ରୋହିତ-କୋହଲି ବିବାଦକୁ ନେଇ ବଡ଼ ଖୁଲାସା କଲେ ଗାଭାସ୍କର
Advertisement
Article Detail0/zeeodisha/odisha1091861

ରୋହିତ-କୋହଲି ବିବାଦକୁ ନେଇ ବଡ଼ ଖୁଲାସା କଲେ ଗାଭାସ୍କର

ରବିବାର ଦିନ ଅହମ୍ମଦାବାଦରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତର ପ୍ରଥମ ODI ମ୍ୟାଚରେ ରୋହିତ ଭାରତର ଅଧିନାୟକତ୍ୱ ଗ୍ରହଣ କରିଛନ୍ତି।

ରୋହିତ-କୋହଲି ବିବାଦକୁ ନେଇ ବଡ଼ ଖୁଲାସା କଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ ସୁନୀଲ ଗାଭାସ୍କର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ସେ ଏକ ବଡ଼ ଖୁଲାସା କରିଛନ୍ତି । ସୁନୀଲ ଗାଭାସ୍କର ଏ ଦୁହିଁଙ୍କୁ ନେଇ ଚକିତ କଲା ପରି ବୟାନ ଜାରି କରିଛନ୍ତି । ସୁନୀଲ ଗାଭାସ୍କର କହିଛନ୍ତି ଯେ, ବିରାଟ କୋହଲି ଏବେ ଟିମର କ୍ୟାପଟେନ ନରହିଲେ ବି ସେ ଟିମ ପାଇଁ ରନ୍ ସଂଗ୍ରହ କରିବା ଜାରି ରଖିବେ। ହେଲେ ଗାଭାସ୍କର ବିରାଟ କୋହଲି ଓ ରୋହିତଙ୍କ ଭିତରେ ଚାଲୁଥିବା ତୁତୁ ମେଁ ମେଁକୁ ଖଣ୍ଡନ କରିଛନ୍ତି। 

ଗତବର୍ଷ ଡିସେମ୍ବରରେ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା ଙ୍କ ମଧ୍ୟରେ ମତଭେଦ ହୋଇଥିଲା ବୋଲି ଗୁଜବ ପ୍ରଚାର ହୋଇଥିଲା। ସେ କହିଛନ୍ତି ଯେ ଯେତେବେଳେ ସେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ ସେତେବେଳେ ସେ ସମାନ ପ୍ରଶ୍ନର ବାରମ୍ବାର ଉତ୍ତର ଦେବାରେ ଥକି ଯାଇଥିଲେ। ତେବେ ରବିବାର ଦିନ ଅହମ୍ମଦାବାଦରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତର ପ୍ରଥମ ODI ମ୍ୟାଚରେ ରୋହିତ ଭାରତର ଅଧିନାୟକତ୍ୱ ଗ୍ରହଣ କରିଛନ୍ତି।

Also Read: ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ:୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଗାଭାସ୍କର ଏକ ସ୍ପୋର୍ଟସ୍ ଚ୍ୟାନେଲରେ ନିଜ ପ୍ରତିକ୍ରିୟା ଦେବା ବେଳେ କହିଛନ୍ତି ଯେ, ରୋହିତ ଶର୍ମା (Rohit Sharma) ଙ୍କୁ ବିରାଟ କୋହଲିଙ୍କ ସମର୍ଥନ କାଇଁ ମିଳୁନି । ସେ ଭାରତ ପାଇଁ ଖେଳୁଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ମେଳ ନଖାଇବାରୁ ଏହି କଥା ସବୁବେଳେ ଅଟକି ରହିଯାଏ। ତେବେ ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିବା ଠିକ୍ ନୁହେଁ। କାରଣ ବାସ୍ତବ କଥା କଣ ଏହା ସମସ୍ତଙ୍କୁ ଜଣା। 

Also Read: ନିର୍ବାଚନରୁ ସନ୍ନ୍ୟାସ ନେଲେ କଂଗ୍ରେସ ନେତା Sunil Jakhar

ଗାଭାସ୍କର (Sunil Gavaskar) ଏହା ମଧ୍ୟ କହିଛନ୍ତି ଯେ. ଏହା ନୁହେଁ କି ରୋହିତଙ୍କ ଅଧିନାୟକତ୍ୱ ସମୟରେ କୋହଲି ନିଜ ପ୍ରଦର୍ଶନ ଭଲ କରିବାକୁ ଚେଷ୍ଟା କରିବେନି। ସର୍ବଦା ଏହା ଆଶଙ୍କା ଲଗାଯାଏ ଯେ, ଟିମର କ୍ୟାପଟେନ୍ ଯିଏ ଅଛନ୍ତି ସେ କେବେ ବି ଚାହିଁବେନି ଯେ, ନୂଆ କ୍ୟାପଟେନ ଟିମର ଦାୟିତ୍ୱ ନେବା ସହ ସଫଳ ହେଉ। ମାତ୍ର ଏସବୁ ଫାଲତୁ କଥା ବୋଲି ସେ କହିଛନ୍ତି । କାରଣ ଯଦି ସେ ରନ ସଂଗ୍ରହ କରିବାରେ ବିଫଳ ହୁଅନ୍ତି ତେବେ ସେ ଟିମରୁ ବାହାରିଯାଇଥାନ୍ତି।  

Also Read: PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର

ଗାଭାସ୍କର କହିଛନ୍ତି ଯେ, କୋହଲିଙ୍କ ରନ୍ ମିଳିବ ତେବେ ସେ ରୋହିତଙ୍କ ଅଧିନାୟକତ୍ୱରେ ଖେଳନ୍ତୁ ବା ଅନ୍ୟ କାହା ନେତୃତ୍ୱରେ। ସେ ଭାରତ ପାଇଁ ରନ ସଂଗ୍ରହ କରିବାକୁ ଚାହୁଁଛନ୍ତି । ଭାରତ ତିନୋଟି ମ୍ୟାଚର ୱାନଡେ ସିରିଜରେ ୧-୦ରେ ଆଗୁଆ ରହିଛି । ସେହିପରି ବୁଧବାର ୱାନଡେ ମ୍ୟାଚରେ ଅହମ୍ମଦାବାଦ୍ ରେ ୱେଷ୍ଟଇଣ୍ଡିଜ୍ (West Indies) ସହ ମୁହାଁମୁହିଁ ପରେ ୱାନଡେ ସିରିଜକୁ ସମାପ୍ତ କରିବାକୁ ଚେଷ୍ଟା କରିବେ।