Terrorists In J&K's Doda : ଜମ୍ମୁ-କାଶ୍ମୀର ଡୋଡାରେ ଅତର୍କିତ ଗୁଳିମାଡ଼ : ୪ ଯବାନ ସହିଦ
Advertisement
Article Detail0/zeeodisha/odisha2338409

Terrorists In J&K's Doda : ଜମ୍ମୁ-କାଶ୍ମୀର ଡୋଡାରେ ଅତର୍କିତ ଗୁଳିମାଡ଼ : ୪ ଯବାନ ସହିଦ

3 jawans killed in Doda encounter : ଜମ୍ମୁ-କାଶ୍ମୀରର ଡୋଡାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆକ୍ରମଣରେ ୪ ଯବାନ ସହିଦ୍ ହୋଇଛନ୍ତି । ଜଣେ ଯବାନ ଗୁରୁତର ଥିବା ସୂଚନା ରହିଛି ।

Terrorists In J&K's Doda

Terrorists In J&K's Doda : ଜମ୍ମୁ-କାଶ୍ମୀରର ଡୋଡାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆକ୍ରମଣରେ ୪ ଯବାନ ସହିଦ୍ ହୋଇଛନ୍ତି । ଜଣେ ଯବାନ ଗୁରୁତର ଥିବା ସୂଚନା ରହିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବାକ, ସୋମବାର ରାତିରେ ସେନାର ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଭାରତୀ ସେନାକୁ ଦେଖ୍ ଅତର୍କିତ ଗୁଳମାଡ଼ କରିଥିଲେ ଆତଙ୍କବାଦୀ । ଫଳରେ ଏହି ଆକ୍ରମଣରେ ୪ ଯବାନ ସହୀଦ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଜମ୍ମୁ-କାଶ୍ମୀର ପୋଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି) ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦେସା ବନାଞ୍ଚଳର ଧାରି  ଉର୍ବାଗିଠାରେ ମିଳିତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୨୦ ମିନିଟରୁ ଅଧୂକ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୪ଜଣ ସେନା ଯବାନ ଏବଂ ଜଣେ ପୋଲିସକର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଥ‌ିବା ସୂଚନା ରହିଛି। ଅନ୍ୟପଟେ ଦେସା ବନାଞ୍ଚଳକୁ ଅତିରିକ୍ତ ସୈନ୍ଯ ପଠାଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରାଯାଇଛି।ସେନାର ୧୬  କୋର, ଯାହାକୁ ହ୍ବାଇଟ୍ ନାଇଟ୍ କର୍ପସ ମଧ୍ଯ କୁହାଯାଏ।