Brain surgery in womb: ବିଶ୍ବରେ ପ୍ରଥମ! ଗର୍ଭାଶୟରେ ହେଲା ଶିଶୁର ବ୍ରେନ ସର୍ଜରୀ
Advertisement
Article Detail0/zeeodisha/odisha1682800

Brain surgery in womb: ବିଶ୍ବରେ ପ୍ରଥମ! ଗର୍ଭାଶୟରେ ହେଲା ଶିଶୁର ବ୍ରେନ ସର୍ଜରୀ

Brain surgery in womb: ଦୁନିଆର ପ୍ରଥମ ଘଟଣା ଯେଉଁଥିରେ ମାଆର ଗର୍ଭରେ ଛୁଆର ଅପରେସନ କରାଯାଇଛି । ଆମେରିକାରେ ଏଭଳି ବିରଳ ବ୍ରେନ ସର୍ଜରୀ ହୋଇଥିବା ସାମ୍ନାକୁ ଆସିଛି । ଆମେରିକାର ଏକ ଡାକ୍ତରୀ ଟିମ୍ (American doctors) ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। 

ସୌ(ସୋସିଆଲ ମିଡିଆ)

Brain surgery in womb: ମାଆ ପେଟରେ ଛୁଆର ଅପରେସନ । ଏହା ହେଉଛି ଦୁନିଆର ପ୍ରଥମ ଘଟଣା, ଯେଉଁଥିରେ ମାଆର ଗର୍ଭରେ ଛୁଆର ଅପରେସନ କରାଯାଇଛି । ଆମେରିକାରେ ଏଭଳି ବିରଳ ବ୍ରେନ ସର୍ଜରୀ (Brain surgery) ହୋଇଥିବା ନେଇ ଘଟଣା ସାମ୍ନାକୁ ଆସିଛି । ଆମେରିକାର ଏକ ଡାକ୍ତରୀ ଟିମ୍ (American doctors) ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ଏକ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି ।  ସିଏନ୍ଏନ୍ ଅନୁଯାୟୀ, “ଭେନ ଅଫ ଗାଲେନ୍ ମାଲଫେର୍ମେସନ” ଭାବରେ ଜଣାଶୁଣା ଏହି ରୋଗ ମସ୍ତିଷ୍କରୁ ହୃତପିଣ୍ତକୁ ରକ୍ତ ପରିବହନ କରୁଥିବା ଶିରାରେ ସମସ୍ୟା ସୃଷ୍ଟି କରିଥାଏ।

