPOX କୁ ନେଇ ମଧ୍ୟ ଭାରତ ସରକାର ମଧ୍ୟ ସତର୍କ ରହିଆସିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନ୍ଦିଗ୍ଧ MPpox ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଯୁବକଙ୍କର MPox ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ତାଙ୍କ ନମୁନା ନିଆଯାଇଛି ଏବଂ ଯାଞ୍ଚ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୌଣସି ଅନାବଶ୍ୟକ ଚିନ୍ତାର ଆବଶ୍ୟକତା ନାହିଁ।

ମନ୍ତ୍ରଣାଳୟ କହିଛି ଯେ ଏଭଳି ବିଚ୍ଛିନ୍ନ ଯାତ୍ରା ସମ୍ବନ୍ଧୀୟ ଘଟଣାଗୁଡ଼ିକର ମୁକାବିଲା ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ କୌଣସି ସମ୍ଭାବ୍ୟ ବିପଦକୁ ପରିଚାଳନା ତଥା ହ୍ରାସ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୧୨ ଟି ଆଫ୍ରିକୀୟ ଦେଶରେ ଏହି ରୋଗକୁ ବିଶ୍ୱର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ତିନି ସପ୍ତାହ ପରେ ଭାରତରେ ସନ୍ଦେହଜନକ Mpox ମାମଲା ଚିହ୍ନଟ ହୋଇଥିଲା।

MPOX ସମ୍ବନ୍ଧରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ଟେଷ୍ଟିଂ କିଟ୍ ପ୍ରସ୍ତୁତ ହେଉଛି। MPOX ଚିହ୍ନଟ ପାଇଁ CDSCO ତିନୋଟି ଟେଷ୍ଟିଂ କିଟ୍ ଅନୁମୋଦନ କରିଛି। ଏହି RT-PCR କିଟ୍ ଗୁଡିକ ଟେଷ୍ଟିଂ ପାଇଁ ପକ୍ସ ରାଶରୁ ତରଳ ନମୁନା ବ୍ୟବହାର କରନ୍ତି। ଆଇସିଏମଆର ମଧ୍ୟ ଏହି କିଟ୍ଗୁଡ଼ିକୁ ଅନୁମୋଦନ କରିଛି।

Also Read: Vikas Sethi dies: ୪୮ ବର୍ଷ ବୟସରେ ଏହି ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ, ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା

Also Read: Deepika Padukone baby: ଦୀପିକା ପାଦୁକୋନ-ରଣଭୀର ସିଂଙ୍କ ଘରକୁ ଆସିଲା ନୂଆ ଅତିଥି, ଜାଣନ୍ତୁ ପୁଅ ନା ଝିଅ?