ଆଜିଠୁ ମାଗଣାରେ ମିଳୁଛି Coronavirus Booster Dose; ଜାଣନ୍ତୁ, କେମିତି କରିବେ ପଞ୍ଜିକରଣ
topStories0hindi1258385

ଆଜିଠୁ ମାଗଣାରେ ମିଳୁଛି Coronavirus Booster Dose; ଜାଣନ୍ତୁ, କେମିତି କରିବେ ପଞ୍ଜିକରଣ

ଦେଶରେ କୋରୋନା ସଂକ୍ରମଣର ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ କୋରୋନା ଠାରୁ ବଞ୍ଚିବାର ଏକ ମାତ୍ର ଉପାୟ ହେଉଛି ଟିକାକରଣ। ସେଥିପାଇଁ ସରକାର ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ୭୫ ଦିନର ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ। 

ଆଜିଠୁ ମାଗଣାରେ ମିଳୁଛି Coronavirus Booster Dose; ଜାଣନ୍ତୁ, କେମିତି କରିବେ ପଞ୍ଜିକରଣ

Coronavirus Booster Dose: ଶୁକ୍ରବାର ଠାରୁ ଦେଶରେ କୋରୋନାଭାଇରସ ବୁଷ୍ଟର୍ ଡୋଜ୍ (Booster Dose) ଦିଆଯାଉଛି। ୧୮ ରୁ ୫୯ ବର୍ଷ ବୟସ୍କଙ୍କୁ ଏହି ଟିକା ମାଗଣାରେ ଦିଆଯାଉଛି। ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେଉଛି। ଏହି ବୁଷ୍ଟର ଡୋଜ୍ ଟିକା ଅଭିଯାନ ଆସନ୍ତା ୭୫ ଦିନ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦୁଇଟି ଡୋଜ ଟିକା ନେଇଥିବା ବ୍ୟକ୍ତି ବୁଷ୍ଟର ଡୋଜ ନେଇପାରିବେ। ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ବ୍ୟବସ୍ଥ ଅଛି।

ଦେଶରେ କୋରୋନା ସଂକ୍ରମଣର ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ କୋରୋନା ଠାରୁ ବଞ୍ଚିବାର ଏକ ମାତ୍ର ଉପାୟ ହେଉଛି ଟିକାକରଣ। ସେଥିପାଇଁ ସରକାର ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ୭୫ ଦିନର ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ, ୧୮ରୁ ୫୯ ବର୍ଷ ବୟସର ୭୭ କୋଟି ଲୋକଙ୍କ ମଧ୍ୟରୁ କେବଳ ଗୋଟିଏ ପ୍ରତିଶତ ବୁଷ୍ଟର ଡୋଜ ପାଇଛନ୍ତି। ଏଭଳି ପରିସ୍ଥିତିରେ ମାଗଣା ଟିକାକରଣର ପଦକ୍ଷେପ ସହିତ ଏହି ସଂଖ୍ୟାରେ ବହୁତ ବୃଦ୍ଧି ଘଟିବ ଓ ଲୋକମାନେ ସରକାରୀ କେନ୍ଦ୍ରକୁ ଯାଇ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଏ।

Also Read: ମାଗଣାରେ ମିଳିବ କୋରୋନାର ବୁଷ୍ଟର ଡୋଜ; ଏହି ତାରିଖରୁ ଆରମ୍ଭ ହେବ ଅଭିଯାନ

କୋରୋନାର ବୁଷ୍ଟର ଡୋଜ ନେବା ପାଇଁ ଯୋଗ୍ୟ ବ୍ୟକ୍ତି ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିପାରିବେ। ଅନଲାଇନ ପଞ୍ଜିକରଣ ପାଇଁ ପୂର୍ବପରି କୋ-ୱିନ ଆପ ବ୍ୟବହାର କରିପାରିବେ। ନଚେତ ସରକାରୀ ଟିକାକେନ୍ଦ୍ରରେ ନିଜ ଆଧାରକାର୍ଡ ନେଇ ପଞ୍ଜିକରଣ କରି ବୁଷ୍ଟର ଜୋଡ ଟିକା ନେଇ ପାରିବେ। ତେବେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ପୂର୍ବ ଦୁଇଟି ଡୋଜ ପରି ବୁଷ୍ଟର ମଧ୍ୟ ଦେଶବାସୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ଦେଶର ଅଧିକାଂଶ ଲୋକଙ୍କୁ ଟିକାକରଣ କରିବା ପାଇଁ 'ହର ଘର ଦସ୍ତକ ଅଭିଆନ୍ ୨.୦' ମଧ୍ୟ ଜୁନ୍ ୧ ରୁ ଆରମ୍ଭ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଟିକାକରଣ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୯୬ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି। 

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଆଜିଠୁ ୧୮ରୁ ୫୯ ବର୍ଷ ବର୍ଗଙ୍କୁ ମାଗଣା କୋରୋନା ପ୍ରିକସନ ଡୋଜ୍ ଦିଆଯାଉଛି। ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି। ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ। ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ୍ କରି ଟିକା ବ୍ୟବସ୍ଥା ହୋଇଛି।

 

Trending news