ସୂଚନା ଅନୁଯାୟୀ, ଗର୍ଭଶୟରେ ବଢୁଥି୍ବା ଶିଶୁଟି “ଭେନ ଅଫ ଗାଲେନ୍ ମାଲଫେର୍ମେସନ” (Venus of Galen malformation) ନାମକ ଏକ ରୋଗରେ ପୀଡ଼ିତ ଥିଲା ।  ମସ୍ତିଷ୍କରୁ ହୃତପିଣ୍ତକୁ ରକ୍ତ ପ୍ରବାହ କରୁଥିବା ଧମନୀ  ଠିକ ଭାବରେ  ବିକଶିତ ହୋଇନଥିଲେ ଏପରି ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଉକ୍ତ ରୋଗରେ ପୀଡ଼ିତ ଶିଶୁମାନେ ଜନ୍ମ ହେବା ପରେ ଦୁଇଟି ବଡ଼ ସମସ୍ୟାରେ ସମ୍ମୁଖୀନ ହୋଇଥାଆନ୍ତି । ଗୋଟିଏ ହେଲା ମସ୍ତିଷ୍କରେ କ୍ଷତି ଓ ଦ୍ବିତୀୟଟି ହେଲା ତୁରନ୍ତ ହୃତପିଣ୍ତ କାର୍ଯ୍ୟ ନ କରିବା । ଏହି ରୋଗ ବିଷୟରେ ଅଧିକ ସୂଚନା ଦେଇ ବୋଷ୍ଟନ ଚିଲଡ୍ରେନ୍ସ ହସ୍ପିଟାଲ ରେଡ଼ିଓଲୋଜିଷ୍ଟ ତଥା ଭିଓଜିଏମ ରୋଗର ବିଶେଷଜ୍ଞ ଡ଼ାକ୍ତର ଡ଼ାରେନ ଓରବ୍ୟାକ କହିଛନ୍ତି ଯେ, ଏହି ରୋଗରେ ପୀଡ଼ିତ ଶିଶୁ ( Baby) ଜନ୍ମ ହେବା ପରେ କ୍ୟାଥେଟର ବ୍ୟବହାର କରି ଚିକିତ୍ସା କରାଯାଇଥାଏ । ରକ୍ତ ପ୍ରବାହକୁ ମନ୍ଥର କରିବା ଲାଗି ଛୋଟ ଛୋଟ କଏଲ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଚିକିତ୍ସା ଅଧିକାଂଶ ସମୟରେ ବିଳମ୍ବ ହୋଇଯାଇଥାଏ । ଚିକିତ୍ସା ବିଜ୍ଞାନରେ ବହୁ ଅଗ୍ରଗତି ହୋଇଥିଲେ ବି ଏହି ରୋଗରେ ୫୦ରୁ ୬୦ ପ୍ରତିଶତ ଶିଶୁ ପୀଡିତ ହୋଇଥାଆନ୍ତି । ଏମିତି କି ଏହି ରୋଗରେ ପୀଡ଼ିତ ଶିଶୁଙ୍କ ମଧ୍ଯରୁ ପ୍ରାୟ ୪୦ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ମଧ୍ଯ ହୋଇଥାଏ । ଆଉ ଯେଉଁ ଶିଶୁ ମାନେ ଜୀବିତ ଥାଆନ୍ତି ସେମାନଙ୍କ ମଧ୍ଯରୁ ଅଧିକାଂଶ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥାଏ । ସେମାନେ ଗୁରୁତର ସ୍ନାୟବିକ ଓ ଅନ୍ୟାନ୍ୟ ସମସ୍ୟାରେ ସମ୍ମୁଖୀନ ହୋଇଥାଆନ୍ତି ।

ଗର୍ଭାଶୟରେ (womb) ବଢୁଥିବା ଏହି ଶିଶୁର ବିକାଶ ସ୍ବାଭାବିକ ରହିଥିଲା । କିନ୍ତୁ ଆଲ୍ଟ୍ରାସାଉଣ୍ତ ବେଳେ ଶିଶୁଟି ଏହି ରୋଗରେ ପୀଡିତ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ତେବେ ଏହି ବିରଳ ଅସ୍ତ୍ରୋପଚାର (Brain surgery) ବ୍ରିଗହାମ୍ ଆଣ୍ତ ଓମେନ୍ସ ହସ୍ପିଟାଲରେ (Brigham and Women's Hospital) କରାଯାଇଛି । ଅପରେସନ ବେଳେ ଭୃଣଟି ୩୪ ସପ୍ତାହର ଥିଲା । ଏହା ପରେ ସୁରକ୍ଷିତ ଭାବେ ଶିଶୁଟିର ପ୍ରସବ କରାଯାଇଥିଲା । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁରକ୍ଷିତ ଥିବା ଜଣାପଡ଼ଛି ।

ଏହା ବି ପଢନ୍ତୁ -Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ଏହା ବି ପଢନ୍ତୁ -Shocking News: ସାବଧାନ! ମାଛର ପିତ ଖାଇବା ଦ୍ୱାରା ବ୍ୟକ୍ତିଙ୍କର ହେଲା କିଡନୀ ଫେଲ୍,ହସ୍ପିଟାଲ ଦେଲେ ଏହି ଚେତାବନୀ

ଏହା ବି ପଢନ୍ତୁ- Airport: ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ, କ'ଣ ରହିଛି ଏଭଳି ବିମାନ ବନ୍ଦରର ସ୍ୱତନ୍ତ୍ରତା?

ଏହା ବି ପଢନ୍ତୁ-Shaolin Temple: ଏହି ମନ୍ଦିର ନାମରେ ରହିଛି ୪୦ଟି କମ୍ପାନୀ; ବିଶ୍ୱରେ ସବୁଆଡେ କରୁଛି ବ୍ୟବସାୟ