Free Ration: ସାଧାରଣ ଲୋକଙ୍କୁ ପୂଜା ଭେଟି ଦେବେ ମୋଦି ସରକାର!
Advertisement
Article Detail0/zeeodisha/odisha1370598

Free Ration: ସାଧାରଣ ଲୋକଙ୍କୁ ପୂଜା ଭେଟି ଦେବେ ମୋଦି ସରକାର!

Free Ration: ମାଗଣା ରାସନ ଯୋଜନା ଜାରି ରଖିବାକୁ ଖାଦ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ଖାଦ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନା ବନ୍ଦ କରିବାକୁ କହିଥିଲା ।

ସୌ: ସୋସିଆଲ ମିଡିଆ

Free Ration: ଦୀପାବଳୀ ପରେ ମଧ୍ୟ ମୋଦି ସରକାର ମାଗଣା ରାସନ ଯୋଜନା ଜାରି ରଖିପାରନ୍ତି । ଏହି ବିଷୟରେ ପରିଚିତ ଥିବା ଲୋକମାନେ ମଙ୍ଗଳବାର ଦିନ ଏହି ବିଷୟରେ ସୂଚନା ଦେଇଛନ୍ତି । ସୂଚନାନୁସାରେ ମୋଦି ସରକାର ଏହାର ମାଗଣା ରାସନ ଯୋଜନାକୁ ତିନିମାସ ବୃଦ୍ଧି କରିପାରନ୍ତି । ଏହି ଖାଦ୍ୟ ଯୋଜନା ଅଧୀନରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ଏହା ଯୋଗୁଁ ସରକାରଙ୍କୁ ବାର୍ଷିକ ୧୮ ବିଲିୟନ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ସୂତ୍ର ଅନୁସାରେ ଡିସେମ୍ବର ପର୍ଯ୍ୟନ୍ତ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେଇପାରନ୍ତି । ମାଗଣା ରାସନ ଯୋଜନା ଏହି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ ହେଉଥିଲା, ଯାହାକୁ ବର୍ତ୍ତମାନ ବୃଦ୍ଧି କରାଯାଇପାରେ ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ମାଗଣା ଯୋଜନା ଜାରି ରଖିବାକୁ ଖାଦ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ଖାଦ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନା ବନ୍ଦ କରିବାକୁ କହିଥିଲେ । ଅର୍ଥ ମନ୍ତ୍ରଣାଳୟ ଏହି ମାଗଣା ଯୋଜନାକୁ ବୃଦ୍ଧି କରିବା ସପକ୍ଷରେ ନଥିଲା । ସର୍ବଭାରତୀୟ ସ୍ତରରେ ଆର୍ଥିକ ଚାପ ଓ କଠିନ ଯୋଗାଣ ଯୋଗୁଁ ବିତରଣ କରାଯାଇଥିବା ଶସ୍ୟର ପରିମାଣ ହ୍ରାସ କରିବାକୁ ଏହା ପରାମର୍ଶ ଦେଇଛି । ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଶୀଘ୍ର ଆଶା କରାଯାଉଛି ।

କହିରଖୁଛୁ ଯେ କୋଭିଡ ଲକଡାଉନ୍ ସମୟରେ ମାର୍ଚ୍ଚ ୨୦୨୦ ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା ଆରମ୍ଭ କରାଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଲକଡାଉନ୍ ଅବଧିରେ ମାସକୁ ମାଗଣାରେ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଏହା ଆରମ୍ଭ କରାଯାଇଥିଲା । ସେବେଠାରୁ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଛି ଓ ଯୋଜନାର ମୂଲ୍ୟ ପ୍ରାୟ ୪୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ତେବେ ଏ ସମ୍ପର୍କରେ ଖାଦ୍ୟ ଓ ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ରମାନେ କିଛି କହିବାକୁ ମନା କରି ଦେଇଛନ୍ତି ।

ମାଗଣା ରାସନ ଯୋଜନାକୁ ଆଗକୁ ନେବାକୁ ଏହି ପ୍ରସ୍ତାବ ଅକ୍ଟୋବରରୁ ଭାରତର ପାର୍ବଣ ସିଜିନରେ ପୂର୍ବରୁ ଆସିପାରେ । ଯାହା ଅର୍ଥନୈତିକ କାର୍ଯ୍ୟକଳାପ ଚଳାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକୁ ସାଧାରଣ ଜନତାଙ୍କ ପାଇଁ ଏହା ମୋଦି ସରକାରଙ୍କ ତରଫରୁ ପୂଜା ଭେଟି ଦେଖାଯାଉଛି ।