ମଥୁରା ଯାଉଥିଲେ ଖୁସି ଖବର, ରାଧାରାଣୀଙ୍କ ଦର୍ଶନ ପାଇଁ ଚଢିବାକୁ ପଡିବନି ୩୫୦ ପାହଚ
Advertisement
Article Detail0/zeeodisha/odisha2399581

ମଥୁରା ଯାଉଥିଲେ ଖୁସି ଖବର, ରାଧାରାଣୀଙ୍କ ଦର୍ଶନ ପାଇଁ ଚଢିବାକୁ ପଡିବନି ୩୫୦ ପାହଚ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭକ୍ତମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ମଥୁରାର ବ୍ରାହ୍ମଣଚାଲ ପର୍ବତରେ ଅବସ୍ଥିତ ରାଧାରାଣୀ ମନ୍ଦିର ନିକଟରେ 210 ମିଟର ଲମ୍ବା ରୋପୱେ ଆରମ୍ଭ ହେବାକୁ ଯାଉଛି । 

ମଥୁରା ଯାଉଥିଲେ ଖୁସି ଖବର, ରାଧାରାଣୀଙ୍କ ଦର୍ଶନ ପାଇଁ ଚଢିବାକୁ ପଡିବନି ୩୫୦ ପାହଚ

Radha Rani Darshan: ଆପଣ ଯଦି ରାଧାରାଣୀଙ୍କ ଦର୍ଶନ କରିବା ପାଇଁ ମଥୁରା ଯାଉଛନ୍ତି ତେବେ ଗୋଟେ ଖୁସି ଖବର । ରାଧାରାଣୀଙ୍କ ଦର୍ଶନ କରିବା ପାଇଁ ଆପଣଙ୍କୁ ଆଉ ୩୫୦ ପାହାଚ ଚଢିବାକୁ ପଡିବ ନାହିଁ । ଭକ୍ତମାନେ ମାତ୍ର ସାତରୁ ଆଠ ମିନିଟ ମଧ୍ୟରେ ମନ୍ଦିର ନିକଟରେ ପହଞ୍ଚିପାରିବେ । ଜନମାଷ୍ଟମୀ ଅବସରରେ ଭକ୍ତମାନେ ରୋପୱେ ବ୍ୟବହାର କରି ମନ୍ଦିର ନିକଟକୁ ଯାଇପାରିବେ ।

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭକ୍ତମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ମଥୁରାର ବ୍ରାହ୍ମଣଚାଲ ପର୍ବତରେ ଅବସ୍ଥିତ ରାଧାରାଣୀ ମନ୍ଦିର ନିକଟରେ 210 ମିଟର ଲମ୍ବା ରୋପୱେ ଆରମ୍ଭ ହେବାକୁ ଯାଉଛି । ଯାହା ମାଧ୍ୟମରେ ଭକ୍ତମାନେ ସହଜରେ ରାଧାରାଣୀଙ୍କ ମନ୍ଦିରକୁ ଯାଇପାରିବେ । ସୂଚନା ମୁତାବକ, ଏହି ରୋପୱେ ସେବା ଆରମ୍ଭ କରିବା ପାଇଁ 25 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଯୋଗୀ ସରକାର । ପାଶ୍ଚାତ୍ୟ ୟୁପିରେ ପ୍ରଥମ ଏବଂ ରାଜ୍ୟରେ ଏହା ତୃତୀୟ ରୋପୱେ । ଆପଣଙ୍କୁ କହିରଖୁଛୁ ଯେ, ଏହି ରୋପୱେ କାମ ପାଇଁ 2016 ମସିହାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହାର ଅପ୍ ଡାଉନ୍ ଟ୍ରାଏଲ୍ ଏବଂ ଲୋଡ୍ ପରୀକ୍ଷଣ ମଧ୍ୟ ସରିଛି । ପ୍ରଥମେ NOC ଏବଂ ପରେ କୋଭିଡ କାରଣରୁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଦେଖାଯାଇଥିଲା । କିନ୍ତୁ ସବୁ ଅପେକ୍ଷାର ଏବେ ଶେଷ ହେବାକୁ ଯାଉଛି । ଏହି ରୋପୱେର ଲମ୍ବ 210 ମିଟର ହୋଇଥିବାବେଳେ ଉଚ୍ଚତା ପ୍ରାୟ 48 ମିଟର ରହିଛି । ମନ୍ଦିରରେ ପହଞ୍ଚିବା ଏବଂ ଫେରିବା ପାଇଁ ଭକ୍ତଙ୍କୁ ପ୍ରାୟ 110 ଟଙ୍କା ଦେବାକୁ ପଡିବ । ମନ୍ଦିର ଖୋଲିବା ଏବଂ ଦର୍ଶନ ସମୟ ଅନୁଯାୟୀ ଏହି ରୋପୱେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।

Also Read- Top 10 News Today: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଓ ଅନ୍ୟାନ୍ୟ ଖବର

Also Read- September Capricorn Horoscope: ଆପଣଙ୍କ ପାଇଁ ମାସଟି ଶୁଭ ହେବ ନା ସତର୍କ ରହିବାକୁ ପଡିବ, ଜାଣନ୍ତୁ