Plus Two Exam 2021: ଘୋଷଣା ହେଲା ତାରିଖ
Advertisement

Plus Two Exam 2021: ଘୋଷଣା ହେଲା ତାରିଖ

ଏଥର ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ପରୀକ୍ଷା। 

Plus Two Exam 2021: ଘୋଷଣା ହେଲା ତାରିଖ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଚଳିତ ବର୍ଷ ହେବାକୁ ଯୁକ୍ତ ଦୁଇ ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ। ଆସନ୍ତା ମେ  ମାସରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ବିଭାଗର ପରୀକ୍ଷା ମେ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥର ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ପରୀକ୍ଷା। ପୂର୍ବରୁ ଇଂରାଜୀ ବିଷୟରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହା ସହ ଆସନ୍ତା ମେ ୨୮ ତାରିଖରୁ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଆରମ୍ଭ ହେବ। 

Also Read: JEE MAIN 2021: ଆଜିଠାରୁ ଆରମ୍ଭ ହେଲା ଜେଇଇ ମେନ୍ ପରୀକ୍ଷା

ଏହି ପରୀକ୍ଷା ରେଗୁଲାର ଏବଂ ୨୦୧୬-୧୯ ପର୍ଯ୍ୟନ୍ତ ଏକ୍ସରେଗୁଲାର ପିଲାଙ୍କ ପାଇଁ ସକାଳ ୯ଟା ୧୫ ମିନିଟରୁ ୧୧ଟା ୪୫ ମିନିଟ ଏବଂ ୨୦୧୫ ମସିହା ପର୍ଯ୍ୟନ୍ତ ଏକ୍ସ ରେଗୁଲାର ପରୀକ୍ଷାର୍ଥଙ୍କ ପାଇଁ ୧୨ଟା ୧୫ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ। ସମସ୍ତ ପ୍ରାକ୍ଟିକାଲ୍, ପ୍ରୋଜେକ୍ଟ ପରୀକ୍ଷା ୨୯ ଏପ୍ରିଲରୁ ମେ ୮ ତାରିଖ ମଧ୍ୟରେ ହେବ। ଏହି ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ସଂପୃକ୍ତ ପ୍ରାକ୍ଟିକାଲ ପେପର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଦାଖଲ କରାଯିବ।

Also Read: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍

ଛାତ୍ରଛାତ୍ରୀଙ୍କୁ ୮ଟା ୪୫ ସୁଦ୍ଧା ପରୀକ୍ଷା ହଲ୍ ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଛି। ୯ଟାରେ ପ୍ରଶ୍ନପତ୍ର ବଣ୍ଟନ ସହ ୧୫ ମିନିଟ ପଢିବାକୁ ସୁଯୋଗ ଦିଆଯିବ। ୯ଟା ୧୫ ମିନିଟ ପର ଠାରୁ ଲେଖା ଆରମ୍ଭ ହେବ। ସିସିଟିଭି ନଜରରେ ପରୀକ୍ଷା କରାଯିବା ହେତୁ ସୁପରିଟେଣ୍ଡେଣ୍ଟଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।