New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର
Advertisement
Article Detail0/zeeodisha/odisha2131840

New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର

New lokpal: ଜଷ୍ଟିସ ପିନାକୀ ଚନ୍ଦ୍ର (justice Pinaki Chandra Ghose) ମେ ୨୭, ୨୦୨୨ରେ ଲୋକପାଳ ଦାୟିତ୍ବର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ଥିବା ପ୍ରଦୀପ କୁମାର ମହାନ୍ତି (Pradip Kumar Mohanty) କାର୍ଯ୍ୟବାହୀ ଅଧ୍ଯକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ । 

New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର

New lokpal of India 2024: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର (A M Khanwilkar) ଦେଶର ନୂଆ ଲୋକପାଳ (New lokpal of India) ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ଏ. ଏମ୍ ଖାନୱିଲକର ୨୦୨୨ ମସିହାରେ ସୁପ୍ରିମକୋର୍ଟରୁ (supreme court) ଅବସର ଗ୍ରହଣ କରିଥିଲେ ।

ଜଷ୍ଟିସ ପିନାକୀ ଚନ୍ଦ୍ର (justice Pinaki Chandra Ghose) ମେ ୨୭, ୨୦୨୨ରେ ଲୋକପାଳ ଦାୟିତ୍ବର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ଥିବା ପ୍ରଦୀପ କୁମାର ମହାନ୍ତି (Pradip Kumar Mohanty) କାର୍ଯ୍ୟବାହୀ ଅଧ୍ଯକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ । ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦୌପଦୀ ମୁର୍ମୁ (President Droupadi Murmu) ଓ ଜଷ୍ଟିସ ଅଜୟ ମାଣିକରାୱ ଏ. ଏମ୍ ଖାନୱିଲକରଙ୍କୁ ଲୋକପାଳ ଅଧ୍ଯକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ସେ ୨୦୨୨ ମସିହାରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ ।

Also Read- Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

ବର୍ତ୍ତମାନ ଏ.ଏମ୍‍ ଖାନୱିଲକରଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପା ନାରାୟଣ ସ୍ୱାମୀ, ରୁତୁରାଜ ଅବସ୍ତି, ସଞ୍ଜୟ ଯାଦବ ଏବଂ ଅଣ ନ୍ୟାୟିକ ସଦସ୍ୟ ଭାବେ ମଧ୍ୟ କେତେକଙ୍କୁ ରାଷ୍ଟ୍ରପତି ନିଯୁକ୍ତ ଦେଇଛନ୍ତି । ବିଚାରପତି ମାନେ ଦାୟିତ୍ବ ଗ୍ରହଣ କରିବା ପରେ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ।

Also Read- Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?