Global Hunger Index: କ'ଣ ବାସ୍ତବରେ ଭାରତ ଭୋକିଲାଙ୍କ ଦେଶ? ଜବାବ ରଖିଲେ ସରକାର
Advertisement
Article Detail0/zeeodisha/odisha1402385

Global Hunger Index: କ'ଣ ବାସ୍ତବରେ ଭାରତ ଭୋକିଲାଙ୍କ ଦେଶ? ଜବାବ ରଖିଲେ ସରକାର

Hunger Statistics of India: ମୋଟ ୧୨୧ ଦେଶଙ୍କୁ ନେଇ ଗଠିତ ହୋଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୧୦୭ ତମ ସ୍ଥାନରେ ରହିଛି। 

Global Hunger Index: କ'ଣ ବାସ୍ତବରେ ଭାରତ ଭୋକିଲାଙ୍କ ଦେଶ? ଜବାବ ରଖିଲେ ସରକାର

Global Hunger Index 2022: ନିକଟରେ ପ୍ରକାଶ ପାଇଛି ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା। ଏହି ତାଲିକାରେ ୧୨୧ ଦେଶଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଭାରତର ସ୍ଥାନ ୧୦୭ ନମ୍ବରରେ ରହିଥିବା ଜଣାପଡି଼ଛି। ମାତ୍ର ଏବେ ଏହାକୁ  ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ କୁହାଯାଉଛି ଭାରତର ସ୍ଥିତି କ'ଣ ପଡୋଶୀ ଦେଶ ମିଆଁମାର, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଅପେକ୍ଷା ଦୁର୍ବଳ ରହିଛି। ପୂର୍ବ ରିପୋର୍ଟ ତୁଳନାରେ ଭାରତ ଏଥର ଆହୁରି ଛଅଟି ସ୍ଥାନ ତଳକୁ ଖସି ଯାଇଛି। ମୋଟ ୧୨୧ ଦେଶଙ୍କୁ ନେଇ ଗଠିତ ତାଲିକାରେ ପାକିସ୍ତାନ ୯୯, ଶ୍ରୀଲଙ୍କା ୬୪, ବାଂଲାଦେଶ ୮୪, ନେପାଳ ୮୧ ଏବଂ ମିଆଁମାର ୭୧ ତମ ସ୍ଥାନରେ ରହିଛି। ହେଲେ ବର୍ତ୍ତମାନ ସରକାରଙ୍କ ଏକ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ସୂଚକାଙ୍କ କିପରି ତିଆରି ହୁଏ ଏବଂ ସେହି ଲୋକ କିଏ ଯେଉଁମାନେ କେବଳ ଭାରତର ସ୍ଥିତି ଖରାନ ଦେଖାଇବାକୁ ଚାହୁଁଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, କ୍ଷୁଧାର୍ଥ ସଂଖ୍ୟା (Hunger Statistics of India) ନିର୍ଣ୍ଣୟ କରିବା ପାଇଁ ପ୍ରସ୍ତୁତ ପାଇଁ ଚାରୋଟି ମାନକ ଗଠନ କରାଯାଇଛି। ଏହି ମାନକ ମଧ୍ୟରୁ ତିନୋଟି ମାନର ୫ ବର୍ଷରୁ କମ୍ ବୟସର ପିଲାଙ୍କ ଅନୁଯାୟୀ ତିଆରି କରାଯାଉଛି। ହେଲେ ଏହା ଠିକ୍ ନୁହେଁ। ଏହି ମାନକରେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ମୃତ୍ୟୁହାର ଏବଂ ଅପଚୟ ସାମିଲ ରହିଛି। ଭାରତରେ (India) ଏହି ତିନୋଟି ମାନକ କେବଳ ଅନାହାର ଦାୟୀ ନୁହେଁ। 

ଚତୁର୍ଥ ମାନକ ହେଉଛି ପୁଷ୍ଟିହୀନତା (Malnutrition)। ବିଶ୍ୱ କ୍ଷୁଧା ସୂଚକାଙ୍କ (Global Hunger Index) ତାଲିକାରେ ଭାରତରେ ପୁଷ୍ଟିହୀନ ଲୋକଙ୍କ (Malnourished People in India) ସଂଖ୍ୟା ୧୬.୩% ବୋଲି ଆକଳନ କରାଯାଇଛି। ହେଲେ ଏଥିପାଇଁ କେବଳ ୩ ହଜାର ଜନସଂଖ୍ୟାର ଏକ ନମୁନା ଆକାରରେ ନିଆଯାଇଛି। ମୋଟ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହି ନମୁନା ବହୁତ ଛୋଟ। 

