ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ବଢିଲା, ତଦନ୍ତ କରିବ ଗୃହ ମନ୍ତ୍ରଣାଳୟ
Advertisement

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ବଢିଲା, ତଦନ୍ତ କରିବ ଗୃହ ମନ୍ତ୍ରଣାଳୟ

ରାଜୀବ ଗାନ୍ଧୀ ଫାଉଣ୍ଡେସନ ସହିତ ଅନ୍ୟ ଦୁଇଟି ସଂସ୍ଥାର ତଦନ୍ତ କରିବ ଗୃହମନ୍ତ୍ରାଳୟ କମିଟି

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ବଢିଲା, ତଦନ୍ତ କରିବ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଫାଉଣ୍ଡେସନ ବିରୋଧରେ ଗୃହ ମନ୍ତ୍ରଣାଳୟ ତଦନ୍ତ କରିବ। ଏନେଇ ଆଜି ଏକ ଯାଞ୍ଚ କମିଟି ଗଠନ କରିଛି କେନ୍ଦ୍ର ଗୃହ କମିଟି। ଏହି କମିଟି ରାଜୀବ ଗାନ୍ଧୀ ଫାଉଣ୍ଡେସନ ସହିତ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ କରିବ ବୋଲି ଜଣାପଡ଼ିଛି।  

ମିଳିଥିବା ସୂଚନା ମୁତାବକ ଆର୍ଥିକ ଆଇନ ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଉକ୍ତ ତିନୋଟି ସଂସ୍ଥା ନାଁରେ ଅଭିଯୋଗ ହୋଇଥିବା। ଉକ୍ତ ସଂସ୍ଥା ଗୁଡ଼ିକୁ ଚୀନରୁ ଅର୍ଥ ଯୋଗାଣ ଓ ସହାୟତା ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ତେବେ ଅର୍ଥ ହେରଫେର, ବିଦେଶକୁ ଅର୍ଥ ଚାଲାଣ ଅଧିନିୟମ, ୨୦୧୦ ଆକ୍ଟ ଅନୁଯାୟୀ ଗଠିତ କମିଟି ତଦନ୍ତ କରିବ।  

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଭିଜନ ଓ ସ୍ୱପ୍ନକୁ ପୁରଣ କରିବା ପାଇଁ ତାଙ୍କ ନାମରେ ଏକ ଅନୁଷ୍ଠାନ ଗଠନ କରାଯାଇଥିଲା। ୧୯୯୧ ମସିହା, ଜୁନ ୨୧ ତାରିଖରେ ଏହି ଅନୁଷ୍ଠାନର ମୁଳଦୁଆ ପଡ଼ିଥିଲା। ରାଜୀବ ଗାନ୍ଧୀ ଫାଉଣ୍ଡେସନର ଓ୍ୱେବସରାଇଟରେ କୁହାଯାଇଛି ଯେ, ୧୯୯୧ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ଟେକନିକ, ମହିଳା ଏବଂ ବାଳ ବିକାଶ, ଅପଙ୍ଗତା ସହଯୋଗ, ଶାରୀରିକ ରୁପରେ ନିସହାୟଙ୍କୁ ସହାୟତା କରାଯାଇଛି।  

ଆହୁରି ମଧ୍ୟ ୨୦୧୦ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା ତଥା ଉନ୍ନତି ମୂଳକ କାର୍ଯ୍ୟରେ ଅର୍ଥ ଲଗାଇବ ବୋଲି ସୂଚନା ଦେଇଥିଲା। ସଂଘର୍ଷ ତଥା ଗରୀବ ଶିଶୁ ମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବା ଅନୁଷ୍ଠାନର ମୂଳ ଲକ୍ଷ୍ୟ ରହିଥିଲା। ଏପରିକି ମେଧାବୀ ଛାତ୍ରମାନଙ୍କୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢାଇବା ପାଇଁ ବ୍ୟବସ୍ଥା କରିବାକୁ ଯୋଜନା କରିଥିବା ବୋଲି ଓ୍ୱେବସାଇଟରେ ଉଲ୍ଲେଖ କରିଥିଲା।  

ରାଜୀବ ଗାନ୍ଧୀର ମୁଖ୍ୟ ତଥା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରହିଛନ୍ତି। ଏହା ବ୍ୟତୀତ ପୂର୍ବତନ ଡା। ମନମୋହନ ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ, ମଣ୍ଟେକ ସିଂହ ଆଲୁଓ୍ୱାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ, ଢା। ଶେଖର ରାହା, ପ୍ରଫେସର ଏମଏସ ସ୍ୱାମୀନାଥନ, ଡାକ୍ଟର ଅଶୋକ ଗାଙ୍ଗୁଲି, ସଞ୍ଜିବ ଗୋଏଙ୍କା, ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉକ୍ତ ଫାଉଣ୍ଡେସନର ଟ୍ରଷ୍ଟି ରହିଛନ୍ତି।  

ବିଜେପି ଅଭିଯୋଗ କରିଛି ଯେ, ୟୁପିଏ ସରକାର କାର୍ଯ୍ୟକାଳ ୨୦୦୫-୨୦୦୮ ମଧ୍ୟରେ ପିଏମ ରିଲିଫ ରାଜକୋଷରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ଟ୍ରାନସଫର କରାଯାଇଥିଲା। ବିଜେପି ଆହୁରି ମଧ୍ୟ କହିଛି ଯେ, ଦେଶର କିଛି ପ୍ରମୁଖ କର୍ପୋରେଟ ଅନୁଷ୍ଠାନରୁ ମଧ୍ୟ ମୋଟା ଅଙ୍କର ଅର୍ଥ ମଧ୍ୟ ନେଇଛି। ୟୁପିଏ ଶାସନ ସମୟରେ କେନ୍ଦ୍ରୀୟ ମନ୍ତ୍ରାଣଳ ସହିତ ସେଲ, ଏସବିଆଇ ଭଳି ପ୍ରମୁଖ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିବାକୁ ଚାପ ଦିଆଯାଇଥିବା ବିଜେପି ଅଭିଯୋଗ କରିଛି।