Rahul Gandhi ଙ୍କୁ ଜଣାନାହିଁ ମତ୍ସ୍ୟବିଭାଗ ମନ୍ତ୍ରାଳୟ ସମ୍ପର୍କରେ !
Advertisement

Rahul Gandhi ଙ୍କୁ ଜଣାନାହିଁ ମତ୍ସ୍ୟବିଭାଗ ମନ୍ତ୍ରାଳୟ ସମ୍ପର୍କରେ !

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଟ୍ୱିଟ କରି କହିଛନ୍ତି ଯେ, ସଂସଦରେ ନିଜେ ମତ୍ସ୍ୟବିଭାଗ ମନ୍ତ୍ରାଳୟକୁ ପ୍ରଶ୍ନ ପଚାରୁଛନ୍ତି, ଯେତେବେଳେ ବିଭାଗୀୟ ମନ୍ତ୍ରୀଙ୍କ ଜବାବରେ କୌଣସି ଭ୍ରମ ନପାଆନ୍ତିନି ତେବେ ଦେଶସାରା ବୁଲି ବୁଲି ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । 

Rahul Gandhi ଙ୍କୁ ଜଣାନାହିଁ ମତ୍ସ୍ୟବିଭାଗ ମନ୍ତ୍ରାଳୟ ସମ୍ପର୍କରେ !

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ବା ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀଙ୍କ ମତ୍ସ୍ୟବିଭାଗ ପାଇଁ ଅଲଗା ମନ୍ତ୍ରାଳୟ ବୟାନ ପରେ ଏବେ ବିବାଦ ଦେଖାଦେଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଟ୍ୱିଟ କରି କହିଛନ୍ତି ଯେ, ସଂସଦରେ ନିଜେ ମତ୍ସ୍ୟବିଭାଗ ମନ୍ତ୍ରାଳୟକୁ ପ୍ରଶ୍ନ ପଚାରୁଛନ୍ତି, ଯେତେବେଳେ ବିଭାଗୀୟ ମନ୍ତ୍ରୀଙ୍କ ଜବାବରେ କୌଣସି ଭ୍ରମ ନପାଆନ୍ତିନି ତେବେ ଦେଶସାରା ବୁଲି ବୁଲି ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । 

ଏହା ରାହୁଲ ଗାନ୍ଧୀ (Wayanad MP Rahul gandhi) ଙ୍କ ପାଗଳାମୀ ନା ଜାଣିଶୁଣି କରୁଛନ୍ତି ତାହା ଲୋକଙ୍କ ଭାବିବା ଦରକାର । କେନ୍ଦ୍ରମନ୍ତ୍ରୀ ଆଉ ଏକ ଟ୍ୱିଟ (Twitter) ରେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ଓ ତାଙ୍କ ଅନୁଗାମୀ ବାରମ୍ବାର ମୋଦିଙ୍କ ହାତରୁ ହାରିଯିବା ପରେ ନିଜର ଅସ୍ତିତ୍ୱ ହରାଇବା ସହ ମାନସିକ କ୍ଷେତ୍ରରେ ମଧ୍ୟ ଦୁର୍ବଳ ହୋଇଯାଉଥିବା ସେ କହିଛନ୍ତି । ତାଙ୍କୁ କୌଣସି ନୂଆ ରାସ୍ତା ବା ନୂଆ ବୁଦ୍ଧି ମିଳୁନାହିଁ । ସିଦ୍ଧାନ୍ତ ବିହୀନ କଂଗ୍ରେସ (Congress) ଏବେ ମିଛ ଓ ଅରାଜକତା ଉପରେ ଛିଡ଼ା ରହିଛି । 

Also Read: Plus Two Exam 2021: ଘୋଷଣା ହେଲା ତାରିଖ

କେରଳରେ କୋଲ୍ଲେମ ଥାଙ୍ଗସୈରୀ ସମୁଦ୍ରତଟରେ ଥିବା ମତ୍ସ୍ୟଜୀବୀ (Fisheries Ministry)ଙ୍କୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଯେମିତି ଚାଷୀ ଜମି ଉପରେ ଚାଷ କରେ ସେମିତି ଆପଣ ମାନେ ସମୁଦ୍ରରେ କାମ କରୁଛନ୍ତି । ଚାଷୀ (Farmer Protest) ଙ୍କ ପାଇଁ ଦିଲ୍ଲୀରେ ମନ୍ତ୍ରାଳୟ ଅଛି ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ନାହିଁ । ସେଥିପାଇଁ ଦିଲ୍ଲୀରେ ମତ୍ସ୍ୟଜୀବୀଙ୍କ ପାଇଁ ମୁହଁ ଖୋଲିବି । ଏହାଛଡ଼ା ରାହୁଲ ଗାନ୍ଧୀ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଣେ ଦିନକ ଦିନ ଦର ବଢୁଛି ସେପଟେ ସରକାର ଟ୍ରଲର ନିର୍ମାଣ କରି ମତ୍ସ୍ୟଜୀବୀଙ୍କ ଜୀବନ ନଷ୍ଟ କରୁଛନ୍ତି ବୋଲି ରାହୁଲ କହିଛନ୍ତି ।  ଯେମିତି ସରକାରଙ୍କ ତିନି ନୂଆ କୃଷି ଆଇନ (Farmer Bill)କୃଷି କ୍ଷେତ୍ରକୁ ନଷ୍ଟ କରିଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।