Haryana Elections: ଜଗଦ୍ରିରେ ରୋଡ୍ ସୋ କଲେ ଅରବିନ୍ଦ କେଜ୍ରିୱାଲ
Advertisement
Article Detail0/zeeodisha/odisha2439175

Haryana Elections: ଜଗଦ୍ରିରେ ରୋଡ୍ ସୋ କଲେ ଅରବିନ୍ଦ କେଜ୍ରିୱାଲ

ଜଗଦ୍ରି ରୋଡ ସୋ ପରେ ସିର୍ସାରେ ମଧ୍ୟ କେଜ୍ରିୱାଲଙ୍କର ଏକ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ହରିୟାଣାର ୯୦ ଟି ଆସନରେ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। 

Haryana Elections: ଜଗଦ୍ରିରେ ରୋଡ୍ ସୋ କଲେ ଅରବିନ୍ଦ କେଜ୍ରିୱାଲ

Kejriwal road shows in jagadhri: ଯମୁନାନଗରରେ ଅନୁଷ୍ଠିତ ହୋଇଥିବା ରୋଡ୍ ସୋ’ରେ ଆମ୍ ଆଦମୀ ପାର୍ଟିର ବହୁ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ ଦଳର ବରିଷ୍ଠ ନେତା । ରୋଡ୍ ସୋରେ ଏକାଠି ହୋଇଥିଲେ ହଜାର ହଜାର ସଂଖ୍ୟାରେ ସମର୍ଥକ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଆମ୍ ଆଦମୀ ପାର୍ଟି ରାଜ୍ୟର ନିର୍ବାଚନ ସମୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ରୋଡ୍ ସୋ ଅବସରରେ କେଜ୍ରିୱାଲ କହିଛନ୍ତି ଯେ, ଜଗଦ୍ରିରେ ହରିୟାଣାର ଶିକ୍ଷା ମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆମେ ଦିଲ୍ଲୀର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସଂଶୋଧନ କରିଛୁ। ଠିକ୍ ସେହିପରି ହରିୟାଣାରେ ମଧ୍ୟ ଏହା କରାଯିବ । ମାଫିଆଙ୍କ ରାଜ୍ ଆଉ ଚଳିବ ନାହିଁ । ଯେତେବେଳେ ଶିକ୍ଷା ମନ୍ତ୍ରୀ ଏଠାରେ କୌଣସି କାର୍ଯ୍ୟ କରିନାହାଁନ୍ତି ତେବେ ଆପଣ କାହିଁକି ତାଙ୍କୁ ଭୋଟ୍ ଦେବେ?

ଜଗଦ୍ରି ରୋଡ ସୋ ପରେ ସିର୍ସାରେ ମଧ୍ୟ କେଜ୍ରିୱାଲଙ୍କର ଏକ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ହରିୟାଣାର ୯୦ ଟି ଆସନରେ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୨୦୧୯ ନିର୍ବାଚନରେ ଆପ୍ ମୋଟ ୪୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ​​କିନ୍ତୁ ଗୋଟିଏ ବି ଆସନ ଜିତି ପାରି ନଥିଲା।

Also Read- ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ

Also Read- Weekly Lucky Zodiac Sign: ଭଦ୍ରା ରାଜଯୋଗ ପ୍ରଭାବ, ୨୩ରୁ ୨୯ ସେପ୍ଟେମ୍ୱର ମଧ୍ୟରେ ୫ଟି ରାଶିକୁ ମିଳିବ ଶୁଭଫଳ