IPL 2020: ଦୁବାଇରେ ପହଞ୍ଚିଲେ ଗାଙ୍ଗୁଲି, ଫଟୋ ସେୟାର କରି ଦେଲେ ସୂଚନା
Advertisement

IPL 2020: ଦୁବାଇରେ ପହଞ୍ଚିଲେ ଗାଙ୍ଗୁଲି, ଫଟୋ ସେୟାର କରି ଦେଲେ ସୂଚନା

ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ | 

IPL 2020: ଦୁବାଇରେ ପହଞ୍ଚିଲେ ଗାଙ୍ଗୁଲି, ଫଟୋ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ | ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (BCCI) ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରସ୍ତୁତିର ତଦାରଖ କରିବାକୁ କରିବାକୁ ଦୁବାଇରେ ପହଞ୍ଚିଛନ୍ତି। 

fallback

ଭାରତରେ ବୃଦ୍ଧିପାଉଥିବା କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସଂଯୁକ୍ତ ଆରବ ଏମିରେଟ୍ସରେ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓପନିଂ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହେବ। ଗାଙ୍ଗୁଲି ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ଏକ ଚାଟାର୍ଡ ବିମାନ ସହିତ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିଛି। ଇନଷ୍ଟାରେ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି କି  ' ୬ ମାସ ପରେ ଆଇପିଏଲ୍ ପାଇଁ ପ୍ରଥମ ଥର ମୋ ବିମାନରେ ମୁଁ ଦୁବାଇ ଯିବି । ଜୀବନ ବଦଳିବ। ' ଗାଙ୍ଗୁଲି ଏକ ମାସ୍କ ଏବଂ ଫେସ୍ ସିଲ୍ଡ ମଧ୍ୟ ପିନ୍ଧିଥିବା ଉକ୍ତ ଫଟୋରେ ଦେଖିବାକୁ ମିଳିଛି। ଯାହାକୁ ମହାମାରୀ ସମୟରେ ବିମାନରେ ଉଡ଼ାଣ ବେଳେ ଯାତ୍ରୀମାନେ ପିନ୍ଧୁଛନ୍ତି । 

ଗାଙ୍ଗୁଲି ବର୍ତ୍ତମାନ ଆସନ୍ତା ୬ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବେ ଏବଂ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଦୁବାଇରେ ରହିବେ ବୋଲି ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ସ୍ଥଗିତ ରହିବା ପରେ ହିଁ ବିସିସିଆଇ ଆଇପିଏଲ ପାଇଁ ଏକ ୱିଣ୍ଡୋ ତିଆରି କରିବାରେ ସଫଳ ହୋଇଥିଲା। ଯଦି ଏହି ଟୁର୍ନାମେଣ୍ଟ ହୋଇନଥାନ୍ତା, ବିସିସିଆଇ ୪୦୦୦ କୋଟି ଟଙ୍କା ହରାଇଥାନ୍ତା। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲଙ୍କ ସମେତ ଅନେକ ଅଧିକାରୀ ପୂର୍ବରୁ ହିଁ ଦୁବାଇରେ ପହଞ୍ଚିସାରିଛନ୍ତି ।