Advertisement
Article Detail0/zeeodisha/odisha984691

ପିତା ଜବରଦସ୍ତ କଲେ Virginity Test, ଯନ୍ତ୍ରଣା ବଖାଣି କାନ୍ଦିପକାଇଲେ ଝିଅ

Girl Forced For Virginity Test: ଝିଅଟି କହିଛନ୍ତି ଯେ ଡାକ୍ତର ତାଙ୍କୁ ତାଙ୍କ ପୋଷାକ କାଢ଼ିବାକୁ କହିଥିଲେ ଓ ପରେ ତାଙ୍କୁ ଆପତ୍ତିଜନକ ଜନକ ଭାବରେ ସ୍ପର୍ଶ କରିଥିଲେ । ସେ ସେହି ଘଟଣା ବିଷୟରେ ଚିନ୍ତା କରି ଆଜି ମଧ୍ୟ ଥରି ଉଠନ୍ତି ।

ପ୍ରତୀକାତ୍ମକ ଛବି (ଫଟୋ କ୍ରେଡିଟ୍: Pexels)
ପ୍ରତୀକାତ୍ମକ ଛବି (ଫଟୋ କ୍ରେଡିଟ୍: Pexels)

ଲଣ୍ଡନ: ବ୍ରିଟେନରୁ (United Kingdom) ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପିତା ନିଜ ଝିଅର ଭର୍ଜିନିଟି ଟେଷ୍ଟ (Virginity Test) କରିବାକୁ ବାଧ୍ୟ କରିଥିଲେ, ଯେଉଁଥିପାଇଁ ଝିଅକୁ ବହୁତ ଯନ୍ତ୍ରଣା ଓ ଅପମାନ ସହିବାକୁ ପଡିଛି । ଭର୍ଜିନିଟି ଟେଷ୍ଟ ସମୟରେ ଝିଅ ଜଣକ ଅନୁଭବ କଲେ ଯେ କେହି ଜଣେ ତାଙ୍କୁ ଦୁଷ୍କର୍ମ କରୁଛନ୍ତି ।

ଏହି କାରଣରୁ କରାଯାଇଥିଲା ଭର୍ଜିନିଟି ଟେଷ୍ଟ
ଦି ସନ୍ ର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ନିଜ ଝିଅର ଭର୍ଜିନିଟି ଟେଷ୍ଟ କରିଥିଲେ କାରଣ ସେ ତାଙ୍କୁ ବାଂଲାଦେଶରେ ରହୁଥିବା ସମ୍ପର୍କୀୟ ଭାଇ ସହିତ ବିବାହ କରିବାକୁ ଚାହୁଁଥିଲେ । ବର୍ତ୍ତମାନ ଏହି ଝିଅଟିର ବୟସ ୧୯ ବର୍ଷ । ସେ କହିଛନ୍ତି ଯେ ଆଜି ବି ମୁଁ ସେହି ଭୟାନକ ଘଟଣାକୁ ମନେ ପକାଇ ଭୟଭୀତ ହୁଏ ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଭୁପେନ୍ଦ୍ର ପଟେଲ, ଯିଏ ଗୁଜରାଟର ହେଲେ ନୂତନ ମୁଖ୍ୟମନ୍ତ୍ରୀ

Add Zee News as a Preferred Source

ଝିଅଟି କହିଛନ୍ତି ଯେ 'ଏହି ଘଟଣା ମୋ ପ୍ରତି ଅପମାନଠାରୁ କମ୍ ନୁହେଁ । ମୁଁ ଯେତେବେଳେ ଡାକ୍ତର କ୍ଲିନିକକୁ ଗଲି, ସେ ମୋତେ ମୋର ପୋଷାକ କାଢ଼ିବାକୁ କହିଥିଲେ । ମୁଁ ସେତେବେଳେ ବହୁତ ଲଜ୍ଜିତ ଥିଲି କିନ୍ତୁ ମୋ ବାପାଙ୍କ ଭୟ ଯୋଗୁଁ ମୋତେ ଏହା କରିବାକୁ ପଡିଲା । ଏହା ପରେ ଡାକ୍ତର ମୋତେ ଆପତ୍ତିଜନକ ସ୍ପର୍ଶ କଲେ, ସେହି ସମୟରେ ମୁଁ ବହୁତ ଯନ୍ତ୍ରଣା ଅନୁଭବ କଲି । ମୁଁ ଚିତ୍କାର କଲି, କିନ୍ତୁ ଡାକ୍ତର ଏବଂ ମୋ ବାପା ମୋତେ ଟିକେବି ଦୟା କଲେ ନାହିଁ । ମୋ ବାପା କବାଟ ବାହାରେ ଛିଡ଼ା ହୋଇଥିଲେ, ସେ ମଧ୍ୟ ଡାକ୍ତରଙ୍କୁ ଅଟକାଇଲେ ନାହିଁ ।'

ଅଧିକ ପଢ଼ନ୍ତୁ: ୯/୧୧ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ଥିଲା ସାଉଦି ଆରବ? ଗୁପ୍ତ ରିପୋର୍ଟରୁ ହେଲା ଏହି ଖୁଲାସା

ଭର୍ଜିନିଟି ଟେଷ୍ଟ ଦେବାକୁ କରାଯାଇଥାଏ ବାଧ୍ୟ
ରିପୋର୍ଟ ଅନୁଯାୟୀ, ବ୍ରିଟେନର ହଜାର ହଜାର ଯୁବତୀଙ୍କୁ ବିବାହ ପୂର୍ବରୁ ଭର୍ଜିନିଟି ଟେଷ୍ଟ କରିବାକୁ ପଡିଥାଏ ଓ ଏହି ଯନ୍ତ୍ରଣା ସହିବାକୁ ପଡିଥାଏ କାରଣ ଝିଅର ବରର ପରିବାରକୁ ପ୍ରମାଣ କରିବାକୁ ପଡିଥାଏ ଯେ ସେମାନଙ୍କ ଝିଅ ନିର୍ମଳ ଅଟେ । ଏଠାରେ ଭର୍ଜିନିଟି ଟେଷ୍ଟକୁ ଏକ ପ୍ରମାଣ ଭାବରେ ଦେଖାଯାଏ ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନ୍ ନିୟମରେ ମୋଦି ସରକାର କଲେ ବଡ ପରିବର୍ତ୍ତନ! ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ

ଆଣ୍ଟି ହରୋର ଅବ୍ୟୁଜ ଚାରିଟି ଫ୍ରିଡମର ପ୍ରତିଷ୍ଠାତା ଅନୀତା ପ୍ରେମ କହିଛନ୍ତି ଯେ ବ୍ରିଟିଶ ସମାଜରେ ଏହାର କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ । ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କେବଳ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାର ଲୋକମାନେ ଏହି ପରୀକ୍ଷା କରନ୍ତି କିନ୍ତୁ ବର୍ତ୍ତମାନ ଏହା ଖ୍ରୀଷ୍ଟିଆନ ଝିଅମାନଙ୍କ ସହିତ ମଧ୍ୟ ଘଟୁଛି । ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ ।

About the Author