Also Read: Global Hunger Index: କ୍ଷୁଧା ବ୍ୟତୀତ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ପଛୁଆ ରହିଛି ଭାରତର ସ୍ଥାନ

ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା ଆୟର୍ଲାଣ୍ଡ ଏବଂ ଜର୍ମାନୀ ଭିତ୍ତିକ ଦୁଇଟି ଏନଜିଓ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଶ୍ୱେତପତ୍ର ଅନୁଯାୟୀ, ଏଥିରେ ଏଭଳି ପ୍ରଶ୍ନ ଜାଣିଶୁଣି ପଚରାଯାଇଥିଲା ଯାହା ଦ୍ୱାରା ଭାରତ ବର୍ଷର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇପାରେ। ଉଦାହରଣ ସ୍ୱରୂପ ଗୋଟିଏ ପ୍ରଶ୍ନରେ ଲୋକଙ୍କୁ ପଚରା ଯାଇଥିଲା, ଆପଣ କେବେ ଚିନ୍ତା କରିଛନ୍ତି, ଆପଣଙ୍କ ପାଖରେ ଏତେ କମ୍ ଟଙ୍କା ରହିଛି ଏବଂ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ନ ମିଳେ? ଏଭଳି ପ୍ରଶ୍ନ ପଚାରି ପଛରେ ଭାରତ ବିରୋଧୀ ଷଡଯନ୍ତ୍ର ରହିଛି।

ICMR ଅଧ୍ୟୟନ ଅନୁଯାୟୀ, ପୁଷ୍ଟିହୀନତା, ସ୍ୱଳ୍ପ ଉଚ୍ଚତା ଏବଂ ୫ ବର୍ଷରୁ କମ୍ ପିଲାଙ୍କ ମୃତ୍ୟୁକୁ ଭାରତରେ କ୍ଷୁଧା ସୂଚକାଙ୍କ ସହ ଯୋଡିବା ଭୁଲ। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତ କରିବାବେଳେ ଅନେକ ମାନକକୁ ଏକରୁ ଅଧିକ ଥର ଗଣନା କରାଯାଏ। ୫ ବର୍ଷରୁ କମ୍ ପିଲାଙ୍କ ତଥ୍ୟକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ। ଯେଉଁ କାରଣରୁ ସୂଚକାଙ୍କ ଭୁଲ ଫଳାଫଳ ଦେଖାଉଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (National Family Health Survey) ତଥ୍ୟ ଅନୁଯାୟୀ କମ ଉଚ୍ଚତା ଏଭଳି ପିଲାଙ୍କ କ୍ଷେତ୍ରରେ ମିଳୁଛି ଯାହାର BMI ସମ୍ପୂର୍ଣ୍ଣ ଠିକ ଅଛି କିମ୍ବା ଯାହାର ମାଆଙ୍କ ଅଧିକ ଓଜନ ଅଧିକ ରହିଛି। ଏପରି ପିଲାଙ୍କ ମୃତ୍ୟୁକୁ କ୍ଷୁଧା ସହ ଯୋଡ଼ି ଦେଖାଯାଉଛି। ହେଲେ ୫ ବର୍ଷରୁ କମ୍ ପିଲାଙ୍କ ମୃତ୍ୟୁ ମାମଲାରେ ଅନେକ କାରଣ ଦାୟୀ ବୋଲି ଜଣାପଡିଛି। ଭୋକ ସେମାନଙ୍କ ମଧ୍ୟରେ ମୁଖ୍ୟ କାରଣ ନୁହେଁ। ୨୯.୧ ସ୍କୋର ସହିତ ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତରେ କ୍ଷୁଧା ପରିସ୍ଥିତି ଗୁରୁତର ବୋଲି ବର୍ଣ୍ଣନା କରାଯାଇଛି। 

Also Read: India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ରେକର୍ଡ କଲା ଭାରତ

ଏହି ତାଲିକାରେ ଭାରତ ତୁଳନାରେ ଜାମ୍ବିଆ, ଆଫଗାନିସ୍ତାନ, ତିମୋର-ଲେଷ୍ଟେ, ଗିନି-ବସାଉ, ସିଏରା ଲିଓନ, ଲେସୋଥୋ, ଲାଇବେରିଆ, ନାଇଜର, ହାଇତି, ଚାଦ, ଡେମୋକ୍ରାଟିକ କଙ୍ଗୋ, ମାଡାଗାସ୍କର, ମଧ୍ୟ ଆଫ୍ରିକୀୟ ଗଣତନ୍ତ୍ର, ୟେମେନ ଭଳି ଦେଶର ଅବସ୍ଥା ଅଧିକ ଖରାପ ବୋଲି କୁହାଯାଉଛି।