ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha922085

ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ବୁଧବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୩୦୦ ଟଙ୍କାରେ ପହଞ୍ଚିଛି ।

ଆହୁରି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ବୁଧବାର ଦେଶରେ ସୁନା-ରୁପା ମୂଲ୍ୟ (Gold-Silver Rate) ରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ମଙ୍ଗଳବାର ସୁନା ମୂଲ୍ୟରେ ୧୬୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ବୁଧବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୪୧୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୮,୬୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୧୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୪୧୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ମଙ୍ଗଳବାର ଏହାର ମୂଲ୍ୟ ୪୭,୬୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ବୁଧବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୧୩୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୭,୧୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର, ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ?

ବୁଧବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୭୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୩୦ ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୫୦ ଟଙ୍କା ରହିଛି । ସେହିପରି ମଙ୍ଗଳବାର ୪୫,୫୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ

ସେପଟେ ବୁଧବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ରାଜଧାନୀରେ ରୁପା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟି ଥିଲା । ଅନ୍ୟପକ୍ଷେ ବୁଧବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୫,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୨୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୭,୫୯୦ ଟଙ୍କା ଥିଲା ।