Corona ବେଳେ Food Crisis; ଗୋଟିଏ ପ୍ୟାକେଟ କଫିର ଦାମ ୭ ହଜାର
Advertisement

Corona ବେଳେ Food Crisis; ଗୋଟିଏ ପ୍ୟାକେଟ କଫିର ଦାମ ୭ ହଜାର

କୋରୋନା ମହାମାରୀର କାରଣରୁ ଉତ୍ତର କୋରିଆରେ ସୃଷ୍ଟି ହୋଇଛି ଖାଦ୍ୟ ସଂକଟ। ଯାହା ଫଳରେ ବିଭିନ୍ନ ଦେଶ ଖାଦ୍ୟ  ସଂକଟ, ବେରୋଜଗାରୀ, ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ଭଳି ସମସ୍ୟାର ସାମ୍ନା କରୁଛନ୍ତି।

Corona ବେଳେ Food Crisis; ଗୋଟିଏ ପ୍ୟାକେଟ କଫିର ଦାମ ୭ ହଜାର

ପ୍ୟୋଙ୍ଗୟାଙ୍ଗ: ଅଦ୍ଭୂତ ସରକାରୀ ଆଇନ କାନୁନକୁ ନେଇ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ। ଦେଶକୁ ଚର୍ଚ୍ଚାର ପରିସରକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଏହି ଦେଶର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ। ବିଗତ କିଛି ବର୍ଷ  ଅତ୍ୟାଧୁନିକ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି ଏଠାକାର ଶାସକ। ଏପିରକି କୋରୋନା କାଳରେ ମଧ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା କାର୍ଯ୍ୟରୁ ଦୂରେଇ ରହି ପାରିନାହାନ୍ତି ଏଠାକାର ଏକଛତ୍ରବାଦୀ ଶାସକ।

ବିଗତ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି କୋରାନା ମାହମାରୀ (Corona Pandemic) ଦ୍ୱାରା କବଳିତ ହୋଇଯାଇଛି। ଏପରି କୌଣସି ଦେଶ ଯେଉଁଠି ଏହି ବିଶ୍ୱ ମହାମାରୀର ପ୍ରଭାବ ଅନୁଭୂତ ହୋଇନାହିଁ। ଉଣା ଅଧିକେ ସବୁ ଦେଶ କୋରୋନା ସଂକ୍ରମଣ ଦ୍ୱାରା ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯାହା ଫଳରେ ବିଭିନ୍ନ ଦେଶ ଖାଦ୍ୟ  ସଂକଟ, ବେରୋଜଗାରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଭଳି ସମସ୍ୟାର ସାମ୍ନା କରୁଛନ୍ତି।

ବିଶ୍ୱର ସମସ୍ତ କୋରୋନା ପ୍ରଭାବିତ ଦେଶଙ୍କ ଭଳି ଏହି ମହମାରୀ କବଳରୁ ବର୍ତ୍ତିପାରିନାହିଁ ଅଦ୍ଭୂତ ସରକାରୀ ଆଇନ କାନୁନକୁ ନେଇ ଚର୍ଚ୍ଚାରେ ରହୁଥବା ଉତ୍ତର କୋରିଆ (North Korea)। କୋରୋନା ମହାମାରୀର ପ୍ରକୋପ କାରଣରୁ ଏହି ଦେଶରେ ସୃଷ୍ଟି ହୋଇଛି ଖାଦ୍ୟ ସଂକଟ। ଯାହାର ଫଳ ସ୍ୱରୂପ ଏଠାକାର ଲୋକଙ୍କ ଲାଗି ଦୁଇ ବେଳା ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି।  

Also Read: October ରେ ଦେଶରେ ତୃତୀୟ ଲହର: ଇତିହାସ ସାକ୍ଷୀ ହେବନି ଏତେ ମାରାତ୍ମକ !

ଏହି ସଂକଟ କାରଣରୁ ଦେଶରେ ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଇଁବାକୁ ବସିଲାଣି। ଏପରିକି ଦର ଦାମ ସବୁ ସୀମା ଟପିଯିବା ଭଳି ସ୍ଥିତି ଏଠାରେ ଉପୁଜିଲାଣି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ଏକ କିଲୋଗ୍ରାମ କଦଳୀ ଏବେ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ଯେଉଁ କାରଣରୁ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ଦେଶରେ ସୃଷ୍ଟି ହୋଇଥିବା ଖାଦ୍ୟ ସଂକଟକୁ ଔପଚାରିକ ଭାବେ ସ୍ୱୀକାର କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (Kim Jong-un) ।

Also Read: ଓଡ଼ିଆ ପୁଅ ଶିବ ପ୍ରସାଦଙ୍କ ‘THE LAST WINDOW’କୁ ଜାତୀୟ ସ୍ତରରେ ସୁନାମ

ଶାସକ ଦଳ ପକ୍ଷରୁ ଆୟୋଜିତ ହୋଇଥି୍ବା ବୈଠକରେ ଯୋଗ ଦେଇ ବିଭିନ୍ନ ନେତା କହିଛନ୍ତି ଖାଦ୍ୟ ସଂକଟକୁ ନେଇ ଦେଶର ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଲାଣି। ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଦେଶରେ ଖାଦ୍ୟ ଶସ୍ୟ ଉତ୍ପନ ହୋଇ ପାରିନାହିଁ।  କାରଣ ଗତ ବର୍ଷ ହୋଇଥିବା ଉଭୟ ବନ୍ୟା ବାତ୍ୟା କାରଣରୁ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଯାହା ଫଳରେ ଖାଦ୍ୟ ପଦାର୍ଥର ଦର ବଢିବାରେ ଲାଗିଛି
ବିଶେଷଜ୍ଞଙ୍କ ମତ ଅନୁସାରେ କୋରୋନା ମହମାରୀ (Corona Pandemic) କାରଣରୁ ଉତ୍ତର କୋରିଆ ଭଳି ଦେଶରେ ଖାଦ୍ୟ ସଂକଟ ସୃଷ୍ଟିହୋଇଛି। ଏହି ମହାମାରୀର ପ୍ରକୋପ ଅନୁଭୂତ ହେବା ପରେ ଏଠାକାର ଏକଛତ୍ରବାଦୀ ଶାସକ କିମ  ଜୋନ ଉଙ୍ଗ ଦେଶର ସୀମାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ବୈଦେଶିକ ବାଣିଜ୍ୟ କାରବାର ବନ୍ଦ ହୋଇଯାଇଥିଲା। କାର ଉତ୍ତର କୋରିଆ ଏହାର ପଡୋଶୀ ଦେଶ  ଚୀନ ଉପରେ ଖାଦ୍ୟ ପଦାର୍ଥ, ଇନ୍ଧନ ଆଦି ସାମଗ୍ରୀ ପାଇବା ପାଇଁ ନିର୍ଭରଶୀଳ।