Gati Shakti Yojana: ଡ୍ରାଗନର ଅଣ୍ଟା ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦି କଲେ ମାଷ୍ଟରପ୍ଲାନ୍
Advertisement

Gati Shakti Yojana: ଡ୍ରାଗନର ଅଣ୍ଟା ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦି କଲେ ମାଷ୍ଟରପ୍ଲାନ୍

Gati Shakti Yojana: ଚୀନକୁ ଟକ୍କର ଦେବ ଭାରତ। ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୋଦି ସରକାର ନେଲେ ବଡ ପଦକ୍ଷେପ। ଖୁବଶୀଘ୍ର ଡିଜିଟାଲ ମାଧ୍ୟମରେ ହେବ ୧୬ ମନ୍ତ୍ରାଳୟର ଏହି ସବୁ କାମ...

Gati Shakti Yojana: ଡ୍ରାଗନର ଅଣ୍ଟା ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦି କଲେ ମାଷ୍ଟରପ୍ଲାନ୍

Gati Shakti Yojana, ନୂଆଦିଲ୍ଲୀ: ଡ୍ରାଗନର ଅଣ୍ଟା ଭାଙ୍ଗିବ ଭାରତ। ହାତରେ ନୁହଁ ଭାରତର ମାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ମାଷ୍ଟରପ୍ଲାନ କରିଛନ୍ତି। ଭାରତ ନିକଟରେ ପ୍ରାୟ ଅଧା ଇନଫ୍ରା ପ୍ରକଳ୍ପ ବିଚାରାଧୀନ ଅଛି ଏବଂ ଚାରିଟି ମଧ୍ୟରୁ ଗୋଟିଏ ଅଧିକ ବଜେଟ୍ ହୋଇଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାସ୍ତା ବାହାର କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଟେକ୍ନୋଲୋଜି ମାଧ୍ୟମରେ ଇନଫ୍ରାଷ୍ଟ୍ରକଚର ସମସ୍ୟାସ ସମାଧାନ କରାଯାଇପାରିବ। ଏଥିରେ ସରକାରଙ୍କ ଗତି ଶକ୍ତି ଯୋଜନା ବହୁଳ ମାତ୍ରାରେ ସହାୟକ ହେବ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଗତି ଶକ୍ତି ଯୋଜନା ଅଧିନରେ ମୋଦି ସରକାର ୧୦୦ ଟ୍ରିଲିୟନ ମେଗା ପ୍ରକଳ୍ପ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ନିର୍ମାଣ କରିବାକୁ ଯାଉଛନ୍ତି। ପୋର୍ଟାଲରେରେ ୧୬ଟି ମନ୍ତ୍ରଣାଳୟ ରହିବ। ଏଥିରେ  ନିବେଶକ ଏବଂ କମ୍ପାନୀଗୁଡିକ ସେମାନଙ୍କ ପ୍ରୋଜେକ୍ଟ ଡିଜାଇନ୍, ଅନୁମୋଦନ ଏବଂ ଆନୁମାନିକ ମୂଲ୍ୟ ବିଷୟରେ ଜାଣିପାରିବେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି ଯେ, ଏହି ମିଶନର ଉଦ୍ଦେଶ୍ୟ ହେଉଛି ଶୀଘ୍ର ଏବଂ ବଜେଟ୍ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା। ଫଳରେ ବିଶ୍ୱ କମ୍ପାନୀଗୁଡିକ ଭାରତକୁ ସେମାନଙ୍କର ଉତ୍ପାଦନ କେନ୍ଦ୍ର ଭାବରେ ବାଛିବାରେ ସହଜ ହେବ।

Also Read: Indian Air Force : ଭାରତୀୟ ବାୟୁସେନାକୁ ଦଶହରା ଭେଟି, ଅଷ୍ଟମୀରେ ଆସିଲା ଲାଇଟ କମ୍ବାଟ ହେଲିକପ୍

ଫାଷ୍ଟ ଟ୍ରାକ୍ ପ୍ରୋଜେକ୍ଟ ଦ୍ୱାରା ଭାରତ, ଚୀନ୍ ସମକକ୍ଷ ହୋଇପାରିବ। ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ସହ ଭାରତର ସମ୍ପର୍କ ଭଲ ଅଛି। ଚୀନ ୱାନ ପ୍ଲସ୍-ନୀତି ଆପଣେଇଛି ଯାହା ଦ୍ୱାରା ଅନ୍ୟ ଦେଶ ଗୁଡିକ ଭାରତରେ ନିବେଶ, ବ୍ୟବସାୟ ବିସ୍ତାର ଏବଂ ସପ୍ଲାଇ ଚେନ ବୃଦ୍ଧି କରିବାକୁ ଆସିବେ। ଭାରତ ହେଉଛି ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି। ଭାରତରେ କେବଳ ଶସ୍ତା ଶ୍ରମିକ ନାହିଁ ବରଂ ଇଂରାଜୀରେ କଥା ହେଉଥିବା ଶ୍ରମିକମାନେ ମଧ୍ୟ ଅଛନ୍ତି। କିନ୍ତୁ ଖରାପ ଭିତ୍ତିଭୂମି ହେତୁ ନିବେଶକମାନେ ଭାରତ ଆସିବାକୁ ଚାହୁଁନାହାନ୍ତି।

ନାଲିଫିତା ପାଇଁ ଭାରତରେ ଇନଫ୍ରା ପ୍ରକଳ୍ପ ଗୁଡ଼ିକରେ ବିଳମ୍ବ ହେଉଛି। ତେଣୁ ଏହାକୁ ଟେକ୍ନୋଲୋଜି ମାଧ୍ୟମରେ ରିପ୍ଲେସ କରିବାକୁ ସରକାର କାମ ହାତକୁ ନେଇଛନ୍ତି। ଗତି ଶକ୍ତି ପୋର୍ଟାଲରେ ଥିବା ୧୩୦୦ଟି ପ୍ରକଳ୍ପର ୪୦ ପ୍ରତିଶତ ଜମି ଅଧିଗ୍ରହଣ, ଜଙ୍ଗଲ ଏବଂ ପରିବେଶ ବିଭାଗର ମଞ୍ଜୁର, ଉଚ୍ଚ ବଜେଟ୍ ଯୋଗୁଁ ବିଳମ୍ବରେ ଚାଲିଛି। ୪୨୨ଟି ପ୍ରକଳ୍ପରେ କିଛି ସମସ୍ୟା ଅଛି ଏବଂ ସେଥିମଧ୍ୟରୁ ପୋର୍ଟାଲ ମାଧ୍ୟମରେ ୨୦୦ଟିର ସମାଧାନ ହୋଇଛି। ଗତି ଶକ୍ତି ଯୋଜନା ଅଧୀନରେ ଗ୍ୟାସ୍ ପାଇପ୍ ଲାଇନ, କେବୁଲ୍ ବିଛାଇବା ପାଇଁ ନୂତନ ଭାବେ ନିର୍ମିତ ରାସ୍ତା ପୁନର୍ବାର ଖୋଳାଯିବ ନାହିଁ। 

Also Read: ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ

କୋରୋନା ପରେ ଅଟକି ଥିବା ପ୍ରକଳ୍ପଗୁଡିକ ଦେଶର ଆର୍ଥିକ ପୁନରୁଦ୍ଧାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ମେ ମାସରେ ଭାରତରେ ସମୁଦାୟ ୧୫୬୮ଟି ପ୍ରକଳ୍ପ ଥିଲା, ସେଥିମଧ୍ୟରୁ ୭୨୧ଟି ବିଳମ୍ବରେ ଚାଲୁଥିଲା ଏବଂ ଧାର୍ଯ୍ୟ ମୂଲ୍ୟଠାରୁ ୪୨୩ଟି ପ୍ରକଳ୍ପ ନିର୍ଦ୍ଧାରିତ ବଜେଟ ଠାକୁ ଅଧିକ ଥିଲା। ବର୍ତ୍ତମାନ ଆପଲ୍ ଭାରତରେ iphone 14 ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି।ସାମସଙ୍ଗ ୨୦୧୮ରେ ବିଶ୍ୱର ସର୍ବବୃହତ ମୋବାଇଲ୍ ଫୋନ୍ କାରଖାନା ଖୋଲିଛି। ସେହିପରି ଓଲା ଇଲେକ୍ଟ୍ରିକ୍ ଦୁନିଆର ସବୁଠୁ ବଡ ଇଲେକ୍ଟ୍ରିକ୍ ସ୍କୁଟର କାରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛି।